ପେଟରେ ଗ୍ୟାସ ହେବା ଗୋଟିଏ ସାଧାରଣ ସମସ୍ୟା, କିନ୍ତୁ ବାରମ୍ବାର ଯଦି ଗ୍ୟାସ ସମସ୍ୟା ହେଉଛି ତେବେ ଏହା ପାଚନ ତନ୍ତ୍ର ସମ୍ବନ୍ଧିତ ସମସ୍ୟା ଅଟେ, ଯାହାକି ଆମକୁ ଦର୍ଶାଇ ଥାଏ ଆମ ପାଚନ ତନ୍ତ୍ର ଦୁର୍ବଳ ହୋଇ ଯାଇଛି l ସେଥିପାଇଁ ନିୟମିତ ଔଷଧ ଖାଇବା ପରିବର୍ତେ ଆମେ କିଛିଟା ଘରୋଇ ଜିନିଷ କୁ ବ୍ୟବହାର କରି ଆରାମ ପାଇପାରିବା l
– ଗୋଟିଏ ଗ୍ଲାସ ନଖ ଉଷୁମ ପାଣି ନିଅନ୍ତୁ, ଏବଂ ସେଥିରେ ସାମାନ୍ୟ ହେଙ୍ଗୁ ମିଶାଇ ନିଅନ୍ତୁ, ସ୍ୱାଦ ଅନୁସାରେ କଳାଲୁଣ , ଏବଂ ଫାଳେ ଲେମ୍ବୁ ର ରସକୁ ମିଶାଇ ଗୋଟିଏ ସର୍ବତ ପ୍ରସ୍ତୁତ କରନ୍ତୁ l ଏହାପରେ ଏହାକୁ ଉଷୁମ ଉଷୁମ ସେବନ କରନ୍ତୁ l ଗ୍ୟାସ ସମସ୍ୟା ମାତ୍ର ଅଳ୍ପ ସମୟରେ ଦୂର ହୋଇଯିବ ଏବଂ ପେଟ ଆରାମ ଲାଗିବ l ଯେତେବେଳେ ବି ଗ୍ୟାସ ସମସ୍ୟା ହେଉଛି ତୁରନ୍ତ ଏହି ଉପାୟ ଆପଣାନ୍ତୁ l
– କଳାଲୁଣ ପାଚନ ସମସ୍ୟା କୁ ଠିକ କରିଥାଏ, ଏବଂ ପେଟରେ ଜମିଥିବା ଗ୍ୟାସ କୁ ସହଜ ରେ ବାହାର କରିଥାଏ l
– ହେଙ୍ଗୁ ଆଣ୍ଟି -ଇମ୍ଫ୍ଲlମେଟ୍ରି ଗୁଣରେ ଭରପୁର ଅଟେ, ଏହା ଅନ୍ତ ର ଫୁଲା କୁ କମାଇଥାଏ, ଗ୍ୟାସ ଏବଂ ଏସିଡ଼ିଟି କୁ କଣ୍ଟ୍ରୋଲ କରିଥାଏ l
– ଲେମ୍ବୁ ରସ ଶରୀର କୁ ଡିଟକ୍ସ କରିଥାଏ, ଏବଂ ପାଚନ କୁ ଠିକ କରିବାରେ ସାହାଯ୍ୟ କରେ , ଗ୍ୟାସ ଏବଂ କୋଷ୍ଠ କାଠିନ୍ୟ ସମସ୍ୟାକୁ ଠିକ କରିଥାଏ l
– ଉଷୁମ ପାଣି ପ୍ରତିଦିନ ସେବନ କରିବା ଆବଶ୍ୟକ, ଏହା ପେଟକୁ ଆରାମ ଦେଇଥାଏ, ପାଚନ ପ୍ରକ୍ରିୟା କୁ ଠିକ ରଖିଥାଏ l