Odisha news

ବନ୍ତ : ମଣ୍ଡିରେ ଅବ୍ୟବସ୍ଥା ପ୍ରତିବାଦରେ ରାଜ୍ୟ ରାଜପଥକୁ ଅବରୋଧ କଲେ ଚାଷୀ

ବନ୍ତ  : ବନ୍ତ ବ୍ଲକ ଗଣିଜାଙ୍ଗ ସେବା ସମବାୟ ସମିତିର ଚାଷୀ ମାନେ ଧାନ ବିକି୍ର କରିବାରେ ଅସୁବିଧାର ସମ୍ମୁଖୀନ ହେବା ସହ ମଣ୍ଡିରେ ବିଭିନ୍ନ ଅବ୍ୟବସ୍ଥା ହେଉଥିବା ଅଭିଯୋଗ କରି ଶୁକ୍ରବାର ଭଦ୍ରକ-ଆନନ୍ଦପୁର ୫୩ନଂ.ରାଜ୍ୟ ରାଜପଥର କାଶିପୁର-ତରଡିପାଳ ଛକ ଠାରେ ଧାନ ଢାଳି ରାସ୍ତା ଅବରୋଧ କରିଥିଲେ । ପରେ ଜିଲା ପ୍ରଶାସନର ପ୍ରତିଶୃତି ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା । ପ୍ରକାଶ ଯେ, ଗଣିଜାଙ୍ଗ ସେବା ସମବାୟ ସମିତିର କର୍ମଚାରୀ ମାନେ ଚାଷୀଙ୍କ ଧାନ ନକିଣି ବେପାରୀଙ୍କ ଠାରୁ ଧାନକ୍ରୟ କରୁଛନ୍ତି । ମଣ୍ଡିରେ ଚାଷୀ ମାନଙ୍କୁ ଅସମ୍ମାନୀତ କରାଯାଉଛି । ଚାଷୀ ମାନଙ୍କୁ ଅଖାବସ୍ତା ନଦେଇ ବେପାରୀ ମାନଙ୍କୁ ଦିଆଯାଉଛି । ଟୋକନ ତାରିଖ ଅନୁଯାୟୀ ଧାନ କିଣା ନଯାଇ ମନଇଛା ଧାନ କିଣାଯାଉଛି । ଉପରୋକ୍ତ ସମସ୍ୟାର ସମାଧାନ ନେଇ ଚାଷୀ ମାନେ ଜିଲା ଯୋଗାଣ ବିଭାଗ ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଥିଲେ । ମାତ୍ର ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାନଯିବାରୁ ଆଜି ଚାଷୀ ମାନେ ରାସ୍ତାରେ ଧାନ ଢାଳି ରାସ୍ତାରୋକ କରିଥିଲେ । ଏଥିରେ ଜିଲା ଚାଷୀ ନେତା ସତ୍ୟ ରଂଜନ ନାୟକ, ଜିଲା ଚାଷୀ କମିଟିର ପରାମର୍ଶଦାତା ମାନସ ସାହୁ, ଭଦ୍ରକ ବ୍ଲକର ଚାଷୀ ନେତା ସୀତାକାନ୍ତ ସାହୁ, ଜିଲା ଚାଷୀ କମିଟିର ଉପଦେଷ୍ଟା ବିଜୟ ଭୂଷଣ ନାୟକ, ବନ୍ତ ବ୍ଲକ ସିଟୁ ନେତା ମହେଶ୍ୱର ନାୟକ, ନବ ନିର୍ମାଣ କୃଷକ ସଂଗଠନର ଜିଲା ସଂଯୋଜକ ତି୍ରଲୋଚନ ପଣ୍ଡାଙ୍କ ସମେତ ବହୁ ଚାଷୀ, ଯୁବଛାତ୍ର ଓ ମହିଳା ମାନେ ସାମିଲ ଥିଲେ । ଦିନ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ଏହି ରାସ୍ତାରୋକ ଚାଲିଥିଲା । ପରେ ଜିଲା ଯୋଗାଣ ଅଧିକାରୀ ରଂଜନ ସେଠ, ଅତିରିକ୍ତ ତହସିଲଦାର ବିନିତାରାଣୀ କିସ୍କୁ, ବ୍ଳକ ଯୋଗାଣ ଅଧିକାରୀ ଅଶୋକ କୁମାର ବେହେରା, ବନ୍ତ ଆଇଆଇସି ମୀନା ବିନ୍ଧାଣୀ, ଭଦ୍ରକ ଗ୍ରାମାଞ୍ଚଳ ପୋଲିସ କର୍ମଚାରୀ ମାନେ ଘଟଣା ପହଞ୍ଚô ଚାଷୀ ମାନଙ୍କ ସହ ଆଲୋଚନା କରିଥିଲେ । ସମିତିର ସଂପାଦକ ଓ କର୍ମଚାରୀଙ୍କୁ ଡକାଇ ରାସ୍ତା ଉପରେ ପଡିଥିବା ଧାନକୁ ତୁରନ୍ତ ମଣ୍ଡିକୁ ନେଇ ଟୋକନ ଅନୁଯାୟୀ କ୍ର୍ରୟ କରିବାକୁ ନିଦେ୍ର୍ଦଶ ଦେବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା । ଏହି ରାସ୍ତାରୋକ ଫଳରେ ୨ ଘଣ୍ଟା ଧରି ଉଭୟ ପାଶ୍ୱର୍ର ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା ।

Govt

Comments are closed.