Odisha news

ଗରୁଡ଼ ପୁରାଣ ଅନୁସାରେ ଏହି ୫ଟି ଅଭ୍ୟାସ ମଣିଷକୁ କରିଦେଇଥାଏ କାଙ୍ଗାଳ , ତୁରନ୍ତ ଦୂରେଇ ଯିବା ଜରୁରୀ ଅଟେ

0

ଗରୁଡ଼ ପୁରାଣକୁ ସନାତନ ଧର୍ମର ୧୮ ଟି ପୁରାଣ ମାନଙ୍କ ମଧ୍ୟରୁ ଗୋଟିଏ ବୋଲି କୁହାଯାଇ ଥାଏ l  ଏହା ର ମୁଖ୍ୟ ଦେବତା ଭଗବାନ ବିଷ୍ଣୁ ଅଟନ୍ତି l ଗରୁଡ଼ ପୁରାଣ ରେ ବ୍ୟକ୍ତିର ଜୀବନ କୁ ସୁନ୍ଦର ଓ ସରଳ କରିବା ପାଇଁ ବହୁତ ଗୁଡିଏ ଉପାୟ କୁହାଯାଇଛି l  ଯେ କୌଣସି ବ୍ୟକ୍ତି ଏହି ଉପାୟ ଗୁଡିକୁ ପାଳନ କରିବା ଦ୍ୱାରା ଜୀବନ ରେ ସଫଳତା ଲାଭ କରିବ l ଏହି ପୁରାଣ ରେ ଭଗବାନ ବିଷ୍ଣୁ ଓ ଗରୁଡ଼ ଙ୍କ ମଧ୍ୟରେ ହୋଇଥିବା ବିଭିନ୍ନ କଥୋପ କଥନ ବିଷୟରେ ଆଲୋଚନା କରାଯାଇଛି l  ଆସନ୍ତୁ ଜାଣିବା କେଉଁ ପାଞ୍ଚଟି କଥା ବିଷୟରେ ବିଶେଷ ଭାବରେ ଆଲୋଚନା ହୋଇଛି l

୧ – ଧନ ଦୌଲତ ର ଅହଂକାର -:
ଗରୁଡ଼ ପୁରାଣ ଅନୁସାରେ ଯେଉଁ ବ୍ୟକ୍ତି ନିଜର ଧନ ସମ୍ପଦ କୁ ନେଇ ଅହଂକାର କରିଥାଏ ସେହି ବ୍ୟକ୍ତି ବୈଦିକ ଭାବରେ ଦୁର୍ବଳ ହୋଇ ଯାଇଥାଏ l  ଏଭଳି ଲୋକଙ୍କ ଉପରେ ମା ଲକ୍ଷ୍ମୀ ଙ୍କ କୃପା କଦାପି  ରହି ନ ଥାଏ l ଏଭଳି ଲୋକେ ନିଜ ଧନ ର ଅହଂକାର ରେ ଏଭଳି କାର୍ଯ୍ୟ କରି ଯାଆନ୍ତି କିମ୍ବା ଏଭଳି ବ୍ୟବହାର ଅନ୍ୟପ୍ରତି କରନ୍ତି ଯାହାଙ୍କ ଉପରେ ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇ ଥାଆନ୍ତି l

୨ – ସୂର୍ଯ୍ୟୋଦୟ ପରେ ଶଯ୍ୟା ତ୍ୟାଗ କରିବା -:
ଗରୁଡ଼ ପୁରାଣ ଅନୁସାରେ , ଦୀର୍ଘ ସମୟ ଧରି ବାସୀ ସେଜରେ ଶୋଇବା ଉଚିତ ନୁହେଁ l ଏଭଳି ସୋଉଥିବା ଲୋକେ ଅଳସୁଆ ଅଟନ୍ତି l  ଏଭଳି ବ୍ୟକ୍ତି ନିଜ ଜୀବନ ରେ ଅନେକ ଅସୁବିଧା ରେ ଗତି କରନ୍ତି l ତେଣୁ ସୂର୍ଯ୍ୟୋଦୟ ପୂର୍ବରୁ ଶେଯ ତ୍ୟାଗ କରିବା ଆବଶ୍ୟକ l  ଏହାଦ୍ୱାରା ଜୀବନ ରେ ଦୁଃଖ ଦୁର୍ଦଶା ଦୂର ହୋଇଥାଏ ଓ ସମସ୍ତ କ୍ଳେଶ ମଧ୍ୟ ଦୂର ହୁଏ l

୩ – ଯିଏ ଅନ୍ୟର ଭୁଲ କୁ ସର୍ବଦା ବାଛି ଥାଏ -:
ଗରୁଡ଼ ପୁରାଣ ଅନୁସାରେ ଯେଉଁ ବ୍ୟକ୍ତି ସର୍ବଦା ପର ଆଲୋଚନା କରିଥାଏ ତାର ଜୀବନ ରେ ଦରିଦ୍ରତା ବାସ କରିଥାଏ l ଏହି ସ୍ଵଭାଵ ରେ ବିନା କାରଣରେ ଚିଲାଉଥିବା , ପର ଆଲୋଚନା କରୁଥିବା ବ୍ୟକ୍ତି ଓ ଅପ ଶବ୍ଦ ପ୍ରୟୋଗ କରୁଥିବା ବ୍ୟକ୍ତି ସାମିଲ ଅଛନ୍ତି l ତେଣୁ ଏହିସବୁ ପ୍ରକୃତି ଥିବା ବ୍ୟକ୍ତି ଲକ୍ଷ୍ମୀଙ୍କ କ୍ରୋଧ ର ଶିକାର ହୋଇଥାଏ l

୪ – ଅପରିଷ୍କାର ରହିବା -:
ଗରୁଡ଼ ପୁରାଣ ଅନୁସାରେ ଯଦି କୌଣସି ବ୍ୟକ୍ତି ଅପରିଷ୍କାର ରହି ଅସନା ବସ୍ତ୍ର ପିନ୍ଧିଥାଏ ତେବେ ଲକ୍ଷ୍ମୀ ତା ଉପରେ ଅସନ୍ତୁଷ୍ଟ ହୋଇ ଥାଆନ୍ତି l କାରଣ କଥାରେ ଅଛି ଆଚାରେ ବସଟିଏ ଲକ୍ଷ୍ମୀ l ତେଣୁ ଯେଉଁ ବ୍ୟକ୍ତି ଘରର ସଫା ସୁତୁରା ସହିତ ନିଜର ସଫା ସୁତୁରା ପ୍ରତି ଧ୍ୟାନ ଦେଇଥାଏ ସେଭଳି ବ୍ୟକ୍ତିଙ୍କ ଉପରେ ମାତା ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ରହିଥାଏ l

୫ – ଅଳସୁଆ ହେବା -:
ଗରୁଡ଼ ପୁରାଣ ଅନୁସାରେ ଯଦି କୌଣସି ବ୍ୟକ୍ତି ପରିଶ୍ରମ ରୁ ଦୂରେଇ ରହିଥାଏ , ଦିଆ ଯାଇଥିବା କାର୍ଯ୍ୟକୁ ଠିକ ଭାବରେ ସମ୍ପାଦନ କରି ପାରେ ନାହିଁ , ଏଭଳି ବ୍ୟକ୍ତି ଉପରେ ମାତା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇ ଥାଆନ୍ତି l  ଏହାଛଡା ଯେଉଁ ବ୍ୟକ୍ତି ଅନ୍ୟକୁ ଭୁଲ ପ୍ରମାଣିତ କରିବା ପାଇଁ ଲୋକ ଦେଖାଣିଆ କୁ କାର୍ଯ୍ୟ କରି ଥାଆନ୍ତି ତାଙ୍କ ଉପରେ ମଧ୍ୟ ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇ ଥାଆନ୍ତି l

Leave A Reply