Odisha news

ଜିପିସିଡିଏ ନବନିର୍ବାଚିତ କର୍ମ କର୍ତ୍ତା ଙ୍କ ଦାୟିତ୍ବ ଗ୍ରହଣ

0
ବ୍ରହ୍ମପୁର, ତା୨୩।୬।୨୨.ଗଞ୍ଜାମ ଫୁଲବାଣୀ ଔଷଧ ବ୍ୟବସାୟୀ ସଂଘ ଜିପିସିଡିଏ ନବନିର୍ବାଚିତ କର୍ମ କର୍ତ୍ତା ଙ୍କ ପକ୍ଷରୁ କାର୍ଯ୍ୟଳୟ ଠାରେ ଦାଇତ୍ବ ଗ୍ରହଣ କରି ଥିଲେ।
ଗତ ୧୯’ ତାରିଖ ରେ ସ୍ଥାନୀୟ ଡାଇମଣ୍ଡ ଜୁବୁଲୀ ଟାଉନ ହଲ ଠାରେ ଜିପିସିଡିଏ ର ୫୪ତମ ସାଧାରଣ ପରିଷଦ ବୈଠକ ଅନୁଷ୍ଟିତ ହୋଇଥିଲା।ସାଧାରଣ ପରିଷଦ ବୈଠକ ଅବସରରେ ସଭାପତି ଭାବେ ବିଷ୍ଣୁ ପ୍ରସାଦ ପଣ୍ଡା, ସମ୍ପାଦକ ପି ସତ୍ୟ ନାରାୟଣ,କୋଷାଧ୍ୟକ୍ଷ ଭଲବ ପାଣିଗ୍ରାହୀ,ଉପ ସଭାପତି ଭି ଚନ୍ଦ୍ର ଶେଖର, କାର୍ଯ୍ୟାଳୟ ସମ୍ପାଦକ କେଦାର ନାଥ ଜେନା, ଯୁଗ୍ମ ସମ୍ପାଦକ ବିରଞ୍ଚି ପ୍ରସାଦ  ମିଶ୍ର, ପିଆରଓ ନାଗେଶ୍ଵର ପୃଷ୍ଟୀ, ପ୍ରମୁଖ ଙ୍କ ଦାୟିତ୍ବ ଗ୍ରହଣ କରାଇଥିଲେ। ନବନିର୍ବାଚିତ ସମସ୍ତ କର୍ମ କର୍ତ୍ତା ମାନଙ୍କୁ ଉପସ୍ଥିତ ସମସ୍ତ ସଦସ୍ୟ ସ୍ବାଗତ କରି ସୁଭେଛା ଜଣାଇବା ସହ ସିପିଏସ ମହୁଡା ଫାରର୍ମାସି କଲେଜ ପରିଚାଳନା କମିଟି ଅଧ୍ୟକ୍ଷ ଭି ଜଗନ୍ନାଥ ରାଓ,କୋଷାଧ୍ୟକ୍ଷ କେ ଜି କେ ସେନାପତି ଙ୍କୁ ତାଙ୍କ ଦାଇତ୍ବ ଅର୍ପଣ କରିଥିଲେ। ସେହିପରି  ପିଜି ବାୟୋ ସାଇନ୍ସ ବିଭାଗ ସଭାପତି କୃଷ୍ଣ ଚନ୍ଦ୍ର ପଣ୍ଡା ଓ କୋଷାଧ୍ୟକ୍ଷ ଭାବେ ବିଜୟ ଚନ୍ଦ୍ର ସେନାପତି ଙ୍କୁ ତାଙ୍କ କାର୍ଯ୍ୟଳୟ ଦାଇତ୍ବ ଅର୍ପଣ କରାଯାଇଥିଲା।
IEC 2 years
Leave A Reply