Odisha news

ଶବ ଦାହ ବିଶ୍ରାମ ଗାରାକୁ ନେଇ ବିବାଦ

0

ଅସ୍ତରଙ୍ଗ: ଅସ୍ତରଙ୍ଗ ବ୍ଲକ ଅଧିନ ଝାଡଲିଂଗ ଗ୍ରାମ ପଂଚାୟତର ବିଲୁଆମୁଣ୍ଡଳି ଗ୍ରାମରେ ଜୈନିକ ବ୍ୟକ୍ତିଙ୍କ ଜମୀ ସମ୍ମୁଖରେ ଶବ ଦାହ ବଶ୍ରାମଗାର ନିର୍ମାଣ ନେଇ ଆସନ୍ତୋଷ ପ୍ରକାଶ ପାଇବା ପରେ ଜମୀର ମାଲିକ ଏ ନେଇ ଅସ୍ତରଙ୍ଗ ବିଡିଓ ଙ୍କ ଠାରୁ ଆରମ୍ଭ କରି ତହସିଲଦାର ଓ ଜିଲ୍ଲାର ବରିଷ୍ଠ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଜଣାପଡିଅଛି । ଏଠାରେ ପ୍ରକାଶ ଯୋଗ୍ୟ ଯେ, ଝାଡଲିଂଗ ପଂଚାୟତର ମୈାଜା ଡମସୁଣର ଖାତା ନଂ- ୩୧୩ ପ୍ଲଟ ନଂ-୩୫ ରେ ଏକ ଶବଦାୟ ଗୃହ ନିର୍ମାଣ ଶେଷ ହୋଇଅଛି ।

ଏବେ ବ୍ଲକର ଅନ୍ୟ ଏକ ପ୍ରକଳ୍ପ ଦ୍ୱାରା ଏହା ନିକଟରେ ଆଉ ଏକ ଶବଦାହ ବିଶ୍ରାମଗାର ନିର୍ମାଣ ହେବାକୁ ଯାଉଅଛି । ଯାହା କି ଶବ ଦାହ ସ୍ଥାନ ଠାରୁ ୫୦୦ ମିଟର ଦୂରରେ ନିର୍ମାଣ ହେବ ବୋଲି ଜଣାପଡିଅଛି । ଏ ସଂପର୍କରେ ଅଭିଯୋଗକାରୀ ଶୁଶାନ୍ତ କୁମାର ମହାନ୍ତି କହିଛନ୍ତି, ଏହି କାର୍ଯ୍ୟ ହେଉ ମନା ନାହିଁ , କିନ୍ତୁ ଅନ୍ୟ ଆଡେ ପ୍ରସସ୍ଥ ଜାଗା ରହିଥିବା ବେଳେ ବର୍ତ୍ତମାନ ଯେଉଁ ସ୍ଥାନରେ କରାଯାଉଅଛି , ସେହି ସ୍ଥାନଟି ଗୋଚର କିଶମର ହୋଇଥିଲେ ମଧ୍ୟ, ମୋ ଜମୀ ଟି ଉକ୍ତ ଜାଗାକୁ ଲାଗିକି ରହିଅଛି ।

ତେଣୁ କରି ଭବିଷ୍ୟତରେ ମୁଁ ବସବାସ ନିମନ୍ତେ ଜଦି କୈାଣସି ବାସଗୃହ ଆବଶ୍ୟକ ପଡେ ତାହାଲେ ମୋ ଜମିର ସମ୍ମୁଖରେ ଶବ ଦାହ ବିଶ୍ରାମ ଗୃହ ନିର୍ମାଣ କରାଗଲେ ତାହା ଆଗାମୀ ପଢ଼ି ପାଇଁ ଅସୁବିଧାର ସମ୍ମୁଖୀନ କରିବ । ତେଣୁକରି ଶବଦାହ ଗୃହ ପାଇଁ ଉକ୍ତ ମୈାଜାର ଗୋଚର, ଅନାବଦି ଆଦି ବହୁ ଜାଗା ରହିଥିବା ବେଳେ, ମୋ ଜମିକୁ ଲାଗି ନିର୍ମାଣ ହେବାକୁ ଥିବା ଶବଦାହ ବିଶ୍ରାମ ଗୃହ ଅନ୍ୟତ୍ର ସ୍ଥାନାନ୍ତରିତ ନହୁଏ, ତେବେ ଶ୍ରୀ ମହାନ୍ତି ଆଇନର ଆଶ୍ରୟ ନେବା ସହ , ତହସିଲ ସମ୍ମୁଖରେ ଧାରଣାରେ ବସିବେ ବୋଲି ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିଛନ୍ତି ।

Leave A Reply