ଭଦ୍ରକ : ଆଜି ଭଦ୍ରକ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହ ପରିସରରେ ଆରଡ଼ିରେ ଶ୍ରୀଶ୍ରୀ ବାବା ଆଖଣ୍ଡଳମଣୀଙ୍କ ମହାଶିବରାତ୍ରୀ ବା ଜାଗର ଉସôବ ପାଳନ ନିମନ୍ତେ ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ବୈଠକ ଜିଲ୍ଲାପାଳ ଡ.ଜ୍ଞାନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଚଳିତବର୍ଷ ଜାଗର ଉସôବ ଆସନ୍ତା ମାର୍ଚ୍ଚ ମାସ୧୧ତାରିଖରେ ପାଳନ କରାଯିବ ।
ମାର୍ଚ୍ଚ ମାସରେ ସରକାରଙ୍କ କୋଭିଡ୍ ଗାଇଡ୍ ଲାଇନ୍ ଆସିବାପରେ, ସେହି ନିୟମାନୁସାରେ ଜାଗର ମହୋସôବ ପାଳନ କରାଯିବ ଏବଂ ଏଥିପାଇଁ ସମସ୍ତଙ୍କର ସହଯୋଗ ଆବଶ୍ୟକ ବୋଲି ଜିଲ୍ଲାପାଳ ଡ.ଜ୍ଞାନ ଦାସ ତାଙ୍କର ବକ୍ତବ୍ୟରେ କହିଥିଲେ । ଜାଗରଯାତ୍ରା ଅବସରରେ ଶ୍ରୀଶ୍ରୀ ଆଖଣ୍ଡଳମଣୀମହାପ୍ରଭୁଙ୍କର ନୀତିନିର୍ଘଣ୍ଟ ଅନୁଯାୟୀ ପ୍ରାତଃ ୪ଘଣ୍ଟାରେ ମନ୍ଦିର ପହଡ଼ ଖୋଲାଯାଇ ମଙ୍ଗଳ ଆଳତି ପରେ କନିକା ରାଜାଙ୍କ ତରଫରୁ ପହିଲି ଘର୍ଷଣର ଭୋଗ, ପ୍ରାତଃ ୫.୪୫ମିନିଟ୍ରେ ପହିଲି ଭୋଗ ପରେ ସର୍ବସାଧାରଣ ଦିଅଁ ଦର୍ଶନ ଅନୁଷ୍ଠିତ ହୋଇ୧ମ ଓ୨ୟଏବଂ ୩ୟ ପ୍ରହର ଉପଚାର ପୂଜା ସହ ରାତ୍ର ୧୧.୩୦ ମିନିଟ୍ ଚତୁର୍ଥ ପ୍ରହର ପୂଜା ସହିତ ସର୍ବସାଧାରଣଙ୍କ ଦିଅ ଦର୍ଶନ ଏବଂ ଘର୍ଷଣ ଭୋଗପରେ ବିଭିନ୍ନ ସମୟରେ ବିଭିନ୍ନ ପୂଜାଉପଚାର ଅନୁଷ୍ଠିତ ହେବ । ରାତ୍ରୀ ୧୨.୩୦ରୁ ରାତ୍ର ୧.୩୦ ମିନିଟି ପର୍ଯ୍ୟନ୍ତ ଶ୍ରୀଜୀଉଙ୍କ ସୁନାବେଶ ସମ୍ପୂର୍ଣ୍ଣ ଏବଂ ମହାଦୀପ ପ୍ରସ୍ତୁତି ।
ରାତ୍ର୧.୩୦ମିନିଟ୍ରୁ ୩.୧୫ମିନିଟ୍ରେ ସର୍ବସାଧାରଣଙ୍କ ସୁନାବେଶଦର୍ଶନ । ରାତ୍ର ୩.୧୫ରୁ ରାତ୍ର ୪.୧୫ ମିନିଟ୍ ମଧ୍ୟରେ ମହାଦୀପ ପୂଜା ସହ ରାତ୍ର ୪.୧୫ଘଟିକାରୁ ୪.୩୦ ମଧ୍ୟରେ ମହାଦୀପ ଗମ୍ଭୀରାରୁ ଆନୟନ ଓ ଶ୍ରୀଜୀଉଙ୍କ ପହଡ । ରାତ୍ର ୪.୩୦ଘଟିକାରୁ ରାତ୍ର ୫ଘଟିକା ମଧ୍ୟରେ ମହାଦୀପ କୀର୍ତ୍ତନ ସହ ବେଢା ପରିକ୍ରମା ପରେ ମନ୍ଦିର ଚୁଡାରେ ସ୍ଥାପନ ହେବ । ଜାଗରଯାତ୍ରା ଅବସରରେ ଭକ୍ତଙ୍କ ସମାଗମ ହେତୁ ଯାତ୍ରୀଙ୍କ ସୁରକ୍ଷା ଓ ସୁବିଧାରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଜିଲ୍ଲା ପ୍ରଶାସନ ଓ ମ୍ୟାନେଜିଙ୍ଗ ଟ୍ରଷ୍ଟି ତରଫରୁ ବିହିତ ପଦକ୍ଷେପ ଗ୍ରହଣ କରାଯିବ । ଏହି ବୈଠକରେ ଟ୍ରଷ୍ଟ ବୋର୍ଡ଼ର ସଭାପତି ତଥା ଉପଜିଲ୍ଲାପାଳ ପୀତାମ୍ବର ସାମଲ ସହ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ତଥ୍ୟ ଉପସ୍ଥାପନ କରିଥିଲେ । ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଯତିନ୍ ପଣ୍ଡା କହିଥିଲେ ଜାଗର ଉସôବ କିପରି ଶାନ୍ତିଶୃଙ୍ଖଳା ପାଇଁ ଅଧିକ ଆବଶ୍ୟକ ପୋଲିସ୍ ଫୋର୍ସ ବ୍ୟବସ୍ଥା କରାଯିବ ସହିତ ପକେଟ୍ ମାର ଓ ଛନ୍ତାଇ ଭଳି ଅସମାଜିକ ବ୍ୟକ୍ତିଙ୍କ ଉପରେ ସାଧାପୋଷାକରେ ପୋଲିସ ମୁତୟନ କରଯିବ ଏବଂ ଅଧିକ ଭୀଡ ଲକ୍ଷ୍ୟକରି ଟ୍ରାଫିକ୍ ବ୍ୟବସ୍ଥା ଉପରେସଜାଗ ଦୃଷ୍ଟି ଯିବ ।
ଏହି ଉସôବ ରାତ୍ରୀ କାଳିନ ହେତୁ ସେହି ସମୟରେ ବିଦୁ୍ୟତ୍କାଟ ନକରିବା , ପର୍ଯ୍ୟାପ୍ତ ଆଲୋକ ବ୍ୟବସ୍ଥା, ରାସ୍ତାଘାଟ ମରାମତି, ଗମନାଗମର ସୁବିଧା ପାଇଁ ପାନୀୟ ଜଳପାଇଁ ଟ୍ୟାଙ୍କର ବ୍ୟବସ୍ଥା ସହିତ ପରିମଣ ସଫାସୂତୁରା ଓ ସ୍ୱାସ୍ଥ୍ୟସେବ ପାଇଁ ସ୍ୱାସ୍ଥ୍ୟକେନ୍ଦ୍ର୍ର ସହ ଆମ୍ବୁଲାନ୍ସ ଓ ଡ଼ାକ୍ତର ବ୍ୟବସ୍ଥା, ଯାତ୍ରା ପୂର୍ବରୁ ମାଦକ ଦ୍ରବ୍ୟ ବନ୍ଦ କରିବା, ସୂଚନାକେନ୍ଦ୍ର ଓ କଂଟ୍ରୋଲ ରୁମ୍ ଖୋଲିବା ଉପରେ ଆଲୋଚନା କରାଯାଇ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଳାପାଳ ନିଦେ୍ର୍ଦଶ ଦେଇଥିଲେ ।
ସେହିପରି ମାର୍ଚ୍ଚ ମାସରେ କୋଭିଡ୍ ଗାଇଡ୍ ଲାଇନ୍ ଆସିବା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଭଜନ ସମାରୋହ ଉପରେ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ ବୋଲି ଜିଲ୍ଲାପାଳ କହିଥିଲେ । ଜାଗରଯାତ୍ରା ଦିନ ସମୟରେ ଫେରିଘାଟ ଖୋଲା ରହିବ ଏବଂ ଭକ୍ତମାନଙ୍କର ସୁରକ୍ଷାପାଇଁ ସନ୍ଧ୍ୟା ୬ଘଟିକା ପରେ ଡ଼ଙ୍ଗା ଚଳାଚଳ ବନ୍ଦ ରଖିବା ସହିତ ଯାତ୍ରୀବାହୀ ଗାଡି ଏବଂ ଡଙ୍ଗା ଗୁଡ଼ିକରେ ଅତ୍ୟଧିକ ଯାତ୍ରୀ ପରିବହନ ଉପରେ କଟକଣା ଜାରି କରାଯାଇଛି । ଉକ୍ତ ବୈଠକରେ ଜିଲ୍ଲାପରିଷଦର ସଭାପତି ଦ୍ୱିଜବର ରାଉତ, ଅତିରିକ୍ତ ଜିଲ୍ଲାପାଳ ଇନ୍ଦ୍ରମଣି ନାୟକ, ସେବାୟତ ପ୍ରତିନିଧି ଏବଂ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ ସମେତ ବସ୍ସିଣ୍ଡିକେଟ୍ର ସଭାପତି, ସାମ୍ବାଦିକ, ଟ୍ରଷ୍ଟବୋର୍ଡ଼ କର୍ମକର୍ତ୍ତା, ବରିଷ୍ଠ ସେବାୟତମାନେ ଯୋଗଦାନ କରି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ମନ୍ଦିରର ଟ୍ରଷ୍ଟ ବୋର୍ଡ଼ର ସଭାପତି ତଥା ଉପଜିଲ୍ଲାପାଳ ପୀତାମ୍ବର ସାମଲ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
Comments are closed.