ନୂଆଦିଲ୍ଲୀ : ଆମେରିକା କାଶ୍ମିରକୁ ନେଇ ଏକ ଟ୍ୱିଟ ଏପରି କରିଛି ଯେ ଯାହା ପାକିସ୍ତାନକୁ ଝଟକା ଲାଗିଛି l ଆମେରିକାର ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଏକ ଟ୍ୱିଟର ଜରିଆରେ ଜମ୍ମୁକାଶ୍ମୀରକୁ “ବିବାଦିତ କ୍ଷତ୍ର” ନକହିବା କାରଣରୁ ପାକିସ୍ତାନକୁ ଝଟକା ଲାଗିଛି l ଆମେରିକାର ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଟ୍ୱିଟ କରି କୁହାଯାଇଥିଲା ,” ଆମେ ଭାରତର ଜମ୍ମୁକାଶ୍ମୀରରେ 4G ମୋବାଇଲ ଇଣ୍ଟରନେଟ ସେବା ଆରମ୍ଭ ହେବାକୁ ସ୍ୱାଗତ କରୁଛୁ l ଏହା ସ୍ଥାନୀୟ ଲୋକଙ୍କ ପାଇଁ ଗୋଟିଏ ମୁଖ୍ୟ ପଦକ୍ଷପ ଅଟେ ଓ ଆମେ ଆଶା କରୁଛୁ ଯେ ଆଗାମୀ ଦିନରେ ଜମ୍ମୁକାଶ୍ମୀରରେ ରାଜନୈତିକ ଓ ଆର୍ଥିକ ପ୍ରଗତି ଜରିଆରେ ଅବସ୍ଥା ସାମାନ୍ୟ ହୋଇଯିବ l
“ଆମେରିକାର ଟ୍ଵିଟରେ ପାକିସ୍ତାନର ବିଦେଶ ମନ୍ତ୍ରଣାଳୟ ପ୍ରବକ୍ତା ବିରୋଧ କରି ଲେଖିଛନ୍ତି “ଆମେରିକାର ବିଦେଶ ମନ୍ତ୍ରଣାଳୟର ଟ୍ଵିଟରେ କାଶ୍ମିରକୁ ଯେପରି ଭାବରେ ଆଲୋଚନା କରାଯାଇଛି ,ତା ଦ୍ୱାରା ପାକିସ୍ତାନ ନିରାଶ ହୋଇଛି l କାଶ୍ମିରକୁ ବିବାଦିତ କ୍ଷତ୍ର ନକହିବା ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦର ପ୍ରସ୍ତାବ ଓ ଅନ୍ତରାଷ୍ଟ୍ରୀୟ ବିରୁଦ୍ଧରେ ଅଟେ l” ପରେ ଆମେରିକାର ବିଦେଶ ମନ୍ତ୍ରଣାଳୟ ପ୍ରବକ୍ତାଙ୍କୁ ଗଣମାଧ୍ୟମ ପ୍ରତିନିଧି ମାନେ ପ୍ରଶ୍ନ କରିବାରୁ ସେ କହିଥିଲେ କାଶ୍ମିରକୁ ନେଇ ଆମେରିକାର ନୀତିରେ କୌଣସି ପରିବର୍ତ୍ତନ ଆସିନାହିଁ l ପାକିସ୍ତାନର ବିଦେଶ ମନ୍ତ୍ରୀ ସାହା ମେହେମୁଦ କୁରେସି ମଧ୍ୟ ଗୁରୁବାର ଦିନ ବାଇଡେନ ପ୍ରଶାସନକୁ ଗୁହାରି କରୁଥିବାର ନଜର ଆସିଥିଲେ l
କୁରେସି କହିଥିଲେ ଯେ କାଶ୍ମୀରର ସତ୍ୟତାକୁ ବାଇଡେନ ପ୍ରଶାସନ ଅଣଦେଖା କରିବା ଉଚିତ ନୁହେଁ l କୁରେସି ଚେତାବନୀ ଦେଲା ଭଳି କହିଥିଲେ ଯେ ଡେରି ହେବ ପୂର୍ବରୁ କାଶ୍ମୀର ବିବାଦର ସମାଧାନ ହୋଇଯିବା ଆବଶ୍ୟକ l କୁରେସି ଆହୁରି ମଧ୍ୟ କହିଥିଲେ ଯେ ପାକିସ୍ତାନ ବିଶ୍ୱାସ ରଖିଛି ବାଇଡେନ ପ୍ରଶାସନ ଏହାକୁ ନେଇ କୌଣସି ରାସ୍ତା ବାହାର କରିବେ l କୁରେସି ଇସ୍ଲାମିକ ସହଯୋଗ ସଂଗଠନ ଆଡକୁ ଇଂଗିତ କରି କହିଛନ୍ତି କାଶ୍ମୀର ପ୍ରସଙ୍ଗରେ ନିଜ ଲୋକ ମାନଙ୍କ ଭାବନାକୁ ସମ୍ମାନ ଦେବା ଆବଶ୍ୟକ l ମୁଁ ଆଶା ରଖୁଛି ଯେ ଇସ୍ଲାମିକ ସଂଗଠନ ଗୁଡିକ ନିଜ ଲୋକ ମାନଙ୍କର ଭାବନାକୁ ଅଣଦେଖା ନକରି ପ୍ରାଧାନ୍ୟ ଦେବେ l ଏଠାରେ କହି ରଖୁଛୁ ଯେ ସୌଦିଅରବର ନେତୃତ୍ୱରେ ରହିଥିବା ଇସ୍ଲାମିକ ସହଯୋଗ ସଂଗଠନ ଗୁଡିକ ଉପରେ ପାକିସ୍ତାନ କାଶ୍ମିରକୁ ନେଇ ଅନେକ ଚାପ ପକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସବୁକିଛି ବୃଥା ହୋଇଥିଲା l
Comments are closed.