ଭଞ୍ଜନଗର ୨୬/୦୯(ଭଞ୍ଜନଗର ରୁ ଅମରେନ୍ଦ୍ର କୁମାର ପଟ୍ଟନାୟକ ସକାଳ ଖବର) ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହର ମୁଖ୍ୟ ରାସ୍ତାରେ ସ୍ୱାଇଁ ଋତୁ କାଳୀନ ତଥା ସ୍ୱାଇଁ ଲସି ସେଣ୍ଟର ମାଲିକ ମାଲିକ ବିପିନ ସ୍ୱାଇଁ ( ୭୨) ବୟସ ରେ ପରଲୋକ ମଙ୍ଗଳବାର ଭୋରରେ ଦେହାନ୍ତ ଘଟିଛି। ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ନିମିନା ତାଙ୍କ ପୈତୃକ ଗ୍ରାମ ହୋଇଥିବା ବେଳେ ବହୁତ କମ ବୟସରୁ ହିଁ ଭଞ୍ଜନଗର ଆସି ମୁଖ୍ୟ ରାସ୍ତାରେ ଋତୁ କଳିଙ୍ଗ ବ୍ୟବସାୟ ଆରମ୍ଭ କରି ସଫଳ ବ୍ୟବସାୟୀ ହୋଇ ପାରିଥିଲେ। ଜଣେ ମିଷ୍ଟଭାସୀ, ସ୍ନେହୀ ବ୍ୟକ୍ତି ଭାବେ ପରିଚିତ ଥିଲେ।ଗତ ସୋମବାର ରାତିରେ ହଠାତ ଗୁରୁତର ହୋଇ ପଡ଼ିଥିଲେ। ଭଞ୍ଜନଗର ଡାକ୍ତର ଖାନାରେ ମଙ୍ଗଳଵାର ଭୋରରେ ଚିକିତ୍ସା ଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଅନ୍ତିମ ଶଯ୍ୟା ନିକଟରେ ପତ୍ନୀ, ପୁଅ, ବୋହୁ, ଝିଅ, ଜ୍ୱାଇଁ ଓ ପରିବାର ବର୍ଗ ଉପସ୍ଥିତ ଥିଲେ। ଗାଁ ସ୍ମଶାନରେ ଅନ୍ତିମ ସତ୍କାର କରାଯାଇଥିଲା।