ଗୋଟିଏ ଅଧ୍ୟୟନ ଅନୁସାରେ ଭାରତୀୟ ମହିଳା ମାନଙ୍କ ମଧ୍ୟରେ ଓଭାରିଆନ କ୍ୟାନ୍ସର ର ବିପଦ l ଭାରତ ରେ ଏହି କ୍ୟାନ୍ସର ସାଧାରଣ କ୍ୟାନ୍ସର ହୋଇଯାଇଛି l ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ ର ସୂଚନା ଅନୁସାରେ ଭାରତରେ ପ୍ରତି ୧ଲକ୍ଷ ମହିଳା ମାନଙ୍କ ମଧ୍ୟରେ ୬ .୮ ପ୍ରତିଶତ ଆନୁମାନିକ ରହିଛି l ଓଭାରିଆନ କ୍ୟାନ୍ସର ସେତେବେଳେ ଦେଖିବାକୁ ମିଳିଥାଏ ଯେତେବେଳେ ଓଭାରି ରେ କ୍ୟାନ୍ସର ସେଲ୍ ଦ୍ରୁତ ବେଗରେ ବୃଦ୍ଧି ପାଇଥାଏ l
ଓଭାରିଆନ କ୍ୟାନ୍ସର ଗୋଟିଏ ସାଇଲେଣ୍ଟ କିଲର –
ଓଭାରିଆନ କ୍ୟାନ୍ସର ଗୋଟିଏ ସାଇଲେଣ୍ଟ କିଲର ଭଳି କାର୍ଯ୍ୟ କରିଥାଏ l ଆରମ୍ଭରେ ଯଦି ଏହାର ଲକ୍ଷଣ ଜଣାପଡି ଯାଏ ତେବେ ଚିକିତ୍ସା ସମ୍ଭବ ଅଟେ l କିନ୍ତୁ ଯଦି ଏହା ଶରୀରର ଅନ୍ୟ ଅଙ୍ଗକୁ ବ୍ୟାପି ଯାଇଥାଏ ତେବେ ଚିକିତ୍ସା ସମ୍ଭବ ହୋଇନଥାଏ l
ଏହି କାରଣରୁ ଭାରତୀୟ ମହିଳା ମାନଙ୍କ ମଧ୍ୟରେ ବୃଦ୍ଧି ପାଇଥାଏ ଓଭାରିଆନ କ୍ୟାନ୍ସର –
– ଇଣ୍ଡିଆ ଟୁଡ଼େ ର ସୂଚନା ଅନୁସାରେ ଓଭାରିଆନ କ୍ୟାନ୍ସର ର ବିପଦ ବୟସ ବୃଦ୍ଧି ସହିତ ଅଧିକ ଦେଖିବାକୁ ମିଳିଥାଏ l ଏହି କାରଣରୁ ମଧ୍ୟ ଓଭାରିଆନ କ୍ୟାନ୍ସର ବିପଦ ଅଧିକ ବିପଦ ବଢି ଯାଇଥାଏ l
– ମୋଟାପଣ , ଓଭାରିଆନ କ୍ୟାନ୍ସର ର ଫ୍ୟାମିଲି ହିଷ୍ଟ୍ରୀ, ଗର୍ଭପାତ ନହେବା , ବାରମ୍ବାର ପରିଶ୍ରା ଲାଗିବା, ପେଟ ଫୁଙ୍କି ରହିବା, ଏବଂ ପେଟରେ ଯନ୍ତ୍ରଣା ଅନୁଭୂତ ହେବା କୋଷ୍ଠ କାଠିନ୍ୟ ଓ ଗ୍ୟାସ ସମସ୍ୟା ଓଭାରିଆନ କ୍ୟାନ୍ସର ର ଲକ୍ଷଣ ଅଟେ l
– ଅଚାନକ ଭାବରେ ଓଜନ ହ୍ରାସ ଓ ଓଜନ ବୃଦ୍ଧି ,ମଧ୍ୟ ଓଭାରିଆନ କ୍ୟାନ୍ସର ର ଲକ୍ଷଣ ଅଟେ l ଏହିସବୁ କ୍ଷେତ୍ରରେ ମଧ୍ୟ କ୍ୟାନ୍ସର ଜଣାପଡିବା କଷ୍ଟକର ଅଟେ l ତେଣୁ ଓଭାରିଆନ କ୍ୟାନ୍ସର କୁ ସାଇଲେଣ୍ଟ କିଲର ବୋଲି କୁହାଯାଇ ଥାଏ l ତେଣୁ ସମୟ ଥାଉ ଥାଉ ସତର୍କ ନରହିଲେ ଏହା ସମ୍ପୂର୍ଣ ଶରୀର ରେ ଧୀରେ ଧୀରେ ବ୍ୟାପୀ ଯାଇଥାଏ l
