କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ଗୋପାଳପୁର ନିର୍ବାଚନୀ ମଣ୍ଡଳୀ ଚର୍ଚ୍ଚାକୁ ଆସିଛି। ଗୋପାଳପୁର ବିଧାୟକ ଦଳରୁ ବିତାଡିତ ହୋଈ ଜେଲ୍ ଯିବା ଏଵଂ ଜେଲରୁ ମୁକୁଳିବା ପରେ ନିଜ ନିର୍ବାଚନ ମଣ୍ଡଳୀର ଘନଘନ ଗ୍ରସ୍ତ କରିଥଲେ। ଏହାର କିଛି ଦିନ ପରେ ଆଜି ପୁଣି ନିଜ ନିର୍ବାଚନ ମଣ୍ଡଳୀର ଚାନ୍ଦପୁର ଗ୍ରାମ ଗ୍ରସ୍ତ କରି ମହିଳା କବାଡି ଖେଳ ଓ ପୁରୁଷ ଭଲିବଲ୍ ଖେଳ ଉଦ୍ଘାଟନ କରିବା ସହ ଚାନ୍ଦପୁର ଗ୍ରାମ ପରିକ୍ରମା କରିଥଲେ। ଏହା ସହ ସାମ୍ବାଦିକ ମାନେ ତାଙ୍କୁ ଗ୍ରସ୍ତ ସୂଚୀ କାର୍ଯ୍ୟକ୍ରମ ସମ୍ପର୍କରେ ପଚାରିବାରୁ ସେ କହୁଥିଲେ ଯେ ସ୍ଵାଧୀନତା ଦିବସରେ ଆମେ ସ୍ଵାଧୀନ ଭାବେ ଭାଇଚାରା ହୋଇ ରହିବା ଗୋପାଳପୁର ନିର୍ବାଚନ ମଣ୍ଡଳୀ ଏହାର ବ୍ୟତିକ୍ରମ ଦେଖାଯାଉଛି। କାରଣ ଗଂଜାମ ଜିଲ୍ଲାର ୧୩ ଟି ବିଧାନସଭା ମଧ୍ୟରୁ ସମସ୍ତ ଉନ୍ନୟନ କାମ ନିମନ୍ତେ ଜିଲାପାଳ ନିକଟକୁ ପଠାଇଥିଲେ ମଧ୍ୟ ସେଥିରୁ ଗୋପାଳପୁର ନିର୍ବାଚନ ମଣ୍ଡଳୀ ବାଦ୍ ପଡୁଛି। ଜିଲାପାଳ ଏହାକୁ ବାଦ୍ କରୁଛନ୍ତି ନା କାହାର ଚାପରେ ପ୍ରଭାବିତ ହୋଇ ଏପରି କାମ କରୁଛନ୍ତି, ତାହା ତାଙ୍କ ଚାକିରି ଚରିତ୍ର ଉପରେ ଆଞ୍ଚ ଆଣିବ । ଅନ୍ୟପଟେ ଆମ ଓଡିଶା ସବୁଠୁ ଆଗରେ ବୋଲି ରାଜ୍ୟ ସରକାର ଦେଣ୍ଡୁରା ପିଟୁଛନ୍ତି, ବାସ୍ତବରେ ମୁଖ୍ୟମନ୍ତ୍ରୀ ଥରେ ବାହାରକୁ ଆସି ଦେଖନ୍ତୁ ଆମେ କେତେ ପଛରେ ଅଛନ୍ତି ବୋଲି ସରକାର ଊପରେ ବର୍ଷୀ ଥିଲେ। ଅନ୍ୟପଟେ ଆସନ୍ତା ୨୪ରେ ୫ଟି ସଚିବ ଆମ ନିର୍ବାଚନୀ ମଣ୍ଡଳୀ ଗ୍ରସ୍ତ କରି ବିଭିନ୍ନ ପ୍ରକଳ୍ପ ଉଦ୍ଘାଟନ କରିବାର ରହିଛି। ମୁ ଏହି ଅଞ୍ଚଳର ପ୍ରତିନିଧି ମୋତେ ସୁଚନା ନାହିଁ ତଥାପି ମୂ ଆସିବି କହିବି ୫ଟି ଏବେ ୭ଡି ହୋଇଗଲା ବୋଲି କହୁଥିଲେ। ୭ଡି ମଧରେ ଦୁର୍ନୀତି, ଦାଦନ, ଦୁଷ୍କର୍ମ, ଦାରିଦ୍ର୍ୟ ଏପରି କହି ଆଜି ଓଡିଶାର ୮୬ହଜାର ଝିଅ ଓଡ଼ିଶାରୁ ଗାଏବ ହୋଇଛନ୍ତି।। ଏହାର ଉତ୍ତର ସରକାର ପାଖର ନାହିଁ ବୋଲି ନିଜ ମନ୍ତବ୍ୟ ରଖିଥିଲେ। ଏପରି ବୟାନ ଦେଇଥିବାରୁ ପ୍ରଶାସନ ଓ ପ୍ରଶାସକଙ୍କର ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଏହି କାର୍ଯ୍ୟକ୍ରମରେ ପ୍ରଦୀପ ସେନା ର ଲଲାଟ ସାହୁ,ବାଲ୍ୟରାମ ଦଳେଇ,ଗଙ୍ଗା ପାତ୍ର,କାଳୁ ପାତ୍ର,ପ୍ରକାଶ ଜେନା ମିଟୁ ଜେନା, ବିଶ୍ବମ୍ବର ପାତ୍ର,ପ୍ରତାପ ମିଶ୍ର,ରମେଶ ନାୟକ,ଲକ୍ଷ୍ମୀ ନାରାୟଣ ପାତ୍ର,ଅଶ୍ଵିନୀ ନାୟକ,ଧନଞ୍ଜୟ ରାଓ,ସୁଧୀର ମଣ୍ଡଳ, ସନ୍ତୋଷ ବିଶୋଇ
