କାକଟପୁର 18/6 କାକଟପୁର ଥାନା ଅନ୍ତର୍ଗତ ନଇଗୁଆଁ ଗ୍ରାମର ଯୁବ ବ୍ୟବସାୟୀ ସୁକାନ୍ତ ବଳ (48) ଙ୍କର ଅକାଳ ବିୟୋଗ ରେ ସାରା କାକଟପୁର ଅସ୍ତରଙ୍ଗ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l ସେ ଦୀର୍ଘ ଦିନ ଧରି କଲିକତା ରେ ସପରିବାରେ ରହି ବିଭିନ୍ନ ବ୍ୟବସାୟ ରେ ଜଡିତ ଥିଲେ l ହଠାତ ତାଙ୍କ ଦେହ ଅସୁସ୍ଥ ହେବାରୁ ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସା ହେଉଥିଲେ l ଗତ ସୋମବାର ଦିନ ଚିକିତ୍ସା ଧୀନ ଥିଲାବେଳେ ଆଖି ବୁଜିଥିଲେ l ତାଙ୍କ ମୃତ୍ୟୁ ନିକଟରେ ପତ୍ନୀ, ପୁତ୍ର ଅମିତି, ଆଦିତ୍ୟ ପୁତୁରା ଅଶ୍ୱିନୀ,ଆଶୁତୋଷ ଓ ଭାଇ ଅଶୋକ ଉପସ୍ଥିତ ଥିଲେ l ତାଙ୍କର ଅନ୍ତିମ ସଂସ୍କାର ଗ୍ରାମସ୍ମସାନ ରେ ହୋଇଥିଲା l ପରିବାର, ବନ୍ଧୁବର୍ଗ ଓ ଗ୍ରାମ ବାସୀ ଉପସ୍ଥିତ ଥିଲେ l ସେଠାରେ ଏକ ଶୋକାକୁଳ ପରିବେଶ ସୃଷ୍ଠି ହୋଇଥିଲା l