ଗଞ୍ଜାମ :29.10 : ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ପଞ୍ଚାୟତ କାର୍ଯ୍ୟାଳୟ ରେ ବେଟି ବଚାଓ ବେଟି ପଢ଼ାଓ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ସିଡିପିଓ ସଲୀଳା ପ୍ରଧାନ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ସ୍ତରୀୟ ରିସର୍ଚ୍ଚ ପର୍ସନ ଦେବବ୍ରତ ମହନ୍ତ, ଆଇ ସି ଡି ଏସ ମହିଳା ସୁପରଭାଇଜର ସମିତା ଦାଶ ପ୍ରମୁଖ ଯୋଗଦେଇ ବେଟି ବଚାଓ ବେଟି ବଢ଼ାଓ ର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ l ସ୍ୱୟଂ ସହାୟିକା ଗୋଷ୍ଟି ଓ କିଶୋରୀ ବାଳିକା ମାନଙ୍କୁ ନେଇ ଆୟୋଜିତ କାର୍ଯ୍ୟକ୍ରମକୁ ପ୍ରୋଗ୍ରାମ ସଂଯୋଜକ ସୁପରିଚାଳନା କରିଥିଲେ l ଏହି କାର୍ଯ୍ୟକ୍ରମର ମୂଳଲକ୍ଷ୍ୟ ପ୍ରତ୍ୟେକ ପରିବାର ରେ କନ୍ୟା ଶିଶୁଟିଏ କିଭଳି ସୁରକ୍ଷିତ ଭାବେ ବଞ୍ଚିରହିବ ଏବଂ ତାର ସ୍ୱାସ୍ଥ୍ୟ, ଶିକ୍ଷା ଓ ପୋଷଣ କ୍ଷେତ୍ରରେ ସାମଗ୍ରିକ ବିକାଶ ରେ ଅଗ୍ରଗତି ଘଟି ପାରିବ ସେ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା l ଶିଶୁ ଅଧିକାର, ପୋକସୋ ଆକ୍ଟ, ଗର୍ଭ ନିରୋଧକ ଆଇନ, ବାଲ୍ୟ ବିବାହ ନିରୋଧ ଆଇନ, ଡୋମାଷ୍ଟିକ ଭାଓଲାନ୍ସ ଆକ୍ଟ ଉପରେ ବିଶେଷଭାବରେ ଆଲୋଚନା ହୋଇଥିଲା l