ଗଞ୍ଜାମ ଜିଲ୍ଲା ବିଜେଡିର କାର୍ଯ୍ୟକାରିଣୀ ବୈଠକ ୨୦୨୪ରେ ୬ ଷ୍ଠ ଥର ନବୀନଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଆହ୍ୱାନ
ଘରେ ଘରେ ଶଙ୍ଖ ପହଞ୍ଚାଇବାକୁ ଆହ୍ୱାନ -ଦେବୀ ମିଶ୍ର
ଵ୍ରହ୍ମପୁର ୧୦/୧୨-ଜିଲାରେ ଗଞ୍ଜାମ ବିଜେଡି ପକ୍ଷରୁ ରବିବାର ଗୋପାଳପୁର ପାନ୍ଥନିବାସ ପରିସରରେ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା। ଦଳରେ ରହି ଦଳ ବିରୋଧୀ କାର୍ଯ୍ୟ ରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଅଥିଲା। ଅନୁଷ୍ଠିତ ବିଜେଡ଼ି ର ଗଞ୍ଜାମ ଜିଲ୍ଲା ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ରେ ଉପସ୍ଥିତ ରହିଥିବା ନେତା ମାନେ ମତପୋଷଣ କରିବା ସହ ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ରେ ବିଜେଡିକୁ ପୁଣିଥରେ ଜିତାଇବା ସହ ୬ ଷ୍ଠ ଥର ନିମନ୍ତେ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ରେକର୍ଡ ସୃଷ୍ଟି କରିବାକୁ ଉପସ୍ଥିତ ରହିଥିବା ବିଜେଡି କାର୍ଯ୍ୟକାରିଣୀ ସଦସ୍ୟ ମାନଙ୍କୁ ଆହ୍ବାନ ଦିଆ ଯାଇଥିଲା।ଏହା ସହ ଉପସ୍ଥିତ ରହିଥିବା ସମସ୍ତ ସଦସ୍ୟ ଆଗାମୀ ସାଧାରଣ ନିର୍ବାଚନରେ ବିଜେଡି ପ୍ରାର୍ଥୀମାନଙ୍କୁ ନିଜ ନିଜର ନିର୍ବାଚନମଣ୍ଡଳୀ ରେ ବିପୁଳ ଭୋଟ ବ୍ୟବଧାନରେ ଜିତାଇବା ପାଇଁ ଶପଥ ନେଇଥିଲେ।ଆଜିର କାର୍ଯ୍ୟକ୍ରମ ଜିଲ୍ଲା ବିଜଡି ସଭାପତି ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ବିଜୁ ଜନତା ଦଳର ଉପ ସଭାପତି ତଥା ଗଞାମ ଜିଲ୍ଲା ପର୍ଯ୍ୟବେକ୍ଷକ ଏବଂ ବଡ଼ମ୍ବା ବିଧାୟକ ଦେବି ପ୍ରସାଦ ମିଶ୍ର ସରକାରଙ୍କ ଜନହିତକର ଯୋଜନା ଗୁଡିକ ଘରେ ଘରେ ଶଙ୍ଖ ବଜାଇ ଜନସାଧାରଣଙ୍କୁ ଜଣାଇବା କୁ ଆହ୍ୱାନ ଦେଇଥିଲେ।ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଅର୍ଥ ମନ୍ତୀ ବିକ୍ରମ କେଶରୀ ଅରୁଖ ,ଆସିକା ସାଂସଦ ପ୍ରମିଳା ବିଷୋୟୀ,ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବ୍ରହ୍ମପୁର ବିଧାୟକ ତଥା ଯୋଜନା ବୋର୍ଡର ଅଧ୍ୟକ୍ଷ ବିକ୍ରମ ପଣ୍ଡା, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ,ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ,କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟ ମଣୀ ବୈଦ୍ୟ,ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସୁଶ୍ରୀ ରାଜେଶ୍ଵରୀ ଦୋରା , ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ, ଡେପୁଟି ମେୟର ବିବେକ ରେଡ଼ି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ବାଇଁ,ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସମ୍ପାଦକ ଅଜିତ ରାଉଳ, ଗୋପାଳପୁର ଏନ ଏ ସି ଅଧ୍ୟକ୍ଷ ଏ ଜାନକୀ ରାମ, ପାରଳାଖେମୁଣ୍ଡି ନିର୍ବାଚନମଣ୍ଡଳୀ ପର୍ଯ୍ୟବେକ୍ଷକ ଶଶିଭୂଷଣ ମହାନ୍ତି, ସାନଖେମୁଣ୍ଡି ର ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀ,କାଜୁ ଉନ୍ନୟନ ନିଗମର ଅଧ୍ୟକ୍ଷ ସୁବାଷ ମହାରଣା, ରାମଚନ୍ଦ୍ର ପଣ୍ଡା,ବିପ୍ଲବ ପାତ୍ର ,ବିଜୁ ଛାତ୍ର ଜନତାଦଳ ଜିଲ୍ଲା ସଭାପତି ପିଙ୍କୁ ପଣ୍ଡା ପ୍ରମୁଖ ମଞ୍ଚାସିନ ରହିଥିଲେ। ଗଂଜାମ ଜିଲ୍ଲା ବିଜେଡ଼ିର ଯୁବ,ଛାତ୍ର,ମହିଳାର ସମସ୍ତ କର୍ମକର୍ତ୍ତା ଯୋଗ ଦେଇଥିଲେ ,ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲାର ବ୍ଲକ ଅଧକ୍ଷ,ବ୍ଲକ ବିଜେଡି ସଭାପତି, ଜିଲ୍ଲାପରିଷଦ ର ସମସ୍ତ ନିର୍ବାଚିତ ପ୍ରତିନିଧିମାନେ ସାମିଲ ହୋଇଥିଲେ।ନବୀନ ସରକାରଙ୍କ ୫ ଟି ଉପରେ ଗୁରୁତ୍ୱ ଦେଇ ସମସ୍ତେ ମିଳିମିଶି ଜିଲ୍ଲାର ଉନ୍ନତି ରେ ସହଯୋଗ କରିବା ପାଇଁ ଆହ୍ୱାନ ଦେଇଥିଲେ। ଅନ୍ୟ ପଟେ ଗୋପାଳପୁର ନିର୍ବାଚନ ମଣ୍ଡଳୀ ର ଅନେକ ବିଜେଡି ନେତା ବିଶେଷ କରି ବ୍ଲକ ଅଧ୍ୟକ୍ଷା, ଉପାଧକ୍ଷା ବ୍ଲକ ବିଜେଡି ସଭାପତି କିମ୍ବା କାର୍ଯ୍ୟକାରିଣୀ ସଦସ୍ୟ , ଜିଲ୍ଲା ପରିଷଦ ସଭ୍ୟ ଙ୍କୁ ମଞ୍ଚ ଉପରକୁ ଡକା ଯାଇନଥିବାରୁ ମଞ୍ଚ ତଳେ ବସିଥିବା ଗୋପାଳପୁର ନିର୍ବାଚନମଣ୍ଡଳୀ ର କର୍ମକର୍ତ୍ତା ମାନେ ସଭା ସ୍ଥଳ ଛାଡି ଚାଲି ଯାଇଥିବା ଦେଖିବାକୁ ମିଳିଥିଲା। ଯାହାଫଳରେ ଗୋପାଳପୁର ରେ ବିଜେଡି ତାଳମେଳ ଠିକ ନଥିବା ଆଲୋଚନା ହୋଇଛି।