Odisha news

ଗୀତା ବାଣୀ : ଯେଉଁ ବ୍ୟକ୍ତି ଅନ୍ୟାୟ କୁ ଦେଖି ଚୁପ ରହିଥାଏ ସେହିଁ ସବୁଠୁ ବଡ଼ ଅନ୍ୟାୟୀ

0

ଶ୍ରୀମଦ୍ଭଗବତ ଭଗବତ ଗୀତା ମଣିଷ ଜୀବନ ର ସତ୍ୟତା କୁ ଦର୍ଶାଇଥାଏ l ମହାଭାରତ ଯୁଦ୍ଧ ସମୟରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଦେଇଥିବା ଉପଦେଶ ହେଉଛି ଗୀତା ବାଣୀ ଭାବରେ ପ୍ରସିଦ୍ଧ ଅଟେ l ଗୀତା ର ବାଣୀ ଦର୍ଶାଇଥାଏ ଯେ ମଣିଷ ନିଜକୁ ଏହି ମୋହମାୟା ସଂସାରରୁ ନିହାତି ଦୁରେଇ ରଖିବା ଜରୁରୀ l

– ଶ୍ରୀକୃଷ୍ଣ ଗୀତା ରେ କହିଛନ୍ତି ଭଗବାନ ଙ୍କ ଉପାସନା କେବଳ ଶରୀର ରୁ ନୁହେଁ ବରଂ ଅନ୍ତର ମଧ୍ୟରୁ ପ୍ରାର୍ଥନା କରିବା ଉଚିତ l କାହିଁକି ନା ଏହି ମୋହମାୟା ସଂସାର ରେ କେବଳ ଈଶ୍ୱର ହିଁ ସତ୍ୟ l

– ମନୁଷ୍ୟର ବାସନା ହିଁ ତାର ଦୁଃଖ ର କାରଣ, ଇନ୍ଦ୍ରିୟ ମାନଙ୍କ ର ଅଧିନ ମନୁଷ୍ୟ ତେଣୁ ସେ ସର୍ବଦା ଦୁଃଖ କଷ୍ଟର ସମୁଖୀନ ହୋଇଥାଏ l

– ସଂଯମ, ଏବଂ ଧର୍ଯ୍ୟ , ସ୍ନେହ ଓ ସେବାଭଳି ଗୁଣ ସତ୍ସଙ୍ଗ ବିନା ସମ୍ଭବ ନୁହେଁ , ଶ୍ରୀକୃଷ୍ଣ କହିଛନ୍ତି ଯେ ମନୁଷ୍ୟ ବସ୍ତ୍ର ପରିବର୍ତନ କରିବା ଉଚିତ ନୁହେଁ, ମଣିଷ ନିଜର ହୃଦୟ ପରିବର୍ତନ କରିବା ଆବଶ୍ୟକ l

– ପାପ ମଣିଷକୁ କ୍ଷଣିକ ସୁଖ ଦେଇଥାଏ, ଯାହାକି ମଣିଷ ଯୁବକ ଅବସ୍ଥାରେ କରିଥାଏ l କିନ୍ତୁ ଏହା ବୃଦ୍ଧା ଅଵସ୍ଥା ରେ ତାର ଦୁଃଖର କାରଣ ହୋଇଥାଏ l ମଣିଷ ନିଜ କର୍ମ ଫଳ ଏହିଠାରେ ହିଁ ଭୋଗୀ ଥାଏ l

– ଜୁଆ, ମଦୀରାପନ, ପର ସ୍ତ୍ରୀ ପ୍ରତି ଆକର୍ଷଣ, ହିଂସା, ଅସତ୍ୟ, ଆଶକ୍ତି ଓ ନିର୍ଯ୍ୟାତନା ଏହି କଳିଯୁଗ ରେ ବାସ କରିଥାଏ l ଏହାକୁ ତ୍ୟାଗ କରି ସଦମାର୍ଗ ରେ ନିଜକୁ ପରିଚାଳିତ କରିବା ଉଚିତ l

– କଳିଯୁଗ ରେ ଲୋଭ ଓ ମୋହ ମନୁଷ୍ୟର ମାତାପିତା ଅଟନ୍ତି l ତେଣୁ ଏହିଥିରୁ ନିଜକୁ ନିବୃତ ରଖିବା ଉଚିତ l ନଚେତ ପାପର କୁଣ୍ଡରେ ମଣିଷ ପଶି ଯାଇଥାଏ l

– ନାରୀ କୁ ସମ୍ମାନ, ଗୁରୁଜନ ଙ୍କୁ ଆଦର , ପାପ କୁ ବିରୋଧ ନିହାତି କରିବା ଜରୁରୀ l କାହିଁକି ନା ଯେ କେହି ବ୍ୟକ୍ତି ଅନ୍ୟାୟ କୁ ମୁକ ହୋଇ ଦେଖି ଚୁପ ରହିଥାଏ, ସେହିଁ ସବୁଠୁ ବଡ଼ ଅନ୍ୟାୟୀ ଅଟେ ଏବଂ ଭଗବାନ ତାକୁ କଦାପି ବିଶ୍ୱାସ କରନ୍ତି ନାହିଁ l

Leave A Reply