କୋଣାର୍କ, ସବ୍ୟୁ, ସମାଜସେବୀ ତଥା ମାନବପ୍ରେମୀ ଆଦିତ୍ୟ ଦାଶ ଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛି ମାରୁତି ସେନା । ମାରୁତି ସେନାର ମୁଖ୍ୟ ତଥା ଜିଲ୍ଲା ସଭାପତି ପପୁ ଦଳବେହେରାଙ୍କ ଆହ୍ୱାନରେ ମଙ୍ଗଳବାର ଦିନ କୋଣାର୍କ ମାରୁତି ସେନାର କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ହୋଇ ଆଦିତ୍ୟଙ୍କ ସ୍ମୁତି ଚାରଣ କରିବା ସହ ତାଙ୍କର ମୃତ୍ୟୁ ର କ୍ରାଇମିବ୍ରାଞ୍ଚ ତଦନ୍ତ ପାଇଁ ଦାବି ଉପସ୍ଥାପନ କରିଥିଲେ।ଏହି ପ୍ରରିପ୍ରେକ୍ଷୀରେ କୋଣାର୍କ ଉଚ୍ଚ ବିଦ୍ୟାଳୟ ପରିସରରେ ଆଦିତ୍ୟ ଦାଶ ଙ୍କ ଉଦ୍ୟଶରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୁରିଜିଲ୍ଲା ମାରୁତି ସେନାର ଇତିଶ୍ରୀ ସରିତା ମହାନ୍ତି,କୋଣାର୍କ ଶାଖାର ପ୍ରଦୀପ୍ତ କୁମାର ଛାଟୋଇ,ଗୋପୀନାଥ ସ୍ବାଇଁ, ଅଭୟ କୁମାର ମାଝି, ଦିଲ୍ଲୀପ କୁମାର ପ୍ରଧାନଙ୍କ ସହ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ।ପରେ ମହାବୀର ମନ୍ଦିର ପ୍ରାଙ୍ଗଣରେ କୋଣାର୍କ ମାରୁତି ସେନାର କର୍ମକର୍ତ୍ତା ଚୟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ପ୍ରଦୀପ୍ତ କୁମାର ଛାଟୋଇ ଙ୍କ ସହ ଅଭୟ ମାଝୀ ଓ ସୌମ୍ୟ ରଂଜନ ସାହୁ ପ୍ରମୁଖ ପରିଚାଳନା କରିଥିଲେ।
