ଗଞ୍ଜାମ:23,7 : ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମିତ ଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ପ୍ରଶାସନ ର ମୁଣ୍ଡ ବଥାର କାରଣ ପାଲଟିଛି। ପ୍ରବାସୀ ଶ୍ରମିକ ମାନେ ନିଜ ଭିଟାମାଟିକୁ ଫେରିବା ପରେ
ଗୋଟାକ ପରେ ଗୋଟିଏ ସଂକ୍ରମିତ ଚିହ୍ନଟ ହେଉଛନ୍ତି।ଗଞ୍ଜାମ ବ୍ଲକ ଅନ୍ତର୍ଗତ ପୋଇରାଶି ପଞ୍ଚାୟତ ର କଂଠିଆ ପଲ୍ଲୀ ଗ୍ରାମରେ ଦୁଇଜଣ କରୋନା ପଜେଟିଭ ଚିହ୍ନଟ ପରେ ଗ୍ରାମକୁ କଣ୍ଟେଣ୍ଟମେଣ୍ଟ ଜୋନ ଭାବେ ଘୋଷଣା କରିଛି ସ୍ଥାନୀୟ ପଞ୍ଚାୟତ ପ୍ରଶାସନ।
ବର୍ତ୍ତମାନ ଗଞ୍ଜାମ ବ୍ଲକ ଅଞ୍ଚଳରେ
ଗୋଷ୍ଟି ସଂକ୍ରମଣ ବ୍ୟାପିବାର ସମ୍ଭାବନା ରହିଛି।ଯାହାକୁନେଇ ଗ୍ରାମାଞ୍ଚଳରେ ଜନ ସଚେତନତା ସୃଷ୍ଟି ହେବାର ଆବଶ୍ୱକତା ରହିଛି ।ସାମାଜିକ ଦୂରତା,ମାକ୍ସ ବ୍ୟବହାର ,ବାରମ୍ବାର ସାବୁନରେ ହାତ ଧୋଇବା ଆଦି କୋଭିଡ ନିୟମକୁ ପାଳନ କରି କରୋନା
ମହାମାରୀ ର ମୁକାବିଲା କରିବା ପାଇଁ ସମସ୍ତ ଜଣ ସାଧାରଣ ସଚେତନ ହେବା ନିମନ୍ତେ ସ୍ଥାନୀୟ ୟୁଥ ଫର ଭିଲେଜ ପ୍ରତିଷ୍ଠାତା ଡି.ଦେବହାରି ରେଡି ସଚେତନତା ବାର୍ତ୍ତା ଦେଇଛନ୍ତି।
