ଢ଼େଙ୍କିକୋଟ : ଘଟଗାଁ ଥାନା ଅନ୍ତର୍ଗତ ପଇଦାପାଟଣା ପଞ୍ଚାୟତ ର ଗୌରାଙ୍ଗ ମହାନ୍ତ କଂ ଅବିବାହିତା ଝିଅ ତିଳୋତ୍ତମା ମହାନ୍ତ (28) ଆଜି ପୋଖରୀ ରେ ବୁଡି ମୃତ୍ୟୁବରଣ କରିଛନ୍ତି. ତେବେ ସବୁଦିନପରି ଆଜି ଦିନବେଳେ ତିଳୋତ୍ତମା ଘରପାଖ ପୋଖରୀ କୁ ଗାଧେଇବାକୁ ଯାଇଥିଲେ. ତେବେ ଅସାବଧାନତା ଯୋଗୁଁ ଗଭିରପାଣି ଭିରରେ ବୁଡି ଯାଇଥିଲେ. ପରେ ପରେ ଗ୍ରାମର ଅନ୍ୟଜଣେ ମହିଳା ପୋଖରୀ କୁ ଗାଧେଇବାକୁ ଯାଇଥିବାବେଳେ ତିଳୋତ୍ତମା କୁ ପାଣିରୁ ଉଦ୍ଦାରକରି ଥିଲେ. ପରେ ତାଂକର ପରିବାର ଲୋକମାନେ ତାକୁ ମେଡିକାଲ୍ ନେବାବେଳେ ତାର ମୃତ୍ୟୁ ହୋଇଯାଇଥିଲା. ଖବର୍ ପାଇ ଦେଙ୍କିକୋଟ୍ ଫାଣ୍ଡି ଅଧୀକାରୀ ଇଶ୍ବର ଚନ୍ଦ୍ର ପ୍ରଧାନ ଘଟଣାସ୍ତଳକୁ ଯାଇ ଶବକୁ ଜବତକରି ଏକ ଅପମୃତ୍ୟୁ ମାମଲା ଋଜୁ କରି ପୋସ୍ଟ ମୋଟମ କରାଇଛନ୍ତି. ତାଙ୍କରି ମୃତ୍ୟୁ ଯୋଗୁଁ ଗ୍ରାମରେ ଶୋକର ଛାୟା ଖେଳିଯାଇଛି.