ଘଟଗାଁ- ଘଟଗାଁ ବନ ବିଭାଗ ଦ୍ୱାରା ଲକ୍ଷାଧିକ ମୁଲ୍ୟର କାଠ ଗଣ୍ଡି ସହ ଏକ ପିକଅପ ଭ୍ୟାନକୁ ଜବତ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଘଟଗାଁ ବ୍ଲକ ବାରାହାଟିପୁରା ଗ୍ରାମ ନିକଟରେ କାଠ ମାଫିଆ ମାନେ କାଠ କାଟି ଚାଲାଣ କରିବାର ପ୍ରୟାସ କରୁଥିବା ନେଇ କୌଣସି ସୂତ୍ରରୁ କେନ୍ଦୁଝର ଏସସିଏଫ ଘନଶ୍ୟାମ ମହାନ୍ତଙ୍କ ଖବର ପାଇ ବନକର୍ମଚାରୀ ମାନଙ୍କ ସହ ଉକ୍ତ ସ୍ଥାନରେ ଚଢାଉ କରିଥିଲା ।
ଏହି ଚଢାଉ ବେଳେ କାଠ ମାଫିଆ ମାନେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଘଟଣା ସ୍ଥଳରୁ ଲକ୍ଷାଧିକ ଟଙ୍କାର କାଠଗଣ୍ଡିକୁ ବନବିଭାଗ ଜବତ କରିବା ସହ ଙଊ୧୧-ଇ-୩୬୦୮ ନମ୍ବର ଥିବା ଏକ ପିକଅପ ଭ୍ୟାନକୁ ମଧ୍ୟ ଜବତ କରି ଘଟଗାଁ ବନବିଭାଗ କାର୍ଯ୍ୟଳୟକୁ ଅଣାଯାଇଛି । ତେବେ କାଠ ମାଫିଆ ମାନଙ୍କୁ ଧରିବା ପାଇଁ ବନବିଭାଗ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିବା ଜଣାପଡିଛି ।