Odisha news

କୋଣାର୍କପୂର୍ତ୍ତବିଭାଗଡ଼ାକବଙ୍ଗଳାକୁ ସର୍ବସାଧାରଣ ପ୍ରବେଶ ଉପରେ ରୋକ ଲଗାଇଲା ପ୍ରଶାସନ।

0

କୋଣାର୍କ,ସବ୍ୟୁ: କୋଣାର୍କ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଖୋଲିଥିବା କୋଭିଡ଼ କେୟାର ସେଣ୍ଟରରେ ଏବେ  କରୋନା ପଜିଟିଭ ଆକ୍ରାନ୍ତଙ୍କ ଚିକିତ୍ସା କରାଯିବା ପାଇଁ ପ୍ରଶାସନ ପକ୍ଷରୁ ନିଷ୍ପତି ହୋଇଛି ।ମହାମାରୀ କରୋନାରେ ଆକ୍ରାନ୍ତ ରୋଗୀ ମାନଙ୍କୁ ଚିକିତ୍ସା ଯୋଗାଇଦେବାକୁ ନିଯୁକ୍ତି ହୋଇଥିବା ପ୍ରାୟ ୪୦ ରୁ ଅଧିକ ଡ଼ାକ୍ତର ଓ ସ୍ବ।ସ୍ଥ୍ୟକର୍ମୀ ମାନେ ପୂବର୍ରୁ ଯାତ୍ରୀନିବାସରେ ରହୁଥିଲେ ।ମାତ୍ର ଡ଼ାକ୍ତରଖାନାରେ କରୋନା ଚିକିତ୍ସା ପାଇଁ ଆବଶ୍ୟକ ସରଞ୍ଜାମ ଓ ଭିତ୍ତିଭୂମି ନଥିବାରୁ କୌଣସି ଚିକିତ୍ସା ହୋଇପାରୁନଥିଲା ।

ଦୁଇଦିନ ପୂର୍ବରୁ ପୁରୀ ଜିଲ୍ଲାପାଳ ବଲ୍ଲବନ୍ତ ସିଂ ଙ୍କ ଅଧ୍ୟକ୍ଷତାରେ କୋଣାର୍କରେ ଅନୁଷ୍ଠିତ ବୈଠକରେ ଗୋପବ୍ଳକ ଓ କୋଣାର୍କ ଏନଏସିର କରୋନା ଆକ୍ରାନ୍ତଙ୍କୁ କୋଣାର୍କରେ ଚିକିତ୍ସା କରାଯିବା ଲାଗି ନିଷ୍ପତ୍ତି ହୋଇଥିଲା ।ଏହାପରେ କୋଣାର୍କ ଏନଏସି କର୍ତ୍ତୁପକ୍ଷଙ୍କ ପକ୍ଷରୁ ଡ଼ାକବଙ୍ଗଳାରେ ଡ଼ାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ରହିବାର ସୁବ୍ୟବସ୍ଥା କରାଯିବା ପରେ ଯାତ୍ରୀନିବାସରୁ ସେମାନଙ୍କୁ ଡ଼ାକବଙ୍ଗଳାକୁ ସ୍ଥାନାନ୍ତର କରାଯାଇଥିଲା ।

ଅନ୍ୟପକ୍ଷରେ ଯାତ୍ରୀନିବାସର ଖର୍ଚ୍ଚ ଅଧିକ ମହଙ୍ଗା ହେବାରୁ ସ୍ବାସ୍ଥ୍ୟ କର୍ମଚାରୀ ମାନଙ୍କୁ ସରକାରୀ ଡ଼ାକବଙ୍ଗଳାକୁ ସ୍ଥାନାନ୍ତର କରାଯାଇଥିବା ଜଣାଯାଏ। ଏଣେ କୋଣାର୍କ ଡ଼ାକ୍ତରଖାନାରେ ଗୋପବ୍ଳକ ର କରୋନା ଆକ୍ରାନ୍ତଙ୍କୁ ରଖି ଚିକିତ୍ସା କରିବା ପାଇଁ ପ୍ରଶାସନ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତିକୁ ନେଇ ଅଂଛଳରେ ଅସନ୍ତୋଷ ସୃଷ୍ଟି ହୋଇଛି । କରୋନା ଆକ୍ରାନ୍ତଙ୍କୁ ଚିକିତ୍ସା ପାଇଁ ନିୟୋଜିତ ଡ଼ାକ୍ତର ଓ ସ୍ବାସ୍ଥ୍ୟକର୍ମୀ ମାନେ କୋଣାର୍କ ଡ଼ାକବଙ୍ଗଳାରେ ରହିବା ପରେ ସବୁଦିଗକୁ ଦୃଷ୍ଟିରେ ରଖି ଡ଼ାକବଙ୍ଗଳାକୁ ସର୍ବସାଧାରଣଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି  ।ଏନେଇ ଡ଼ାକବଙ୍ଗଳା କଲୋନୀ ମଧ୍ୟରୁ ଡ଼ାକବଙ୍ଗଳା ପରିସରକୁ ଥିବା ରାସ୍ତାକୁ ବ୍ୟାରିକେଡ଼ ଦ୍ବାରା ସିଲ କରିଦିଆଯାଇଛି ।

Nalco

Leave A Reply