Odisha news

ଗୁଗୁଲ ରେ ଭୁଲ୍ ରେ ସୁଦ୍ଧା ସର୍ଚ୍ଚ କରନ୍ତୁ ନାହିଁ ଏହି ଜିନିଷ, ଆପଣଙ୍କର ଗୋଟିଏ ଛୋଟ ଭୁଲ ଆଣିପାରେ ଜୀବନ ପାଇଁ ବିପଦ

0

ସବୁଠୁ ଲୋକପ୍ରିୟ ସର୍ଚ୍ଚ ଇଞ୍ଜନ  Google ଆଜି ସମସ୍ତଙ୍କର ଅତ୍ୟାବଶ୍ୟକୀୟ ହୋଇ ଯାଇଛି l କୌଣସି ଜିନିଷ ସର୍ଚ୍ଚ କରିବା ପାଇଁ କିମ୍ବା କିଛି ଜାଣିବା ପାଇଁ ଆମେ ସିଧାସଳଖ google କୁ ଯାଇଥାଉ l କିନ୍ତୁ ଏହା ଆପଣଙ୍କ ପାଇଁ ଅସୁବିଧାର କାରଣ ହୋଇପାରେ l

ଆପଣ ଜାଣି ରଖିବା ଉଚିତ google ରେ ଆପଣ କେଉଁ ସବୁ ଜିନିଷ ସର୍ଚ୍ଚ କରିବା ଉଚିତ ନୁହେଁ l ଅଧିକାଂଶ ଲୋକ google ରେ ଏଭଳି କିଛି ଜିନିଷ ସର୍ଚ୍ଚ କରି ଥାଆନ୍ତି ଯାହା ତାଙ୍କୁ ଅସୁବିଧାରେ ପକାଇ ପାରେ l

ଆସନ୍ତୁ ଜାଣିବା ଗୁଗୁଲ ରେ କେଉଁସବୁ ଜିନିଷ ସର୍ଚ୍ଚ କରିବା ଉଚିତ ନୁହେଁ –

– ଆପଣ google କଦାପି ନିଜର କିମ୍ବା ଅନ୍ୟର ଇ – ମେଲ୍ ଆଇଡି ପକାଇ ସର୍ଚ୍ଚ କରିବା ଠିକ ନୁହେଁ l ଏହାଦ୍ୱାରା ଆପଣଙ୍କ ଆକାଉଣ୍ଟ ହ୍ଯାକ୍ ହେବାର ସମ୍ଭାବନା ରହିଥାଏ l କାରଣ ଅପରାଧୀ ମାନଙ୍କ ନଜର ସର୍ବଦା ଏଭଳି ଛୋଟ ଛୋଟ ଭୁଲ ଉପରେ ରହିଥାଏ l

– ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ google ରେ କୌଣସି ରୋଗ କିମ୍ବା ଔଷଧ ସର୍ଚ୍ଚ କରିବା ଦ୍ୱାରା ଆପଣ ଅସୁବିଧାରେ ପଡି ପାରନ୍ତି l କାରଣ ଅଧିକାଂଶ ସମୟରେ ଔଷଧ ଖୋଜୁ ଖୋଜୁ ଆପଣଙ୍କୁ ଅନ୍ୟ କୌଣସି କମ୍ପାନୀର ଔଷଧ ର ବିଜ୍ଞାପନ ନଜର ପଡିଥାଏ l ଯାହାକୁ ନେଇ ଆପଣ ଅସୁବିଧାରେ ପଡି ପାରନ୍ତି l

– କିଛି ଲୋକ ଏଭଳି ଥାଆନ୍ତି ଯେଉଁମାନେ Google ରେ ନିଜର ପରିଚୟ ଖୋଜିବାର ଅଭ୍ୟାସ ରଖି ଥାଆନ୍ତି l ଏହାଦ୍ୱାର Google ରେ ଆପଣଙ୍କ ସମ୍ପୂର୍ଣ ତଥ୍ୟ ସେଭ ହୋଇ ଯାଇଥାଏ l ଏହାଦ୍ୱାରା ଡାଟା ଲିକ ହେବାର ସମ୍ଭାବନା ରହିଥାଏ , ଯେଉଁ କାରଣରୁ ସାଇବର ଅପରାଧୀ ମାନେ ଅଧିକ ସକ୍ରିୟ ହୁଅନ୍ତି l

– ଯଦି Google ରେ ଆପଣ କୌଣସି ଆପ କୁ ବାରମ୍ବାର ସର୍ଚ୍ଚ କରୁଛନ୍ତି ତେବେ ସାବଧାନ ହୋଇ ଯାଆନ୍ତୁ l କାରଣ ଫେକ ସଫ୍ଟୱେୟାର ର ଶିକାର ହୋଇ ପାରନ୍ତି ଓ ଅସୁବିଧାରେ ପଡ଼ିବାର ସମ୍ଭାବନା ରହିଥାଏ l

Leave A Reply