ପ୍ରତିଦିନ ଦେଖା ଦେଉଛି କି ଗ୍ୟାସ୍ ସମସ୍ୟା, ତେବେ ହୋଇ ଯାଆନ୍ତୁ ସତର୍କ ନଚେତ୍ ହୋଇ ପାରନ୍ତି ଏହିସବୁ ଅସୁବିଧା ର ସମ୍ମୁଖୀନ
ଆଜିକାଲି ଗ୍ୟାସ୍ ସମସ୍ୟା ପ୍ରାୟ ସମସ୍ତ ଙ୍କ ନିକଟରେ ଦେଖା ଯାଉଛି । ଏହି ସମସ୍ୟା ମଣିଷ କୁ ଅନେକ ରୋଗରେ ଆକ୍ରାନ୍ତ କରିଥାଏ । ଗ୍ୟାସ୍ ସମସ୍ୟା ଦେଖା ଯିବା ଦ୍ଵାରା ପାଚନ ପ୍ରକ୍ରିୟା ରେ ଅସୁବିଧା ହୋଇଥାଏ । ଓଜନ ବୃଦ୍ଧି ଓ କୋଷ୍ଠ କାଠିନ୍ୟ ମଧ୍ୟ ହୋଇଥାଏ । ବେଳେବେଳେ ଗ୍ୟାସ୍ ଯୋଗୁଁ ଜ୍ଵର ମଧ୍ୟ ହୁଏ । ତେଣୁ ଏଥିରୁ ନିଜକୁ ନିହାତି ଦୂରେଇ ରଖିବା ଆବଶ୍ୟକ ।
– ଗ୍ୟାସ୍ ସମସ୍ୟା କାରଣରୁ ଅର୍ଥାରାଇଟିସ ମଧ୍ୟ ଦେଖା ଯାଇଥାଏ ।
– ଗ୍ୟାସ୍ ସମସ୍ୟା ଆମକୁ ଅଲ୍ସର ଦ୍ଵାରା ଆକ୍ରାନ୍ତ କରିଥାଏ ।
– ମେଦ ବୃଦ୍ଧି ହୋଇଥାଏ ଗ୍ୟାସ୍ ଯୋଗୁଁ ।
ଘରୋଇ ଉପଚାର –
* ଯଦି ଆପଣଙ୍କ ର ନିୟମିତ ଗ୍ୟାସ୍ ସମସ୍ୟା ଦେଖା ଯାଉଚି ତେବେ ଜୁଆଣି କୁ ଭାଜି ତାର ଗୁଣ୍ଡ କରି କଳା ଲୁଣ ସହିତ ଦିନକୁ ୨ ଥର ସେବନ କରନ୍ତୁ । ଏହାକୁ ସେବନ କରି ସାରିବା ପରେ ସାମାନ୍ୟ ଉଷୁମ୍ ପାଣି ମଧ୍ୟ ସେବନ କରନ୍ତୁ । ଏହାଦ୍ବାରା ଗ୍ୟାସ୍ ସମସ୍ୟା ଦୂର ହୋଇଥାଏ ।
* ଗ୍ୟାସ୍ ରୁ ଆରାମ ପାଇବା ପାଇଁ ପ୍ରତିଦିନ ଅଦା ରସ ସହିତ ଲେମ୍ବୁ ରସ ସମାନ ପରିମାଣର ମିଶାଇ ସେବନ କରନ୍ତୁ । ଏହାକୁ ଆପଣ ନିୟମିତ ଭାବରେ ସେବନ କଲେ ଗ୍ୟାସ୍ ସମସ୍ୟା କମିବା ସହିତ ଓଜନ ହ୍ରାସ ମଧ୍ୟ ହେବ ।
* ପ୍ରତିଦିନ ଗ୍ୟାସ୍ ସମସ୍ୟା ହେଉଛି ଯଦି ତ୍ରୀଫଳା ଚୂର୍ଣ୍ଣ ଗୋଟିଏ ଭଲ ଉପଚାର । ପ୍ରତିଦିନ ରାତିରେ ଶୋଇବା ପୁର୍ବରୁ ତ୍ରିଫଲା ଚୂର୍ଣ୍ଣ କୁ ଉସୁମ୍ ପାଣି ରେ ସେବନ କଲେ ଗ୍ୟାସ୍ ସମସ୍ୟା ଦୂର ହୋଇଥାଏ। ତା ସହିତ ଆଣ୍ଠୁ ଗଣ୍ଠି ବାତ ମଧ୍ୟ ଦୁର ହୋଇଥାଏ ।