ଘଟଗାଁ ଥାନା ଅନ୍ତର୍ଗତ ସାନ୍ତରାପୁର ପଞ୍ଚାୟତର ମୁଣ୍ଡା ସାହିର ଦୁଇଜଣ ମହିଳା ଆଜି ବଜ୍ରାଘାତରେ ମୃତ୍ୟୁବରଣ କରିଛନ୍ତି l ମୃତକ ଦୁଇଜଣ ହେଲେ ବିନତୀ ମୁଣ୍ଡା ( ୩୨) ଓ ହୀରା ମୁଣ୍ଡା ( ୬୫) l ଦୁହେଁ ନିକଟବର୍ତୀ ଜଙ୍ଗଲ କୁ ଛେଳି ଚରାଇବାକୁ ଯାଇଥିଲେ l ତେବେ ଅପରାହ୍ଣ ଦୁଇଟା ବେଳେ ହଠାତ ଖୁବ୍ ଜୋରରେ ଘଡ଼ଘଡ଼ି ସହିତ ବର୍ଷା ହୋଇଥିଲା l ଦୁହେଁ ଗୋଟିଏ ପଥର ଖୋଲ ଭିତରେ ଆଶ୍ରୟ ନେଇଥିଲେ l
ସେହିସମୟରେ ବଜ୍ରପାତ ହୋଇଥିଲା ଏବଂ ଦୁହେଁ ଗୁରୁତ୍ୱ ହୋଇଥିଲେ l ଖବରପାଇ ତାକଂ ନିଜ ଲୋକମାନେ ଏକ ଘରୋଇ ଗାଡ଼ିରେ ଦୁହିଙ୍କୁ ଘଟଗାଁ ଗୋଷ୍ଠୀ ସ୍ବାସ୍ତ୍ୟ କେନ୍ଦ୍ରକୁ ନେଇଥିଲେ l ତେବେ ସେଠlରେ ଡାକ୍ତର ଦୁହିଙ୍କୁ ମୃତ ଘୋଷଣା କରିଥିଲେ l ସେହିସମୟରେ ସେଠାରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଯାଇଥିଲା l କାନ୍ଦ ବୋବାଳି ରେ ପରିବାରର ଲୋକମାନେ ଧୋର୍ଯହରା ହୋଇଯାଇଥିଲେ l ଖବରପାଇ ଘଟଗାଁ ପୁଲିସ୍ ଘଟଣାସ୍ଥଳରେ ପହଂଚି ଶବକୁ ଜବତକରିଛନ୍ତି l ତେବେ ଦୁଇ ଦୁଇଟି ଜୀବନ ଚାଲିଯିବାପରେ ତାଙ୍କର ପରିବାର ର ଲୋକମାନଂକୁ ଆର୍ଥିକ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ସରକାରୀ ପ୍ରଶାସନିକ ଅଧିକାରିକୁଂ ନିବେଦନ କରିଛନ୍ତି l