Odisha news

ସୁନପୁର ସମୁଦ୍ର ବେଳାଭୂମିରେ ଏକ ବିରାଟକାୟ ମାଛ

0
ଗଞ୍ଜାମ ଜିଲ୍ଲା ଚିକିଟି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସୁନପୁର ସମୁଦ୍ର ବେଳାଭୂମିରେ ଗତକାଲି ଏକ ବିରାଟକାୟ ମାଛ ଲାଗିଥିବାର ଦେଖିବାକୁ ମିଳିଥିଲା । ଖବର ଜଣାପଡ଼ିବା ପରେ ମାଛକୁ ଦେଖିବା ପାଇଁ ଲୋକଙ୍କ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଥିଲା । ଅଂଚଳ ବାସିନ୍ଦାଙ୍କ ସମେତ ମତ୍ସ୍ୟଜୀବୀମାନେ ଚେଷ୍ଟା କରିଥିଲେ ଜିଅନ୍ତା ମାଛଟିକୁ ଠେଲି ଠେଲି ପାଣି ଭିତରକୁ ନେବା ପାଇଁ । ହେଲେ ଏଥିରେ ସକ୍ଷମ ହୋଇନଥିଲେ ।
ପରେ ମାଛଟି ମରିଯାଇଥିବା ଖବର ପାଇବା ପରେ ଆଜି ସମୁଦ୍ର ତଟରେ ମାଟି ଖୋଳି ତାକୁ ପୋତିଦିଆଯାଇଛି । କିଛି ଦିନ ତଳେ ଗୋପାଳପୁର ବେଳାଭୂମିରେ ଏହିପରି ଏକ ବିରାଟକାୟ ମାଛ ଆସି ତଟରେ ଲାଗିଥିଲା । ତେବେ ମତ୍ସ୍ୟଜୀବୀମାନେ ଏକାଠି ହୋଇ ମାଛଟିକୁ ଠେଲି ଠେଲି ପାଣି ଭିତରେ ଛାଡ଼ିଦେଇଥିଲେ । ଏତେ ବିରାଟକାୟ ମାଛଗୁଡ଼ିକ ସମୁଦ୍ର ତଟକୁ କାହିଁକି ଓ କିପରି ଚାଲିଆସୁଛନ୍ତି ତାହା ଉପରେ ବନବିଭାଗ ସାମୁଦ୍ରିକ ବିଜ୍ଞାନ ବିଭାଗ ପକ୍ଷରୁ ପରୀକ୍ଷା ନିରୀକ୍ଷା କରିବା ପାଇଁ ଦାବି ହୋଇଛି ।
Leave A Reply