Odisha news

127 ବର୍ଷର ସମସ୍ୟା ଦୂର ହୋଇଛି ମୁଖ୍ୟମନ୍ତ୍ରୀଙ୍କ ପାଇଁ

0

ମନୋରଞ୍ଜନ ଅଧିକାରୀ : ବ୍ରିଟିଶ ଅମଳର ସମସ୍ୟା ଆଜି ଦୂର ହୋଇଛି । ଯେଉ ଲୋକମାନେ ସବୁ କ୍ଷେତ୍ର ରେ ଅବହେଳିତ ହେଉଥିଲେ ତାହା ଆଜି ସାକାର ହୋଇଛି । ସୋରଡା ନିକଟ ଜଳଭଣ୍ଡାର ରେ ଛଅ ଗୋଟି ପଞ୍ଚାଯତ ର 17 ଗୋଟି ଗ୍ରାମର ଲୋକଙ୍କ ଦୀର୍ଘ 127 ବର୍ଷ ର ସମସ୍ୟା ଆଜି ଦୂର ହୋଇଛି । ଅହି ଗ୍ରାମ ରେ ରହୁଥିବା ଲୋକଙ୍କ ଘର ଥାଇ ମଧ୍ୟ ପଟା ନ ଥିଲା ଜମି ଥାଇ ପଟା ନ ଥିବା ଯୋଗୁ ପିଲାଙ୍କ ପାଠ ପଢା ,ବେଙ୍କ ରୁଣ ,ସରକାରୀ ସୁବିଧା ରୁ ବଞ୍ଚିତ ହେଉଥିଲେ ଏହି ଗ୍ରାମର ଲୋକମାନେ । ଗତ କିଛିଦିନ ତଳେ 5t ଅଧକ୍ଷ VK ପାଣ୍ଡିଆନ ସୋରଡା ଗ୍ରସ୍ତ ଆସି ଏହି ଅଞ୍ଚଳର ଲୋକଙ୍କ ଠାରୁ ସମସ୍ୟା ଗ୍ରହଣ କରିଥିଲେ ଏବଂ ଯୁଦ୍ଧ କାଳୀନ ଭିତରେ ସମସ୍ୟା ସମାଧାନ କରିଥିଲେ । ଆଜି ଓଡିଶା ମୁଖ୍ୟମନ୍ତ୍ରୀ ଓ 5t ଅଧକ୍ଷ ଅପରାହ୍ନ 5 ଘଣ୍ଟା ସମୟରେ ଭିଡ଼ିଓ କନଫ୍ରେନ୍ସ ମାଧ୍ୟମରେ ପଟା ବଣ୍ଟନ କର୍ଜ୍ୟକ୍ରମ କରିଥିଲେ । ହଜାର ହଜାର ମହିଳା ଉପସ୍ଥିତ ରହି ପଟା ଗ୍ରହଣ କରିଥିଲେ ଆଜି ଏହି ଅଞ୍ଚଳର ଭୂମି ଓ ଘର ପଟା 1659 ହିତାଧିକାରୀ ଙ୍କୁ ଦିଆଯାଇଥିଲା । ଏହି କର୍ଜ୍ୟକ୍ରମ ରେ ସୋରଡା ବିଧାୟକ ,ଗଞ୍ଜାମ ଜିଲ୍ଲାପାଳ ,ଉପ ଜିଲ୍ଲାପାଳ ,ତହସିଲଦାର ,ବିଡିଓ ଓ ଏନଏସି ଅଧକ୍ଷ ଏବଂ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ । ଲୋକଙ୍କ ମନରେ ଉଚ୍ଛାହ ଦେଖାଯାଇଥିଲା । ବହୁ ଦିନର ସ୍ଵପ୍ନ ସାକାର ହୋଇଛି ।

Leave A Reply