Odisha news

କାହିଁକି ହିନ୍ଦୁ ଧର୍ମର ମହାନ ଗ୍ରନ୍ଥ ‘ଗୀତା ର ଜୟନ୍ତୀ ‘ ପାଳନ କରାଯାଏ ଏବଂ କଣ ରହିଛି ଏହା ପଛର ବିଶେଷ କାରଣ

0

ହିନ୍ଦୁ ଧର୍ମରେ ଶ୍ରୀମଦ୍ଭଗବତ ଗୀତା ର ଅନେକ ମହତ୍ୱ ରହିଛି, ଏହା ବିଶ୍ୱର ମହାନ ଧାର୍ମିକ ଗ୍ରନ୍ଥ ମାନଙ୍କ ମଧ୍ୟରେ ସ୍ଥାନ ପାଇଛି l ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ପ୍ରତି ବର୍ଷ ମାର୍ଗଶିର ମାସ ଶୁକ୍ଲପକ୍ଷ ର ଦଶମୀ ତିଥିରେ ଗୀତା ଜୟନ୍ତୀ ପାଳନ କରାଯାଇଥାଏ l ଚଳିତ ବର୍ଷ ଡିସେମ୍ବର ମାସ ୧୧ ତାରିଖ ରେ ଗୀତା ଜୟନ୍ତୀ ପାଳନ କରାଯିବ l ଏବଂ ଏହିଦିନ ମୋକ୍ଷଦା ଏକାଦଶୀ ମଧ୍ୟ ପାଳନ ହେବ l

ଶାସ୍ତ୍ର ଅନୁସାରେ ମହାଭାରତ ଯୁଦ୍ଧରେ ଯେଉଁଦିନ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନ ଙ୍କୁ ଗୀତା ଉପଦେଶ ଦେଇଥିଲେ ସେହିଦିନ ମାର୍ଗଶିର ଶୁକ୍ଲପକ୍ଷ ର ଏକାଦଶୀ ତିଥି ହୋଇଥିଲା l ଭଗବତ ଗୀତାର ଜନ୍ମ କୁ ଗୀତା ଜୟନ୍ତୀ ଭାବରେ ପାଳନ କରାଯାଇ ଥାଏ l

ଶ୍ରୀମଦ୍ଭଗବତ ଗୀତା ର ମହତ୍ୱ –
ଭଗବତ ଗୀତା ଗୋଟିଏ ଧାର୍ମିକ ଗ୍ରନ୍ଥ କେବଳ ନୁହେଁ, ବରଂ ଜୀବନ ର ନିଚ୍ଛକ ସତ୍ୟ ଲୋକ ମାନଙ୍କ ଆଗରେ ପ୍ରତିପାଦନ କରିଥାଏ l ଏଥିରେ ଭଗବାନ କୃଷ୍ଣ ଏଭଳି ଉପଦେଶ ଦେଇଛନ୍ତି ଯାହା କି ମଣିଷ ମନରେ ଆତ୍ମବଳ ବୃଦ୍ଧି କରିଥାଏ l ଏହାଛଡା ବ୍ୟକ୍ତିକୁ ନିଡର ରହି ଜୀବନ ରେ ଆଗକୁ ବଢ଼ିବାରେ ସାହସ ଦେଇଥାଏ l

ଗୀତା ଗୋଟିଏ ଏଭଳି ଗ୍ରନ୍ଥ ଯାହାର ପାଳିତ ହୋଇଥାଏ ଜୟନ୍ତୀ –
ଦୁନିଆରେ ବିଭିନ୍ନ ଧର୍ମର ଅନେକ ଧାର୍ମିକ ଗ୍ରନ୍ଥ ରହିଛି, ଏବଂ ହିନ୍ଦୁ ଧର୍ମରେ ମଧ୍ୟ ଅନେକ ଧର୍ମ ଗ୍ରନ୍ଥ ରହିଛି l କିନ୍ତୁ ଦୁନିଆର ଏକମାତ୍ର ଏହି ଗ୍ରନ୍ଥ ଯାହାର ଜୟନ୍ତୀ ପାଳନ ହୋଇଥାଏ l ଏହା ଗୋଟିଏ ଏଭଳି ଗ୍ରନ୍ଥ ଯାହାର ଜନ୍ମ ଶ୍ରୀକୃଷ୍ଣ ଙ୍କ ମୁଖରୁ ହୋଇଥିଲା l ଗୀତାରେ ଆଲୋଚନା ହୋଇଥିବା ପ୍ରତ୍ୟେକ ଶ୍ଳୋକ ମଣିଷର କର୍ମ, ଲୋଭ, ଘୃଣା, କ୍ରୋଧ , ଅହଂକାର ର ପରିଣାମ କୁ ଦର୍ଶାଇଛି ଏବଂ ମାନବ ଜଗତକୁ ନୂଆ ଦିଗ ଦେଖାଇଛି l

Leave A Reply