ପୁରୀ :ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ପ୍ରାଥମିକ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି । ଆଜି ପ୍ରଥମ ପର୍ଯ୍ୟାୟରେ ଘୋଷଯାତ୍ରା ଲାଗି ନୟାଗଡ଼ ବନଖଣ୍ଡରୁ ଦୁଇଟି ଟ୍ରକରେ ୪୯ ଖଣ୍ଡ କାଠ ପହଞ୍ଚିଛି । ପହଞ୍ଚିଥିବା କାଠ ମଧ୍ୟରେ ୧୯ଟି ୧୨ଫୁଟିଆ ଧଉରା, ୧୦ଟି ଦଶଫୁଟିଆ ଓ ୨୦ଟି ୧୨ ଫୁଟିଆ ଅସନ କାଠ ରହିଛି । ଶ୍ରୀଜିଉମାନଙ୍କ ଘୋଷଯାତ୍ରା ଲାଗି ତିନୋଟି ରଥ ନିର୍ମାଣ କରାଯିବ । ଚଳିତବର୍ଷ ରଥ ନିର୍ମାଣ ପାଇଁ ୮୬୫ଖଣ୍ଡ ଅସନ, ଫାସୀ ଓ ଧଉରା କାଠ ଆବଶ୍ୟକ । ପୂର୍ବରୁ ୬୯ଖଣ୍ଡ କାଠ ବଳକା ଥିବାରୁ ଚଳିତବର୍ଷ ୭୯୬ଟି କାଠର ଆବଶ୍ୟକତା ରହିଛି । ଅକ୍ଷୟ ତୃତୀୟା ପୂର୍ବରୁ ଏହି ସବୁ କାଠ ପର୍ଯ୍ୟାୟ କ୍ରମେ ପୁରୀରେ ପହଞ୍ଚିବ । ଆସନ୍ତା ସରସ୍ୱତୀ ପୂଜା ଦିନ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ତିନିଗୋଟି କାଠକୁ ପାରମ୍ପରିକ ଭାବେ ପୂଜାର୍ଚ୍ଚନା କରାଯିବ । ଅକ୍ଷୟତୃତୀୟା ଦିନ ତିନି ରଥର ଶୁଭାରମ୍ଭ ହେବ । ଶ୍ରୀରାମନବମୀ ଦିନ କଟକସ୍ଥିତ ଖପୁରିଆ କରତକଳରେ ରଥକାଠ ଚିରଟ ପ୍ରକିୟା ଆରମ୍ଭ କରାଯିବ ।
Comments are closed.