Odisha news

କୁଁଆପଡା ପଞ୍ଚାୟତରେ କରେନା ପିଜେଟିଭି ଚିହ୍ନଟପରେ ଦୁଇଗାଁ କଣ୍ଟେଣ୍ଟମେଣ୍ଟ ଯୋନ ଘୋଷଣା

0
ଗୋପ:୧ ଗୋପବ୍ଲକ ଅଧିନ କୁଁଆପଡା ପଞ୍ଚାୟତରେ ଜଣେ କରେନା ପଜେଟିଭି ଚିହ୍ନଟପରେ ପ୍ରଶାସନ ପକ୍ଷରୁ ସମ୍ପୃକ୍ତ ପଞ୍ଚାୟତର ଦୁଇଟି ଗ୍ରାମକୁ କଣ୍ଟେଣ୍ଟମେଣ୍ଟ ଯୋନ ଘୋଷଣା କରାଯାଇଛି ।ସୂଚନା ଅନୁଯାୟୀ ।କୁଁଆପଡା ପଞ୍ଚାୟତ ର ଜଣେ ବ୍ୟକ୍ତି ଅସୁସ୍ଥତା ଅନୁଭଵ କରିବା ପରେ।
ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଡାକ୍ତରଖାନାକୁ ଚିକିତ୍ସା ଲାଗି ଯାଇଥିଲେ ।ଡାକ୍ତରଙ୍କ ସହ ପରାମର୍ଶ କରି ନିଜଘରକୁ ଫେରି ଆସିଥିଲେ ପରବର୍ତ୍ତୀ ଅବସ୍ଥାରେ ।ତାଙ୍କର କରେନା ପଜେଟିଭି ଥିବା ଜଣାପଡିବା ପରେ ।ପ୍ରଶାସନ ପକ୍ଷରୁ ତାଙ୍କୁ ଭୁବନେଶ୍ୱର କୋଭିଡ ହସ୍ପିଟାଲ ସ୍ଥାନାନ୍ତରିତ କରାଯାଇଛି ।ତେବେ ଗୋପ ଅଞ୍ଚଳରୁ ପ୍ରଥମ କରି ଲୋକାଲ ଅଞ୍ଚଳରୁ କୋରନା ପଜେଟିଭି ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।ପ୍ରଶାସନ ପକ୍ଷରୁ କୁଆଁପଡା ପଞ୍ଚାୟତର କୁଆଁପଡା,ଓ ମଦରଙ୍ଗ ଗ୍ରାମକୁ କଣ୍ଟେନମେଣ୍ଟ ଯୋନ ଘୋଷଣା କରାଯାଇଛି ।ତେବେ କରେନା ପଜେଟିଭି ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ତାଲିକା ପ୍ରଶାସନ ସଂଗ୍ରହ କରୁଥିବା ବେଳେ ।
ସେମାନଙ୍କର ମଧ୍ୟ୍ୟ କରେନା ପରୀକ୍ଷଣ କରାଯିବ ବୋଲି ସୂଚନା ମିଳିଛି ।ଆଜିସୁଧା ଗୋପ ବ୍ଲକରେ ସମୁଦାୟ୩୩ଜଣ କରେନା ପଜେଟିଭି ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୨ଜଣ ସୁସ୍ଥ ହୋଇଥିବା ସୂଚନା ମିଳିଛି ।ଗୋପରେ ଜଣେ ମାତ୍ର କରେନା ରୋଗୀ ମୃତ୍ୟୁ ବରଣ କରିଥିବା ବେଳେ ୧୦ଜଣ  ବ୍ୟକ୍ତି ଚିକିତ୍ସିତ ହେଉଥିବା ଜଣାପଡିଛି ।କରେନା ସଂକ୍ରମଣକୁ ରୋକିବା ଲାଗି ଜନସାଧାରଣଙ୍କ ସହଯୋଗ ଆବଶ୍ୟକ ରହିଛି ବୋଲି ଗୋପ ବିଡ଼ିଓ ଦୀପ୍ତିରାଣୀ ଦାସ ସୂଚନା ଦେଇଛନ୍ତି ।
Nalco

Leave A Reply