ଗଞ୍ଜେଇ ଚୋରା କାରବାର ଦିନକୁଦିନ ଗଞ୍ଜାମ ଜିଲ୍ଲାରେ ବଢ଼ିବାରେ ଲାଗିଛି : ଆଜି ପୁଣି ୬୦୨ କେଜି ୭୦୦ଗ୍ରାମ ଗଞ୍ଜେଇ ଓ ଟ୍ରକ ଜବତ , ଜଣେ ଗିରଫ
ଆର,ଉଦୟଗିରି : ଗଞ୍ଜେଇ ଖଣି ମୋହନା ପୁଲିସ ୬୦୨ କେଜି ୭୦୦ ଗ୍ରାମ ଗଞ୍ଜେଇ ସହ ଟ୍ରକ ଜବତ କରିବା ସହ ଜଣେ ଗିରଫ ହୋଇଛନ୍ତି। ଗଜପତି ଏସପି ତପନ କୁମାର ପଟ୍ଟନାୟଙ୍କ ନିର୍ଦେଶ କ୍ରମେ ତଥା ଆର,ଉଦୟଗିରି ଏସଡିପିଓ ଅନିଲି କୁମାର ପ୍ରଧାନଙ୍କର ପ୍ରତ୍ୟେକ ତତ୍ତ୍ବାବଧାନରେ ଶନିବାର ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ପୂର୍ବହ୍ନ ୧୨.୩୦ ସମୟରେ ମୋହନା ଆଇଆଇସି ସୁଜିତ କୁମାର ନାୟକ ଓ ଥାନା ଷ୍ଟାପ ମୋହନା ଥାନାର ରାଇସିଂଙ୍ଗି ଛକରେ ବ୍ଲକିଙ୍ଗ କରୁଥିବା ସମୟରେ ଅଡବା ପଟୁ ଏକ ଟ୍ରକ ଯାହାର ନମ୍ବର (AS09 AC 7594) କୁ ଅଟକାଇ ସେଥିରେ ଖାନତଲାସି ନେବାରେ ଉକ୍ତ ଗାଡି ଗୁପ ଚେମ୍ବରୁ ୨୦ ଗୋଟି ପ୍ଲାଷ୍ଟିକ ଜରି ବସ୍ତାରେ ଗଞ୍ଜେଇ ଥିବାର ପଇଥିଲେ ।
ମୋହନା ତହସିଲଦାର ତଥା ଏକେକୁଟିଉ ମାଜିଷ୍ଟ୍ରେଟଙ୍କ ଉପସ୍ତଥିରେ ଉକ୍ତ ଗଞ୍ଜେଇ ବସ୍ତା ସବୁକୁ ଓଜନ କରିବାରୁ ସମୁଦାୟ ଗଞ୍ଜେଇର ପରିମାଣ ୬୦୨ କେଜି ୭୦୦ ଗ୍ରାମ ହେଲା ଯାହାର ବଜାର ମୂଲ୍ୟ ପ୍ରାୟ ୩୦ ଲକ୍ଷ ଟଙ୍କା ହେବ ।
ଗିରଫ ହୋଇଥିବା ବ୍ୟକ୍ତି ହେଲେ ଗୋପାଳ ଚନ୍ଦ୍ର ରାୟ ଘର ଆସାମ ଏହି ବ୍ୟକ୍ତି ଜଣକ ରାଇପଙ୍କା ଏରିଆର ଦୁର୍ଗମ ଅଞ୍ଚଳରୁ ଗଞ୍ଜେଇ କିଣି ତା ନିଜ ଟ୍ରକରେ ଲୋଡ କରି କୋଲକାତାକୁ ଚାଲାଣ କରୁଥିଲେ । ଉପୋରକ୍ତ ବ୍ୟକ୍ତିଙ୍କୁ ମୋହନା ଥାନାରେ କେଶ ନମ୍ବର ୧୪୧\ ୨୦ ରୁଜୁ କରାଯାଇଛି ଓ ଏସ ଆଇ ସୁନୀଲ କୁମାର ଦଳେଇଙ୍କୁ ତଦନ୍ତ ଭାର ନେଇଛନ୍ତି । ରବିବାର ଉପୋରକ୍ତ ବ୍ୟକ୍ତିଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଆଇଆଇସି ଶ୍ରୀ ନାୟକ କହିଛନ୍ତି ।