ରସୁଣ ସମସ୍ତ ରୋଷେଇ ଘରର ଜଣାଶୁଣା ଦ୍ରବ୍ୟ ଟିଏ , ଯାହାକି ଖୁବ ସହଜରେ ମିଳିଯାଇ ଥାଏ l ଆୟୁର୍ବେଦ ରେ ରସୁଣ ସେବନ କୁ ଖୁବ ଗୁରୁତ୍ୱ ଦିଆଯାଇ ଥାଏ l ରସୁଣରେ ଆଣ୍ଟି ଅକ୍ସିଡେଣ୍ଟ , ଆଣ୍ଟି ଫାଙ୍ଗଲ, ଓ ଆଣ୍ଟି ବ୍ୟାକ୍ଟେରିଆ ତତ୍ୱ ରହିଛି l ଏହା ଆମକୁ ଅନେକ ପ୍ରକାର ରୋଗ ନିକଟରୁ ଦୁରେଇ ରଖିଥାଏ l ରସୁଣ କୁ ଆମେ ଅନେକ ଉପାୟରେ ନିଜ ଖାଦ୍ୟରେ ସାମିଲ କରିପାରିବା l ଆସନ୍ତୁ ଜାଣିବା ସେଗୁଡିକ କଣ –
* ରସୁଣ ଚା – ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ –
ପ୍ରତିଦିନ ଯଦି ଆପଣଙ୍କର ଚା ପିଇବାର ଅଭ୍ୟାସ ରହିଛି ତେବେ ୨ରୁ୩ ପାଖୁଡା ରସୁଣ କୁ ଚୋପା ଛଡାଇ ହାତରେ ସାମାନ୍ୟ ରଗଡି ନେଇ ପାଣିରେ ଫୁଟାଇ ଦିଅନ୍ତୁ l ଏହାପରେ ତାକୁ ଗୋଟିଏ କପ ରେ ଛାଣି ନିଅନ୍ତୁ ଏବଂ ଏଥିରେ ଲେମ୍ବୁ ଓ ମହୁ ସ୍ୱାଦ ଅନୁସାରେ ମିଶାଇ ସେବନ କରନ୍ତୁ l ଏହା ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ l
* ରସୁଣ ତେଲ – ସର୍ଦି କାଶରୁ ଦୁରେଇ ରଖେ –
ରସୁଣ ହେଉଛି ପ୍ରକୃତିରେ ଗୋଟିଏ ଗରମ ଜିନିଷ ଅଟେ , ରସୁଣ ତେଲ ବଜାରରେ ଖୁବ ସହଜରେ ମିଳିଯାଏ l ତେଣୁ ଶୀତଋତୁରେ ରସୁଣ ତେଲ ର ସେବନ ଶରୀର ରୁ ଥଣ୍ଡା ତତ୍ଵକୁ ନଷ୍ଟ କରିଥାଏ l ରସୁଣ ତେଲ କୁ ସର୍ଦି କାଶ ହୋଇଥିଲେ ୩ରୁ ୪ ବୁନ୍ଦା ଉଷୁମ ପାଣିରେ ମିଶାଇ ସେବନ କରିବା ଦ୍ୱାରା ସର୍ଦି କାଶ ରୁ ଆରମ୍ ମିଳିଥାଏ l
* ରସୁଣ ପାଖୁଡା – ପେଟ ସମସ୍ୟା ଦୂର କରେ –
ନିୟମିତ ସକାଳୁ ଖାଲି ପେଟରେ ଦୁଇ ପାଖୁଡା କଂଚା ରସୁଣ ଚୋବାଇ ଖାଇବା ଦ୍ୱାରା ପେଟ ସମ୍ବନ୍ଧିତ ସମସ୍ୟା ଦୂର ହୋଇଥାଏ l ଗ୍ୟାସ, ଏସିଡ଼ିଟି , କୋଷ୍ଠ କାଠିନ୍ୟ, ବଦହଜମୀ ସମସ୍ୟା ଦୂର ହୁଏ ଓ ଲିଭର ମଧ୍ୟ ସୁସ୍ଥ ରହିଥାଏ l
* ରସୁଣ ଓ ମହୁ – କଫ ଓ ଶ୍ୱାସ ସମସ୍ୟା ଦୂର କରେ –
ଶ୍ୱାସ ରୋଗୀ ମାନଙ୍କ ପାଇଁ ଶୀତଋତୁ ଖୁବ କଷ୍ଟ ଦାୟକ ଅଟେ l ନିୟମିତ ସକାଳୁ ଗୋଟିଏ ପାଖୁଡା ରସୁଣ କୁ ମହୁ ସହିତ ମିଶାଇ ସେବନ କରିବା ଦ୍ୱାରା ଶ୍ୱାସ ବା ଆସ୍ଥମା ସମସ୍ୟା ଦୂର ହୋଇଥାଏ l ଏହାଛଡା ଇମ୍ୟୁନିଟି ମଧ୍ୟ ବୃଦ୍ଧି ହୋଇଥାଏ l
* ରସୁଣ ସୁପ – ଶରୀର କୁ ଭିତରୁ ଗରମ ରଖେ –
ଶୀତଋତୁରେ ସୁପ ପିଇବାକୁ ପ୍ରାୟ ସମସ୍ତେ ପସନ୍ଦ କରନ୍ତି l ତେଣୁ ରସୁଣ ସୁପ ହେଉଛି ଗୋଟିଏ ଭଲ ଉପାୟ l ରସୁଣ ସୁପ ଶୀତଋତୁ ରେ ସେବନ କରିବା ଦ୍ୱାରା ଶରୀର ଭିତରୁ ଗରମ ରହିଥାଏ l ରକ୍ତ ଶର୍କରା ସନ୍ତୁଳିତ ରୁହେ l ତେଣୁ ନିୟମିତ ଶୀତଋତୁ ରେ ସେବନ କରନ୍ତୁ ରସୁଣ l