Odisha news

ଘଟଗାଁରେ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ଶିବିର

0
ଗୋଳlବନ୍ଧ : ଆଜି ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନ ସୌଜନ୍ୟରୁ ଘଟଗାଁ ବ୍ଲକ ସମ୍ମିଳନୀ କକ୍ଷରେ ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ପାଇଁ ଟେବଲ-ଟପ-ଆଲୋଚନା ଅନୁଷ୍ଠିତ ହୋଇଯାଇଛି। ସମ୍ଭାବ୍ୟ ବନ୍ୟା, ବାତ୍ୟା ଓ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟକୁ ସଫଳତାର ସହ ମୁକାବିଲା କରି ଧନ ଜୀବନ ରକ୍ଷା କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ବାତ୍ୟା ଓ ବନ୍ୟା ପରେ ପରେ ଖାଦ୍ୟାଭାବ, ସଂକ୍ରାମକ ରୋଗ , ବାସସ୍ଥଳୀର ଅଭାବ, ବିଦ୍ୟୁତ, ଟେଲିଫୋନ ସେବା ଓ ପାନୀୟ ଜଳ ସୁବନ୍ଦୋବସ୍ତ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସମ୍ବଳ ବ୍ୟକ୍ତିତ୍ୱ ରୂପେ ଜିଲ୍ଲା କାର୍ଯ୍ୟାଳୟରୁ ସଞ୍ଜୟ ଖିଲାର ଯୋଗଦେଇ ଆଲୋଚନା ପ୍ରକ୍ରିୟାକୁ ଅବ୍ୟାହତ ରଖିଥିଲେ। ତହସିଲଦାର ଜନକ କୁମାର ନାୟକ, ଏବିଡ଼ିଓ ଚିତ୍ତରଞ୍ଜନ ନାୟକ, ଉପାଧ୍ୟକ୍ଷ ଯଦୁମଣି ନାୟକ, ଭାରପ୍ରାପ୍ତ ଜିପିଇଓ ନୀଳମଣି ଜେନାଙ୍କ ସମେତ ପଞ୍ଚାୟତିରାଜ ପ୍ରତିନିଧି, ନିର୍ବାହୀ ଅଧିକାରୀ, ଜିଆରଏସ, ଅଗ୍ନିଶମ ଅଧିକାରୀ, ବ୍ଲକ ପ୍ରାଣୀଧନ ଅଧିକାରୀ, ମୃତ୍ତିକା ସରଂକ୍ଷଣ ଅଧିକାରୀ, ବ୍ଲକ ଶିକ୍ଷାଧିକାରୀ , ବ୍ଲକ ମତ୍ସ୍ୟ ସମ୍ପ୍ରସାରଣ ଅଧିକାରୀ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ଅଧିକାରୀ ମାନେ ସକ୍ରିୟ ଅଂଶଗ୍ରହଣ କରି ଏହାକୁ ସଫଳ କରିଥିଲେ।
IEC 2 years
Leave A Reply