ଭୁବନେଶ୍ୱରର ବିମାନବନ୍ଦରରୁ ପୁଣି ସୁନା ଜବତ
ଭୁବନେଶ୍ୱର,୩୧ ଅଗଷ୍ଟ – ପୁଣି ଥରେ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ସୁନା ଜବତ କରାଯାଇଛି । ଶୁକ୍ରବାର ଦିନ ବିମାନ ବନ୍ଦରରୁ ଚୋରାଚାଲାଣ ହେଉଥିବା ବେଳେ ୩୪୦ ଗ୍ରାମ ସୁନା ଜବତ କରାଯାଇଛି । ଜବତ ସୁନାର ମୂଲ୍ୟ ପ୍ରାୟ ୧୦ ଲକ୍ଷ ୫୬ ହଜାର ଟଙ୍କା ହେବ । କ୍ୱାଲାଲମ୍ପପୁରରୁ ଚେନ୍ନାଇକୁ ସୁନା ଚୋରା ·ଲାଣ ବେଳେ ଭୁବନେଶ୍ୱର ବିମାନବନ୍ଦରରେ କଷ୍ଟମ୍ସ ବିଭାଗ ଦ୍ୱାରା ସୁନା ଧରାପଡିଥିଲା ।
ଏହି ଘଟଣାରେ ଦୁଇ ଜଣଙ୍କ ଅଟକ ରଖାଯାଇ ପଚରାଉଚରା କରାଯାଉଛି । ପୂର୍ବରୁ ବହୁବାର ଭୁବନେଶ୍ୱ ଏୟାରପୋର୍ଟରୁ ସୁନା ଜବତ କରଯାଇଛି ।