ହିମାଂଶୁ ଶେଖର ଆଚାର୍ଯ୍ୟ : କଥା କୁହା ମାଟି ଜଗତସିଂହପୁର । କଳା, ସାହିତ୍ୟ, ସଂସ୍କୃତି, ବିଜ୍ଞାନ ଓ ସର୍ବୋପରି ମୁକ୍ତି ସଂଗ୍ରାମରେ ଏ ମାଟି ସବୁବେଳେ ଆଗୁଆ । ବିଗତ ଦିନରେ ଅନେକ ପ୍ରତିଭାଧାରୀ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲକରି ଏମାଟି ପାଇଁ ଗର୍ବ ଓ ଗୈାରବ ଆଣିଛନ୍ତି । ନିକଟରେ ଏହି କଥା କୁହା ମାଟିର ତିନି ପ୍ରତିଭା ସେମାନଙ୍କର ପାରଦର୍ଶିତା ପ୍ରଦର୍ଶନ କରିଛନ୍ତି । ସେଥିପାଇଁ ସାରା ଜିଲ୍ଲାରେ ଆନନ୍ଦର ଲହରୀ । ସେମାନେ ହେଉଛନ୍ତି ସେନା ଉପମୁଖ୍ୟ ଲେଫ୍ନାଣ୍ଟ ଜେନେରାଲ ଚଣ୍ଡୀପ୍ରସାଦ ମହାନ୍ତି, ଶାନ୍ତିସ୍ୱରୂପ ଭଟ୍ଟନାଗର ପୁରସ୍କାର ବିଜୟିନୀ ଜ୍ୟୋର୍ତିମୟୀ ଦାଶ ଓ ସର୍ବଭାରତୀୟ ଗୀତା ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ପ୍ରାପ୍ତ ମେଧାବୀ ଛାତ୍ର ଧୀରେନ୍ଦ୍ର ବେହେରା । ଏମାନେ ପ୍ରମାଣିତ କରିଛନ୍ତି ନିରବଚ୍ଛିନ୍ନ ପ୍ରୟାସ ଓ କଠିନ ପରିଶ୍ରମ କେବେ ବ୍ୟର୍ଥ ଯାଏ ନାହିଁ । ଏହାହିଁ ଅବଧାରିତ ସତ୍ୟ । ସେମାନଙ୍କ ସଫଳତାର ଗାଥାକୁ ବଖାଣିବା ଏହି ଆଲେଖ୍ୟର ମୁଖ୍ୟ ଉଦେ୍ଦଶ୍ୟ ।
ଚଣ୍ଡୀପ୍ରସାଦ ମହାନ୍ତି-ପ୍ରଥମ ଓଡିଆ ଭାବେ ଲେଫ୍ଟନାଣ୍ଟ୍ ଜେନେରାଲ ଚଣ୍ଡୀପ୍ରସାଦ ମହାନ୍ତି ଭାରତୀୟ ସେନାର ଉପମୁଖ୍ୟ ଭାବେ ଫେବୃଆରୀ ୧ତାରିଖରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏଥିସହିତ ସେ ସେନାର ୪୨ତମ ଉପମୁଖ୍ୟ ହୋଇଛନ୍ତି । ଚଣ୍ଡୀପ୍ରସାଦ ଦୀର୍ଘ ୩୮ ବର୍ଷ କ୍ୟାରିଅରରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅଧିଷ୍ଠିତ ହୋଇ ଦକ୍ଷତାର ସହ କାର୍ଯ୍ୟ କରିଛନ୍ତି । ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ଜୟବଡରେ ଚଣ୍ଡୀପ୍ରସାଦଙ୍କ ଜନ୍ମ । ତାଙ୍କ ପିତା ଜିତେନ୍ଦ୍ର କୁମାର ମହାନ୍ତି ପ୍ରଶାସନିକ ଅଧିକାରୀ ଓ ମାଆ ଶାରଦା ମହାନ୍ତି ଜଗତସିଂହପୁର ଏସ୍ଭିଏମ କଲେଜରେ ଅଧ୍ୟାପିକା ଥିଲେ । ବାଲ୍ୟକାଳରୁ ସେ ଜଣେ ମେଧାବୀ ଛାତ୍ରଥିଲେ । ସ୍ଥାନୀୟ ବାଗସାହି ୟୁପି ସ୍କୁଲରୁ ଶିକ୍ଷା ସମାପ୍ତ ପରେ ଚଣ୍ଡୀପ୍ରସାଦ ଡେରାଡୁନସ୍ଥିତ ରାଷ୍ଟ୍ରୀୟ ଇଣ୍ଡିଆନ ମିଲିଟାରୀ ଏକାଡେମୀରେ ନାମ ଲେଖାଇଥିଲେ ।
ଏଠାରୁ ଶିକ୍ଷା ସମାପ୍ତପରେ ସେ ଏନଡିଏରେ ଯୋଗଦେଇଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ୱେଲଂଟନ୍ସ୍ଥିତ ଡିଫେନ୍ସ ସର୍ଭିସ୍ ଷ୍ଟାପ କଲେଜରେ ସ୍ନାତକ ଶେଷ କରିବ ସେ ୧୯୮୨ ମସିହାରେ ରାଜପୁତ ରେଜିମେଣ୍ଟରେ ସେକେଣ୍ଡ ଲେପ୍ଟନାଣ୍ଟ ଭାବେ କର୍ମମୟ ଜୀବନ ଆରମ୍ଭ କରିଥିଲେ । ପରବର୍ତ୍ତୀ କାଳରେସେ ଜାମ୍ମୁ-କାଶ୍ମୀରେ ଓ ଉତ୍ତର-ପୂର୍ବାଞ୍ଚଳରେ ସେନା ବାହିନୀରେ ନେତୃତ୍ୱ ନେବା ସହିତ ମିଲିଟାରୀ ସେକ୍ରେଟାରୀ ଓ ଆର୍ମଡ୍ ବି୍ରଗ୍ରେଡ୍ରେ ମଧ୍ୟ କାମ କରିଛନ୍ତି । ପ୍ରତିରକ୍ଷା କ୍ଷେତ୍ରରେ ଏମ୍ଫି ଓ ଦୁଇ ମାଷ୍ଟରଡିଗ୍ରି ହାସଲ କରିଥିବା ମହାନ୍ତି ଦକ୍ଷିଣ ଏସିଆ ଉତ୍ତର ପୂର୍ବ ଭାରତ ଉପରେ ବ୍ୟାପକ ଅନୁଧ୍ୟାନ କରିଛନ୍ତି । ଆସାମରେ ଉଲ୍ଫା ହିଂସା କୁ ଦମନକରି ଶାନ୍ତି ପ୍ରତିଷ୍ଠାରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା । ଏତଦ୍ ବ୍ୟତୀତ କିଛିଦିନ ଧରି ସେ କଙ୍ଗୋ ସାଧାରଣତନ୍ତ୍ରରେ ଜାତିସଂଘ ବ୍ରିଗ୍ରେଡ୍ର କମାଣ୍ଡର ଥିଲେ । ସିଚେଲ୍ସ ସରକାରଙ୍କ ସାମରିକ ଉପଦେଷ୍ଟା ଭାବେ ମଧ୍ୟ କାର୍ଯ୍ୟ କରିବାରେ ତାଙ୍କ ଅଭିଜ୍ଞତା ରହିଛି । ସେ ଭାରତ-ଚୀନ ସୀମା ଓ ଆସାମରେ ମାଉଣ୍ଟେନ୍ ବ୍ରିଗ୍ରେଡ୍ କମାଣ୍ଡର ଦାୟିତ୍ୱ ନିର୍ବାହ କରିଥିଲେ । ପ୍ରତିରକ୍ଷା ମନ୍ତ୍ରଣାଳୟସ୍ଥିତ ଇଣ୍ଟିଗ୍ରେଟେଡ୍ ହେଡ୍କ୍ୱାର୍ଟର୍ସର ଅପରେସନାଲ୍ ଲିଜିଷ୍ଟିକ୍ସ୍ ଏବଂ ଷ୍ଟ୍ରାଟେଜିକ୍ ମୁଭ୍ମେଣ୍ଟର ମହାନିଦେ୍ର୍ଦଶକ ଥିଲେ । ଡୋକ୍ଲାମ ସଂଘର୍ଷ ପରେ ଲେଫ୍ଟନାଣ୍ଟ ଜେନେରାଲ ମହାନ୍ତିଙ୍କୁ ଇଷ୍ଟର୍ଣ୍ଣ କମାଣ୍ଡ ଅନ୍ତର୍ଗତ ୩୩ କରର୍ କମାଣ୍ଡ ଭାବେ ନିଯୁକ୍ତି ମିଳିଥିଲା । ଏହାପରେ ସେ ଉତ୍ତର ଭାରତ ଏରିଆର ଜିଓସି ରୂପେ ବରେଲିଠାରେ ଅବସ୍ଥାପିତ ହୋଇଥିଲେ । ଜେନେରାଲ ଚଣ୍ଡୀପ୍ରସାଦ ମାହାନ୍ତି କାର୍ଯ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ଅର୍ଜନ କରିଆସିଛନ୍ତି । ସେଥିପାଇଁ ସେ ୨୦୦୯ ମସିହାରେ ବିଶିଷ୍ଟ ସେବା ମେଡାଲ୍, ୨୦୧୧ରେ ସେନା ମେଡାଲ ଓ ୨୦୧୬ରେ ଅତିବିଶିଷ୍ଟ ସେବା ମେଡାଲ ପାଇଛନ୍ତି ।
ଜ୍ୟୋତିର୍ମୟୀ ଦାଶ- ପ୍ରଥମ ଓଡିଆ ମହିଳା ବୈଜ୍ଞାନିକ ଭାବେ ଶାନ୍ତି ସ୍ୱରୂପ ଭଟ୍ଟନାଗର ପୁରସ୍କାର ଲାଭକରିଥିବା ଜ୍ୟୋତିର୍ମୟୀଙ୍କ ଜନ୍ମ ଜଗତସିଂହପୁର ଜିଲ୍ଲାରେ ।୧୯୭୬ ମସିହାରେ ଜଗତସିଂହପୁର ଜିଲ୍ଲାର ମାଣପୁର ଗ୍ରାମରେ ଜନ୍ମ ନେଇଥିଲେ ଜ୍ୟୋତିର୍ମୟୀ । ବାଲ୍ୟ କାଳରୁ ସେ ଜଣେ ପ୍ରତିଭାମୟୀ ଛାତ୍ରୀ ଥିଲେ । ମାଣପୁରସ୍ଥ ଯୋଗେନ୍ଦ୍ରନାଥ ୟୁ.ପି. ସ୍କୁଲରେ ପ୍ରାଥମିକ ଶିକ୍ଷା ଶେଷ କଲା ପରେ ସେ ୧୯୯୦ ମସିହାରେ ତରିକୁନ୍ଦ ହାଇସ୍କୁଲରୁ କୃତିତ୍ୱର ସହ ମାଟ୍ରିକ୍ ପାସ୍ କରିଥିଲେ । ପରେ ୧୯୯୦-୯୨ ଯୁକ୍ତ ଦୁଇ ଓ ୧୯୯୨-୯୫ ଯୁକ୍ତ ତିନି ବିଜ୍ଞାନ ବିଭାଗରେ ଜଗତସିଂହପୁରର ସ୍ୱାମୀ ବିବେକାନନ୍ଦ କଲେଜରୁ ବି.ଏ.ସି ଶିକ୍ଷା ଶେଷ କରି ୧୯୯୫-୯୭ ରେଭେନ୍ସା ମହାବିଦ୍ୟାଳୟରୁ ରସାୟନ ବିଭାଗରେ ସ୍ନାତକତ୍ତୋର ଡିଗ୍ରୀ ଶେଷ କରିଥିଲେ । ବାପା ବସନ୍ତ କୁମାର ଦାଶ ଓ ମାତା ପୁଷ୍ପା କୁମାରୀ ମିଶ୍ର ଉଭୟ ଶିକ୍ଷକ ଥିବା ଯୋଗୁଁ ସମସ୍ତ କ୍ଷେତ୍ରରେ ପ୍ରେରଣା ପାଇଆସୁଥିଲେ ଜ୍ୟୋତିର୍ମୟୀ ।
ରେଭେନ୍ସା ମହାବିଦ୍ୟାଳୟରୁ ଶିକ୍ଷା ଶେଷ କରିବା ପରେ ଜ୍ୟୋତିର୍ମୟୀ ଆଇଆଇଟି କାନପୁରରୁ ସିନଥେଟିକ ଆର୍ଗାନିକ କେମେଷ୍ଟ୍ରିରେ ପିଏଚ୍ଡି କରିଥିଲେ । ଏହାପରେ ଏଫ.ୟୁ ବିଶ୍ୱବିଦ୍ୟାଳୟ, ବର୍ଲିନ ଜର୍ମାନୀରୁ ଆଲେକ୍ଜାଣ୍ଡେର ଭନ୍ ହୁମ୍ ବନ୍ ଡଟ୍ ଫେଲୋସିପ, କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳରୁ ମ୍ୟାରୀ କୁ୍ୟରୀ ଫେଲୋସିପ୍ ଏବଂ ଇଏସପିସିଆଇ, ପ୍ୟାରିସ୍ ଫ୍ରାନ୍ସରୁ ଫେଲୋସିପ୍ ପାଇଁ ସେ ତାଙ୍କର ପୋଷ୍ଟ ଡକ୍ଟରରାଲ ଗବେଷଣା ଶେଷ କରିଥିଲେ । ଏହା ପରେ ୨୦୦୯ରେ କୋଲକାତା ଆଇଜର୍ରେ ଆସିଷ୍ଟାଣ୍ଟ ପ୍ରଫେସର ରୂପେ ନିଯୁକ୍ତି ପାଇ ୪ବର୍ଷ ପର୍ଯ୍ୟନ୍ତ ସେଠାରେ କାର୍ଯ୍ୟ କରିଥିଲେ । ୨୦୧୨ରେ କଲିକତାସ୍ଥିତ ଇଣ୍ଡିଆନ ଆସୋସିଏସନ୍ ଫର୍ ଦ କଲଟିଭେସନ ଅଫ ସାଇନ୍ସ (ଆଇଏସିଏସ୍)ରେ ଆସିଷ୍ଟାଣ୍ଟ ପ୍ରଫେସର ରୂପେ ଯୋଗ ଦେବା ପରେ ବର୍ତ୍ତମାନ ସେ ଆଇଏସିଏସରେ ପ୍ରଫେସର ରୂପେ କାର୍ଯ୍ୟ କରୁଛନ୍ତି ।
ଧୀରେନ୍ଦ୍ର ବେହେରା- ସର୍ବଭାରତୀୟ ଅନ୍ଲାଇନ୍ ରାଷ୍ଟ୍ରୀୟ ଶ୍ରୀମଦ୍ ଭାଗବତ ଗୀତା ପ୍ରଶ୍ନ ଏବଂ ଗୀତା ଆବୃତ୍ତି ପ୍ରତିଯୋଗିତାରେ ଭାଗ ନେଇ ଯଥାକ୍ରମେ ସ୍ୱର୍ଣ୍ଣ ପଦକ ଓ ରୈାପ୍ୟ ପଦକ ଲାଭ କରିଛନ୍ତି ପ୍ରତିଭାବାନ୍ ଛାତ୍ର ଧୀରେନ୍ଦ୍ର ବେହେରା । ଗୁଜୁରାଟ ରାଜ୍ୟର ସୁରଟରେ ଜୟ ଜଗନ୍ନାଥ ଏଜୁକେସନ ଟ୍ରଷ୍ଟ ପକ୍ଷରୁ ଗୀତା ପ୍ରଚାର ମଣ୍ଡଳୀ ଆନୁକୂଲ୍ୟରେ ଅନ୍ଲାଇନ ରାଷ୍ଟ୍ରୀୟ ଶ୍ରୀମଦ୍ ଭାଗବତ ଗୀତା ପ୍ରଶ୍ନ ଏବଂ ଗୀତାପାଠ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।ଏହି ପ୍ରତିଯୋଗିତାରେ ଭାରତ ସମେତ ୪ଟି ଦେଶର ୪୨୮୧ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ଏଥିରେ ଶ୍ରୀମାନ୍ ଧୀରେନ୍ଦ୍ର ୧୩ତମ ସ୍ଥାନ ଅଧିକାର କରିଛନ୍ତି । ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ୍ର ଗଡକୁଜଙ୍ଗ ପଞ୍ଚାୟତ ଅନ୍ତର୍ଗତ ନୋଳିଆ ସାହି ଗ୍ରାମରେ ତାଙ୍କର ଜନ୍ମ । ତାଙ୍କ ପିତାଙ୍କ ନାମ ସୁରେନ୍ଦ୍ର ବେହେରା ଓ ମାତାଙ୍କ ନାମ ମୋହିନୀ ବେହେରା । ଉକôଳ ବିଶ୍ୱବିଦ୍ୟାଳୟରୁ ସେ ଦର୍ଶନ ଶାସ୍ତ୍ରରେ ସେ ସ୍ନାତକତ୍ତୋର ଡିଗ୍ରୀ ହାସଲ କରିଛନ୍ତି । ପୁରସ୍କାର ପାଇଲା ପରେ ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି- ‘ଜୀବନ ହିଁ ଗୀତା, ଗୀତା ହିଁ ଜୀବନ’ । ସର୍ବ ଭାରତୀୟ ସ୍ତରରେ ଧୀରେନ୍ଦ୍ରଙ୍କର ଏଭଳି ଏକ ସମ୍ମାନଜନକ ପୁରସ୍କାର ପାଇଁ ଗଡକୁଜଙ୍ଗ ସମେତ ସମଗ୍ର ଜିଲ୍ଲାରେ ଆନନ୍ଦ ପ୍ରକାଶ ପାଇଛି । ତାଙ୍କରି ଏହି କୃତିତ୍ୱ ଆଗାମୀ ଦିନରେ ଛାତ୍ରଛାତ୍ରୀଙ୍କୁ ଗୀତା ପାଠ ପାଇଁ ପ୍ରେରଣା ଯୋଗାଇବ ବୋଲି ଆଶା କାରାଯାଏ ।
ସମ୍ପଦ କୁମାର ଦାଶ – ନିକଟରେ ସମ୍ପଦ କୁମାର ଦାଶ ମିଳତ ଜାତିସଂଘ ସମ୍ମିଳନୀର ବାଣିଜ୍ୟ ଓ ବିକାଶ ସଂଗଠନ ଦ୍ୱାରା ପ୍ରଶଂସିତ ହୋଇଛନ୍ତି । କରୋନା ମହାମାରୀ ସମୟରେ ବିକାଶଶୀଳ ଅର୍ଥନୀତିର କ୍ଷୁଦ୍ର ଓ ମଧ୍ୟମଧରଣର ଉଦ୍ୟୋଗଗୁଡିକ ଉପରେ ବାଣିଜ୍ୟ ପ୍ରତିବନ୍ଧକ ପ୍ରଭାବ ସମ୍ପର୍କରେ ସେ ବକ୍ତବ୍ୟ ରଖିଥିଲେ । ଶ୍ରୀ ଦାଶ ନିକଟରେ କୋଭିଡ୍ ୧୯ ଉପରେ ଏକ ଅନଲାଇନ୍ ପାଠ୍ୟକ୍ରମ ସମାପ୍ତ କରିଛନ୍ତି । ଜନସ୍ୱାସ୍ଥ୍ୟର ସୁରକ୍ଷା ଲାଇସେନ୍ସ,ଔଷଧ ପାଇଁ ସଂରକ୍ଷଣ ବ୍ୟବସ୍ଥା ଏବଂ ରପ୍ତାନୀ ମୂଲ୍ୟ ନିୟନ୍ତ୍ରଣ ଉପରେ ସେ ବିଶ୍ଲେଷଣ କରିଛନ୍ତି । କୋଭିଡ୍ ୧୯ ସଂଙ୍କଟର ମୁକାବିଲା ପାଇଁ ନୂତନ ରପ୍ତାନୀ ପ୍ରତିବନ୍ଧକ ଉପରେ ତାଙ୍କ ଗବେଷଣା ଏବେ ବିଶ୍ୱ ପାଇଁ ଉପଯୋଗୀ ହୋଇଛି । ଶ୍ରୀ ଦାଶ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅଗପାଳ ପଂଚାୟତ ବାଘୁଆଠେଙ୍ଗ ଗ୍ରାମର ଶିକ୍ଷାବିତ୍ ବଳରାମ ଦାଶଙ୍କ ମଧ୍ୟମ ପୁତ୍ର । ସମ୍ପଦ କୁଜଙ୍ଗ ବ୍ଲକ ବୋରିଖି ଉଚ୍ଚ ବିଦ୍ୟାଳୟ , ସ୍ୱାମୀ ବିବେକାନନ୍ଦ ସ୍ମାରକୀ ମହାବିଦ୍ୟାଳୟର ଛାତ୍ର ସହ ଭାରତୀୟ ବୈଦେଶିକ ବାଣିଜ୍ୟ ପ୍ରତିଷ୍ଠାନର ପୂର୍ବତନ ଛାତ୍ର ଓ ଆନ୍ତର୍ଜାତୀୟ ବାଣିଜ୍ୟ ଓ ବିକାଶ ବିଶ୍ଲେଷଣକାରୀ ଭାବେ ଜଣାଶୁଣା । ତାଙ୍କର ଏହି ସଫଳତା ଜିଲ୍ଲା ତଥା ରାଜ୍ୟ ପାଇଁ ଗର୍ବ ଓ ଗୈାରବର ବିଷୟ

Comments are closed.