ସପନ ଆସଇ ଆଶା ଜନମଇ
ଦଖିବାକୁ ପ୍ରକୃତିର ଅପରୂପ ।
ମାଟି ଅଗଣାରେ ଅତି ଜତନରେ
ଗଢିଛି କିଏ ସେ କେମିତିଏ ଦେଖ ! ..
ନିହାଣ ହାତୁଡ଼ି ମୁଗୁର ତାହର
ପାଷାଣେ ଆଙ୍କିଲା ସୁନ୍ଦର ଏ ଛବି ।
କରୋନା ପରେ ଏହି ଶ୍ରମିକ କୁଳ
ଭାଇ ! ବେଉସା ଗଲାଣି ,ଏବେ ଡୁବି ।..
ଉଠାଅ ଉଠାଅ ମୋ ଦେଶ ଶ୍ରମିକ
ବଢ଼ାଇ ତା, ଦହେରେ ମନରେ ଵଳ
ଶୁଭ ସକାଳ ରେ ହସିବ ଆକାଶ
ତେବେ ଆସିବ ଏ ସୁନାର ବେଳ । ..
***** ଅକ୍ଷୟ ପଣ୍ଡା
Comments are closed.