Odisha news

ରଙ୍ଗେଇଲୁଣ୍ଡା ବ୍ଲକ କାର୍ଯ୍ୟାଳୟ ପରିସରରେ ମଧୁବାବୁ ପେନସନ ହିତାଧିକାରୀ ଙ୍କୁ ଭତ୍ତା ବଣ୍ଟନ।

0
ଗୋପାଳପୁର,୧୬/୦୮ :କନିଷି ସ୍ଥିତ ରଙ୍ଗେଇଲୁଣ୍ଡା ବ୍ଲକ କାର୍ଯ୍ୟାଳୟ ପରିସରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶସ୍ତିକରଣ ବିଭାଗ ପକ୍ଷରୁ ମଧୁବାବୁ ପେନସନ ଯୋଜନା ଆନୁକୁଲ୍ୟରେ ନୂତନ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆୟୋଜିତ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ସିଏଚ ଉଷାରାଣୀ ଅଧ୍ୟକ୍ଷତା କରିଥିବାବେଳେ ବିଡ଼ିଓ ବିଶ୍ବଜିତ ରାୟ ସଭା ପରିଚାଳନା କରିଥିଲେ। ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଯୋଗଦେଇ ନୂତନ ହିତାଧିକାରୀ ଙ୍କୁ ଭତ୍ତା ବଣ୍ଟନ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ମୁଖ୍ୟମନ୍ତ୍ରୀ ଙ୍କ ଓଏସ ଡି ଡ଼ ଗୋପବନ୍ଧୁ ଦାସ, ଜିଲ୍ଲା ପରିଷଦ ଉପାଧକ୍ଷା ରାଜେଶ୍ବରୀ ଦୋରା, ବ୍ଲକ ଉପାଧକ୍ଷା ଅନିତା ମହାଙ୍କୁଡ, ଜିଲ୍ଲା ପରିଷଦ ସଭ୍ୟ ଦ ପଂକ ସାମନ୍ତ, ତପୋଇ ଦାସ, ସାଂସଦ ପ୍ରତିନିଧି ଅଜିତ ଦାସ ପ୍ରମୁଖ ମଞ୍ଚାସିନ ରହିଥିଲେ।ଏହି ଅବସରରେ ୧୮୫୩ ଜଣ ନୂତନ ହିତାଧିକାରୀ ଙ୍କୁ ଭତ୍ତା ବଣ୍ଟନ କରାଯାଇଥିଲା
IEC 2 years
Leave A Reply