Odisha news

ଗୋଟିଏ ଗ୍ୟାରେଜ ଘରୁ ଆରମ୍ଭ ହୋଇଥିଲା Google  ସର୍ଚ୍ଚ ଇଂଜିନର  ଯାତ୍ରା କିନ୍ତୁ ଆଜି ସାରା ଦୁନିଆର ଭରସାର ସାଥି : ହାପି ବାର୍ଥ ଡେ Google

0

ଆଜି ହେଉଛି ୨୭ ସେପ୍ଟେମ୍ବର, ଗୁଗୁଲ ପାଳନ କରୁଛି ନିଜର ୨୭ ତମ ଜନ୍ମଦିନ, ଏହା ଗୋଟିଏ ଏଭଳି ସର୍ଚ୍ଚ ଇଞ୍ଜିନ ଯାହାକି ସାରା ଦୁନିଆର ଇଣ୍ଟରନେଟ ବ୍ୟବହାରକାରୀ ଙ୍କ ବ୍ୟବହାର କୁ ବଦଳାଇ ଦେଇଛି, ଆଜି ଗୁଗୁଲ କେବଳ ଗୋଟିଏ ୱେବସାଇଡ ନୁହେଁ, ବରଂ ଆମ ଦୈନନ୍ଦିନ ଜୀବନ ର ଗୋଟିଏ ଅଂଶ ହୋଇ ସାରିଛି l ସକାଳୁ ଉଠିବା ମାତ୍ରକେ ପାଣିପାଗ ସ୍ଥିତି ଜାଣିବାରୁ ନେଇ ରାସ୍ତା ଖୋଜିବା ପର୍ଯ୍ୟନ୍ତ ସବୁଥିରେ ରହିଥାଏ ଗୁଗୁଲ ର ଆବଶ୍ୟକ l

ଗୁଗୁଲ ଅଫିସିଆଲି ସେପ୍ଟେମ୍ବର ୪ ୧୯୯୮ ରେ ହୋଇଥିଲା, କିନ୍ତୁ କମ୍ପାନୀ ପକ୍ଷରୁ ୨୭ ସେପ୍ଟେମ୍ବର ରେ ଜନ୍ମଦିନ ପାଳନ କରିବା ଅତାମ୍ଭ ହୋଇଥିଲା, ଏହାର କାରଣ ଏହା ଯେ ଏହିଦିନ ଗୁଗୁଲ ନିଜ ସର୍ଚ୍ଚ ଇଂଜନ ରେ ରେକର୍ଡ ସଂଖ୍ୟା ରେ ପେଜ ଇଣ୍ଡେକ୍ସ କରିଥିଲା, ଅର୍ଥାତ ସବୁଠୁ ଅଧିକ ୱେବ ପେଜ ନିଜ ଲିଷ୍ଟ ରେ ଯୋଡିଥିଲା l ତେଣୁ ପ୍ରତ୍ୟେକ ବର୍ଷ ସେପ୍ଟେମ୍ବର ୨୭ ତାରିଖରେ ଗୁଗୁଲ ର ଜନ୍ମଦିନ ପାଳନ କରାଯାଇଥାଏ l ଆଜି ଆସନ୍ତୁ ଜାଣିବା ଗୁଗୁଲ ର କାହାଣୀ l

ଗୁଗୁଲ ର କାହାଣୀ –
ଗୁଗୁଲ ର କାହାଣୀ ଆରମ୍ଭ ହେଲା ୧୯୯୫ ରେ, ଯେତେବେଳେ ସ୍ଟେନଫୋର୍ଡ଼ ବିଶ୍ୱବିଦ୍ୟାଳୟ ରେ ପଢ଼ୁଥିବା ଦୁଇ PHD ଛାତ୍ର ଲେରୀ ପେଜ ଏବଂ ସର୍ଜି ବ୍ରୀନ ଙ୍କ ସାକ୍ଷାତକାର ହୋଇଥିଲା, ଉଭୟଙ୍କର ଉଦେଶ୍ୟ ଥିଲା ଇଣ୍ଟରନେଟ ରେ ଥିବା ତଥ୍ୟ ଠିକ ଭାବରେ ଲୋକଙ୍କ ନିକଟରେ ପହଞ୍ଚାଇବା , ଯାହାଦ୍ୱାରା ଲୋକେ ସଠିକ ଭାବରେ ଇଣ୍ଟରନେଟ ରୁ ତଥ୍ୟ ପାଇପାରିବେ l

ଆରମ୍ଭରେ ଏହି ପ୍ରୋଜେକ୍ଟ ର ନାମ ବ୍ୟାକରବ (BackRub )  ଥିଲା , ଯାହାକି ପରେ ପରିବର୍ତ୍ତନ ହୋଇ ଗୁଗୁଲ ହୋଇଗଲା l  ଗୁଗୁଲ ର ପ୍ରଥମ ଅଫିସ କୌଣସି ବଡ଼ ବିଲଡିଂ କିମ୍ବା ବିଳାସପୁର୍ଣ ସ୍ଥାନ ନଥିଲା, ଏହାର ପ୍ରାରମ୍ଭିକ ଅଫିସ କାର୍ଲିଫର୍ନିଆ ର ମେନଲୋ ପାର୍କ ରେ ଗୋଟିଏ ଛୋଟ ଗ୍ୟାରେଜ ରେ ଆରମ୍ଭ ହୋଇଥିଲା, ସେଠାରେ ଲେରୀ ଓ ସର୍ଜି ଙ୍କର ପୁରୁଣା ମେସିନ, ସୀମିତ ଅର୍ଥ ଏବଂ ନିଜ ଆଇଡ଼ିଆ ବଳରେ କାମ ଆରମ୍ଭ କରିଥିଲେ l  ସେତେବେଳେ ଆଣ୍ଡି ବେକଟୋଲ ସେମି ନାମକ ଇନଭେଷ୍ଟର ପାଖାପାଖି ୭୫ ଲକ୍ଷ ଟଙ୍କା ନିବେଶ କରିଥିଲେ l ଏହି ଧନ ଦ୍ୱାରା ଗୁଗୁଲ ଗୋଟିଏ ବଡ଼ କମ୍ପାନୀ ହୋଇଗଲା l

କିପରି ନାମ କରଣ ହେଲା ଗୁଗୁଲ ର –
ଗୁଗୁଲ ର ସବୁଠୁ ବଡ଼ ଗେମ ଚେଞ୍ଜର ତାର ପେଜ ଋଆଙ୍କ ଏଲଗୋରିଦିମ ଥିଲା, ଏହା ସ୍ଥିର କରିଥାଏ ଯେ କେଉଁ ସାଇଡ ସବୁଠୁ ଅଧିକ ଭରସା ଯୁକ୍ତ ଏବଂ ଆବଶ୍ୟକୀୟ ଅଟେ, ଏହା କେବଳ କି -ବୋର୍ଡ ରେ ନୁହେଁ ପେଜ କୁ ନେଇ ଋଆଙ୍କ କରିଥାଏ l ଏହି ଏଲଗୋରିଦିମ ଗୁଗୁଲ ର ସର୍ଚ୍ଚ ଇଂଜନ କୁ ଅଲଗା କରିବାରେ ସକ୍ଷମ ହୋଇଥିଲା l ଏବଂ ଲୋକେ ଧୀରେ ଧୀରେ ଗୁଗୁଲ ଉପରେ ଅଧିକ ଭରସା କରିବାକୁ ଲାଗିଲେ l

ପୂର୍ବରୁ ଗୁଗୁଲ କେବଳ ଗୋଟିଏ ସର୍ଚ୍ଚ ଇଂଜିନ ଥିଲା, କିନ୍ତୁ ବର୍ତମାନ ଏହା ଦୁନିଆର ସବୁଠୁ ବଡ଼ ଟେକ୍ନୋଲୋଜି କମ୍ପାନୀ ହୋଇଯାଇଛି, ଗୁଗୁଲ ର ମୁଖ୍ୟ ଅଫିସ ମାଉଣ୍ଟେନ ବିଯୁ କାର୍ଲିଫର୍ନିଆ ରେ ଅବସ୍ଥିତ l ଯାହାକୁ ଗୁଗୁଲ ପ୍ଲେକ୍ସ କୁହାଯାଏ l ଏଠାରେ କାମ କରୁଥିବା କର୍ମଚାରୀ ନିଜକୁ ଗୁଗୁଲର୍ସ କହିଥାଆନ୍ତି , ଏବଂ ନୂଆ ଜଏନ କରିଥିବା କର୍ମଚାରୀ ନୁଗଲର୍ସ ବୋଲି ପରିଚୟ ଦିଅନ୍ତି l

Leave A Reply