ହିନ୍ଦୁ ଧର୍ମରେ କୌଣସି ବ୍ୟକ୍ତିର ମୃତ୍ୟୁ ପରେ ତାର ଆତ୍ମା ଶାନ୍ତି ପାଇଁ ୧୩ ଦିନ ପର୍ଯ୍ୟନ୍ତ ଶୁଦ୍ଧିକ୍ରିୟା ର ବିଭିନ୍ନ କାର୍ଯ୍ୟ କରାଯାଇ ଆତ୍ମୀୟ ପରିଜନ ଙ୍କୁ ଖାଇବାକୁ ଦିଆଯାଇ ଥାଏ l ଏବଂ ବିଶେଷ ଭାବରେ ତେରଦିନ ରେ ସଂକୀର୍ତନ କରାଯାଇ ବ୍ରହ୍ମାଭୋଜ ଖାଇବାକୁ ଦେବାର ପରମ୍ପରା ରହିଛି l ଯାହାକୁ କି ମୃତ୍ୟୁ ଭୋଜ ମଧ୍ୟ ଅନେକ ସ୍ଥାନରେ କୁହାଯାଇ ଥାଏ l
ହିନ୍ଦୁ ଧର୍ମ ଅନୁସାରେ ୧୬ ସଂସ୍କାର ରେ ଅନ୍ତିମ ସଂସ୍କାର ଅନ୍ତ୍ୟେଷ୍ଟି ସଂସ୍କାର ଅଟେ, କିନ୍ତୁ ପୂର୍ବରୁ ସନାତନ ଧର୍ମରେ ମୃତ୍ୟୁ ଭୋଜ ର ପରମ୍ପରା ନଥିଲା, କିନ୍ତୁ ସାମର୍ଥ୍ୟ ଅନୁସାରେ କେବଳ ବ୍ରାହ୍ମଣ ଭୋଜନ କରାଯାଉ ଥିଲା ଯାହାଦ୍ୱାରା ମୃତକ ର ଆତ୍ମା ଶାନ୍ତି ପାଇଥାଏ ବୋଲି ମାନ୍ୟତା ରହିଛି l
ଗରୁଡ଼ ପୁରାଣ ରେ କୁହାଯାଇଛି ଯେ ମୃତ୍ୟୁ ପରେ ୧୩ଦିନ ପର୍ଯ୍ୟନ୍ତ ମୃତ ବ୍ୟକ୍ତିର ଆତ୍ମା ନିଜ ଘରର ସଦସ୍ୟଙ୍କ ମଧ୍ୟରେ ରହିଥାଏ l ଏହାପରେ ତାର ଆତ୍ମା ଅନ୍ୟ ଲୋକ କୁ ଚାଲିଯାଇ ଥାଏ l ଗରୁଡ଼ ପୁରାଣ ରେ କୁହାଯାଇଛି ଯେ ମୃତ୍ୟୁ ଭୋଜ କେବଳ ଗରୀବ ଓ ବ୍ରାହ୍ମଣ ମାନଙ୍କୁ ଖାଇବାକୁ ଦିଆଯାଏ l କିନ୍ତୁ ଯଦି କୌଣସି ସମ୍ପନ୍ନ ବ୍ୟକ୍ତି ଏହି ଭୋଜନ ଗ୍ରହଣ କରିଥାଏ ତେବେ ତାହାକୁ ଅପରାଧ ବୋଲି କୁହାଯାଏ l
ମହାଭାରତର ଅନୁଶାସନ ପର୍ବ ଅନୁସାରେ ମୃତ୍ୟୁ ଭୋଜ ସମ୍ପନ୍ନ ବ୍ୟକ୍ତି ଖାଇବା ଦ୍ୱାରା ଏହାର ଜୀବନ ଉପରେ ପ୍ରତିକୂଳ ପ୍ରଭାବ ପଡିଥାଏ l ମୃତ୍ୟୁ ଭୋଜ ଖାଇବା ଦ୍ୱାରା ବ୍ୟକ୍ତିର ଉର୍ଜା ନଷ୍ଟ ହୋଇଯାଇ ଥାଏ l ଏବଂ କୁହାଯାଇଛି ଯେ ଯେତେବେଳେ ମୃତ୍ୟୁ ଭୋଜ ଦେଉଥିବା ବ୍ୟକ୍ତି ର ମନ ପ୍ରସନ୍ନ ଥାଏ ଏବଂ ଖାଉଥିବା ବ୍ୟକ୍ତି ର ମନ ପ୍ରସନ୍ନ ଥାଏ ତେବେ ସେହି ଭୋଜନ ଗ୍ରହଣ କରିବା ଜରୁରୀ l