Odisha news

ଅସୁସ୍ଥ ଶିକ୍ଷକଙ୍କୁ କଟକ ବଡ଼ ମେଡିକାଲରେ ଭେଟିଲେ ଡା. ସମ୍ବିତ ପାତ୍ର

0

ଗୋପ. : ଅସୁସ୍ଥ ଶିକ୍ଷକଙ୍କୁ କଟକ ବଡ଼ ମେଡିକାଲରେ ଭେଟିଲେ ବିଜେପି ଜାତୀୟ ମୁଖପାତ୍ର ଡା.ସମ୍ବିତ ପାତ୍ର । ପୁରୀ ଲୋକସଭା ଅନ୍ତର୍ଗତ ଗୋପ ବ୍ଲକ ଅଧିନ ଛଇତନା ଗାଁର ଅସୁସ୍ଥ ଥିବା ଶିକ୍ଷକ ରାଜୀବ ପ୍ରଧାନଙ୍କୁ କଟକ ବଡ଼ ମେଡିକାଲରେ ଭେଟି ତାଙ୍କ ସ୍ୱାସ୍ଥ୍ୟ ସମ୍ବଦ୍ଧରେ ପଚାରି ବୁଝିଥିଲେ । ଗରିବ ପିଲାମାନଙ୍କୁ ମାଗଣାରେ ଶିକ୍ଷାପ୍ରଦାନ କରୁଥିବା ରାଜୀବ ପ୍ରଧାନଙ୍କ କିଡନି ସମସ୍ୟା ଥିବାରୁ ସେ ଏବେ କଟକ ଏସସିବି ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

ପୁରୀର ଛଇତନା ଗାଁର ୩୮ ବର୍ଷୀୟ ରାଜୀବ ପ୍ରଧାନ ଅସୁସ୍ଥ ଥିବା ଖବର ଡା. ପାତ୍ରଙ୍କୁ( ଯୁବ ସ୍ବାଭିମାନ ମଞ୍ଚ, ପୁରୀ) ର  ସମ୍ପାଦକ ହରପ୍ରସାଦ ଦଳାଇ  ଅବଗତ କରାଇଥିଲେ ଏବଂ ପୁରୀ ଗଲେ ନିଶ୍ଚୟ ରାଜୀବ ସାରଙ୍କୁ ଦେଖା କରିବାକୁ ଯିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।  ପ୍ରତିଶ୍ରୁତି ରକ୍ଷା କରି ଡା.ପାତ୍ର ସେଠାରୁ ସିଧା କଟକ ବଡ଼ ମେଡିକାଲ ଯାଇ ରାଜୀବ ପ୍ରଧାନଙ୍କୁ ଭେଟିବା ସହ ତାଙ୍କ ସ୍ୱାସ୍ଥ୍ୟ ଖବର ବୁଝିବା ପରେ ସେ ଦିଲ୍ଲୀ ଗସ୍ତ କରିଥିଲେ ା ରାଜୀବ ସାର୍ ଙ୍କ ଚିକିସ୍ଛା ନିମନ୍ତେ ଯଥାସମ୍ଭବ ସାହାର୍ଯ୍ୟ କରିବେ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି

Leave A Reply