ଫୁଲବାଣୀ: ଅସହାୟ ବୃଦ୍ଧାଙ୍କ ସହଯୋଗର ହାତବଢାଇଛନ୍ତି ଯୁବ ସାମ୍ବାଦିକ ବିକାଶ କୁମାର ଦିଗାଲ ଓ ତାଙ୍କ ବନ୍ଧୁ ସମୀର କୁମାର ଝାଙ୍କର । କନ୍ଧମାଳ ଜିଲା ଖଜୁରିପଡ଼ା ବ୍ଳକ ଅନ୍ତର୍ଗତ ପିଣ୍ଡାବାଡ଼ି ରାସ୍ତା କଡ଼ରେ ଜଣେ ବୃଦ୍ଧା ଦୀର୍ଘ ସମୟ ଧରି ପଡ଼ିଥିବା ବେଳେ କେହି ତାଙ୍କ ପ୍ରତି ସାମାନ୍ୟ ଦୃଷ୍ଟି ମଧ୍ୟ ଦେଇନଥିଲୋ ଅପରାହ୍ନ ପ୍ରାୟ ୪ଟା ବେଳେ ଗଣମାଧ୍ୟମ ପ୍ରତିନିଧି ବିକାଶ ସେହି ରାସ୍ତାଦେଇ ଯାଉଥିବା ବେଳେ ସେଠାରେ ଅଟକିବା ସହିତ ଉକ୍ତ ଅସହାୟ ବୃଦ୍ଧାଙ୍କୁ ସହଯୋଗପାଇଁ ହାତ ବଢାଇଥିଲେ । ଏହିସମୟରେ ତାଙ୍କ ସହଯୋଗ କରିଥିଲେ ଯୁବ ସ୍ୱେଚ୍ଛାସେବୀ ସୀମର । ଘଟଣା ସ୍ଥଳରୁ ଆମ୍ବୁଲାନ୍ସ ପାଇଁ ଫୋନ୍ କରିଥିଲେ ମଧ୍ୟ ଆମ୍ବୁଲାନ୍ସନଥିବାର ସେପଟୁ ଜଣାଯିବା ପରେ ଏହି ୨ ବନ୍ଧୁ ସଙ୍ଗେ ସଙ୍ଗେି ଖଜୁରିପଡ଼ା ସ୍ଥିତ ଦମକଳ ବାହିନିଙ୍କୁ ଖବର ଦେଇଥିଲେ ।
ଖବର ପାଇଁ ଦମକଳ ବାହିନି ଘଟଣା ସ୍ଥଳରେପହଞ୍ଚି ଅସହାୟକ ବୃଦ୍ଧାକୁ ଉଠାଇବା ସହିତ ଚିକିତ୍ସା ପାଇଁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଏହି ସମୟରେ ଉଭ୍ରୟ ବନ୍ଧୁ ମଧ୍ୟ ଏଥିରେ ସାମିଲ୍ ହୋଇ ଡ଼ାକ୍ତରଖାନା ଆସିବା ସହିତ ଘଟଣା ସଂପର୍କରେ ଟିମ୍ ହୁ୍ୟମାନିଟିକୁ ଖବର ଦେଇଥିଲେ । ଖବର ପାଇଁ ଟିମ୍ ହୁ୍ୟମାନିଟର ସଦସ୍ୟମାନେ ପହଞ୍ଚି ମଧ୍ୟ ସହଯୋଗର ହାତ ବଢାଇଥିଲେ । ତେବେ ବିକାଶ , ସୀମର ଓ ଦମକଳ ବାହିନିର କର୍ମଚାରୀ ମାନେ ଉକ୍ତ ଅସହାୟକ ବୃଦ୍ଧାଙ୍କୁ ଚିକିତ୍ସା ପାଇଁ ଡ଼ାକ୍ତରଖାନା ଆଣିଥିଲେ ମଧ୍ୟ ସେହି ସମୟରେ ଦାୟିତ୍ୱରେ ଥିବା ଡ଼ାକ୍ତର ଉକ୍ତ ମହିଳାଙ୍କ ପରିଚୟ ନଜଣାପଡ଼ିଲେ ଚିକିତ୍ସା କରାଯିବ ନାହିଁ କିମ୍ବା ଡ଼ାକ୍ତରଖାନାରେ ଭର୍ତ୍ତି କରାଯିବ ନାହିଁ ବୋଲି ରୋକଠୋକ୍ ଭାବେ କହିବା ପରେ ଏନେଇ କିଛି ସମୟ ସେଠରେ ଅସନ୍ତୋଷଦେଖାଯାଇଥିଲେ ମଧ୍ୟ ଘଟଣା ସଂମ୍ପର୍କରେ ଜିଲା ପ୍ରଶାସନର ବରିଷ୍ଠ ଅଧିକାରୀ ଓ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ମାନଙ୍କୁ ଅବଗତ କରାଯିବା ପରେ ଦାୟିତ୍ୱରେ ଥିବା ଡ଼ାକ୍ତର ତୁରନ୍ତ ଚିକିତ୍ସା କରିବାକୁ ବାଧ୍ୟ ହେବା ସହିତ ଡ଼ାକ୍ତରଖାନାରେ ଭର୍ତ୍ତି କରିଥିଲେ ।
ସେଠାରେ ବୃଦ୍ଧାଙ୍କୁ ଚିକିତ୍ସା କରାଯିବା ସହିତ ଟିମ୍ର କିଛି ବ୍ୟକ୍ତି ନୂତନ କମଳ ସହିତ ଅନ୍ୟ କେତେକ ଜିନିଷ ମଧ୍ୟ ପ୍ରଦାନ କରିଛନ୍ତିା ବର୍ତ୍ତମାନ ରିପୋର୍ଟ ଲେଖାହେବା ସୁଦ୍ଧା ବୃଦ୍ଧା ଜଣକ ଚିକିତ୍ସିତ ହେଉଥିବା ବେଳେ ବହୁ ସଦସ୍ୟମାନେ ମଧ୍ୟ ତୁହାକୁ ତୁହା ସେଠାରେ ପହଞ୍ଚି ଟିକିନିଖି ଖବର ରଖୁଥିବାର ଜଣାଯାଇଛି । ଯୁବକ ମାନଙ୍କର ଏଭଳି ସହଯୋଗ ପାଇଁ ବିଭିନ୍ନ ମହଲରେ ସାଧୁବାଦ ପ୍ରଦାନ କରାଯାଇଛି । ତେବେ ଉକ୍ତ ଅସହାୟ ଭାବେ ପଡ଼ିଥିବା ବୃଦ୍ଧା ଜଣକ ଚିକିତ୍ସାପରେ ସାମାନ୍ୟ ସୁଦ୍ଧ ହୋଇ ନିଜକୁ ଇନ୍ଦୁମତି କହଁର ଓ ତାଙ୍କ ଘର ମାଳଭୂଇଁ ବୋଲି ସୂଚନା ଦେଇଥିବାର ଜଣାଯାଇଛି ।