ରଙ୍ଗେଈଲୁଣ୍ଡା!!!!ରାଜ୍ୟ ସରକାର ଙ୍କ ଅବକାରୀ ବିଭାଗ କେଉଁଠି ଥାଇପାରେ ମାତ୍ର ଗୋଲନ୍ଥରା ଅଞ୍ଚଳ ରେ ଥିବା ପରି ଜନସାଧାରଣ ଅନୁଭବ କରି ପାରୁନାହାନ୍ତି!ଏଠି ଗୋଲନ୍ଥରା ଥାନା ପୋଲିସ ଅବକାରୀ ବିଭାଗ ର ଦାୟିତ୍ୱ ସମ୍ଭାଳୁଛନ୍ତି ବୋଲି ସାଧାରଣ ରେ ଅଭିଯୋଗ ହେବାରେ ଲାଗିଛି!ଗତ ଦୁଇ ଦିନ ତଳେ ଚିକିଟି କଙ୍କିଆ ରୋଡ଼ ରେ ନକଲି ବିଦେଶୀ ମଦ ହେଉ, ଭୈରବୀ ଅଂଚଳ ରେ ନକଲି ବିଦେଶୀ ଏହି ସବୁ ର ଚଡାଉ ଗୋଲନ୍ଥରା ପୋଲିସ ସହାୟତା ରେ ହୋଇଥିଲା!ଗୋଲନ୍ଥରା ରେ ଅବକାରୀ ବିଭାଗ ର କାର୍ଯ୍ୟାଳୟ ଅବସ୍ଥିତ ଏବଂ ତା ସହ ଦକ୍ଷ ଥିବା ଜଣେ ମାତ୍ର ହିଁ ଅବକାରୀ କର୍ମଚାରୀ ହିଁ ଥିବା ଚର୍ଚ୍ଚା ଚାଲିଛି, ଜଣେ ଅବକାରୀ ସ୍ତର ର ଅଧିକାରୀ ଥିଲେ ମଧ୍ୟ୍ୟ ତାଙ୍କର ଦେଖା ମିଳିବା ମାସରେ ଥରେ ମାତ୍ର ସମ୍ଭବ ବୋଲି ଅଞ୍ଚଳ ରେ ଚର୍ଚ୍ଚା ଜୋର ଧରିବାରେ ଲାଗିଛି!ଗୋଲନ୍ଥରା, ରଣ୍ଢା, କନିସି, ଭୈରବୀ, ମନ୍ତ୍ରୀଡ଼ି, ତୁଳୁ, ଶାସନ ପଦର, ଇନ୍ଦ୍ରାଖି, ଡୁମୁଡୁମୀ, ଏପରିକି ଗୋଲନ୍ଥରା ଅଞ୍ଚଳ ର ପ୍ରତେକ ଟି ଗ୍ରାମାଞ୍ଚଳ ରେ ଦେଶୀ ଏବଂ ବିଦେଶୀ ମଦ ର ବେପାର ଖୁଲମ ଖୁଲା ବେପାର ଚାଲିଛି, ପୁଣି ତାହା ନକଲି!ଏଠି ପ୍ରଶ୍ନ ଉଠେ ଯେ, ଅବକାରୀ ବିଭାଗ ର ଅଜାଣତରେ ଏହା କଣ ସମ୍ଭବ? ଅବକାରୀ ବିଭାଗ ର ତଳ ସ୍ତର ର କର୍ମଚାରୀ ଙ୍କ ଠାରୁ ଆରମ୍ଭ କରି ଅବକାରୀ ବିଭାଗ ର ଅଧିକ୍ଷକ ସମସ୍ତ ଙ୍କ ମିଲି ଭଗତ ରେ ଏହା ଚାଲିଥିବା ବୁଦ୍ଧିଜୀବୀ ମହଲ ରେ ଆଲୋଚନା ର ବିଷୟ ପାଲଟିଛି!କିଛି ଦିନ ପୂର୍ବରୁ ଜୈନିକ ଖବର କାଗଜ ରେ ପ୍ରକାଶିତ ହୋଇଥିବା ଗୋଟେ ଖବର କୁ ନେଇ ଅଞ୍ଚଳ ରେ ଜୋର ଦାର ଚର୍ଚ୍ଚା ହୋଇ ଥିଲା, ତାହା ହେଲା, ଗୋଲନ୍ଥରା ଠାରେ ଥିବା ଅବକାରୀ କାର୍ଯ୍ୟାଳୟ ର ବାରଣ୍ଡା ରେ ସନ୍ଧ୍ୟା ହେଲେ କିଛି ଅସାମାଜିକ ଯୁବକ ଙ୍କ ମୁକ୍ତା ଆକାଶ ବାର ପାଲଟୁଥିଲା, ଗୋଲନ୍ଥରା ପୋଲିସ ର କଡା ପେଟ୍ରୋଲିଙ୍ଗ ଯୋଗୁ ତାହା ବର୍ତମାନ ବନ୍ଦ ଅଛି!ମଦ ବେପାରୀ ଓ ଅବକାରୀ ବିଭାଗ ର ମଧୁଚନ୍ଦ୍ରିକା ରେ ଯେ, ସାଧାରଣ, ଗରୀବ, ଦିନ ମଜୁରିଆ ମାନେ ଯେ ବଳି ପଡୁଛନ୍ତି, ତାହା ପୁଣି ନକଲି ମଦ କୁ ନେଇ ଏ ନେଇ ବିଭାଗ ଚୁପ!ହଳଦିଆ ପଦର ଠୁ ଆରମ୍ଭ କରି ସୁମଣ୍ଡି ଛକ ପ୍ରଯ୍ୟନ୍ତ ପ୍ରତେକ ଛୋଟ, ବଡ଼ ଢ଼ାବା, ଓ ପାନ ଦୋକାନ ମାନଙ୍କ ରେ ବେଆଇନ ଓ ଅପମିଶ୍ରିତ ମଦ ବିକା ଯାଉଛି, ତାହା ଅବକାରୀ ବିଭାଗ ର ବଡ ପଣ୍ଡା ମାନେ କେମିତି ଜାଣି ପାରୁନାହାନ୍ତି ତାହା ସାଧାରଣ ରେ ଏକ ବଡ ପ୍ରଶ୍ନ ବାଚୀ ସୃଷ୍ଟି କରୁଛି!ସବୁ ର ମୂଳ ହେଲା ଟଙ୍କା ବୋଲି ଜୈନିକ ବୁଦ୍ଧିଜୀବୀ କହିଛନ୍ତି!ସୂଚନା ଅଧିକାର ରେ ତଥ୍ୟ ମାଗିଲେ ବି ଚୋରା ମଦ ବେପାରୀ ଙ୍କ ଠାରୁ ମୋଟା ଅଙ୍କ ଅର୍ଥ ନେଇ ଚଞ୍ଚକତା କରି ତଥ୍ୟ ଦେବା ମଧ୍ୟ୍ୟ ଅଭିଯୋଗ ହେବାରେ ଲାଗିଛି!ଏପରିକି ବିନା ନାମ ଫଳକ ରେ ବି ଦେଶୀ ମଦ ବିକ୍ରି ହେବାର ମଧ୍ୟ୍ୟ ଅଭିଯୋଗ ହେଉ ଅଛି, ଅଭିଯୋଗ କଲେ ମଧ୍ୟ୍ୟ କାର୍ଯ୍ୟାନୁଷ୍ଠାନ ନାହିଁ!ଏପରି କରିତକର୍ମା ଅବକାରୀ ବିଭାଗ ସାରା ଓଡିଶା କାହିଁକି ସାରା ଭାରତ ବର୍ଷ ରେ ମଧ୍ୟ୍ୟ ଥିବ କି ନାହିଁ ସନ୍ଦେହ!ତେଣୁ ବେଳ ଥାଉ ଥାଉ ଯଦି ଅବକାରୀ ବିଭାଗ ରେ ସ୍ୱଛତା ନ ଆସେ, ତା ହେଲେ ମଦ ମୃତ୍ୟୁ ର ପୁନରାବୃତ୍ତି ଯେ ନ ହେବ କିଏ କହିବ!ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଇ ଲାଞ୍ଚୁଆ ଅବକାରୀ ଅଧିକାରୀ ବିରୋଧ ରେ କୋଠାର କାର୍ଯ୍ୟାନୁଷ୍ଠାନ ନେବାକୁ ଅଞ୍ଚଳ ରେ ଦାବୀ ଜୋର ଧରିଛି!