Odisha news

ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ସହିତ ଏହିସବୁ ରୋଗରୁ ରକ୍ଷା କରିଥାଏ ସୁଗନ୍ଧିତ ଗଙ୍ଗଶିଉଳି

ଆମେ ନିଜକୁ ଯେତେ ସହରରେ ଖାପ ଖୁଆଇ ରଖିଥିଲେ ସୁଦ୍ଧା ଆମ ଶରୀର ସବୁବେଳେ ଖୋଜୁଥାଏ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ପୃଥିବୀକୁ । କାରଣ ଗଛ ବୃକ୍ଷ ତାର ଛେଲି ଓ ଫୁଳରୁ ଆମକୁ ମିଳିଥାଏ ଅଦ୍ଭୁତ ଶକ୍ତି । ସେମାନଙ୍କ ମଧ୍ୟରୁ ଗୋଟିଏ ହେଲା ଗଙ୍ଗଶିଉଳି ।ଆପଣ ହୁଏତ କେବଳ ଗଙ୍ଗଶିଉଳି କୁ ତାର ସୁଗନ୍ଧ ପାଇଁ ଜାଣିଥିବେ । କିନ୍ତୁ ଏହି ଗଛର ପତ୍ର ଆମ ଶରୀର ପାଇଁ ଖୁବ୍ ହିତକର ।

* ତ୍ବଚା ପାଇଁ ଅତ୍ୟନ୍ତ ହିତକର ଅଟେ ଗଙ୍ଗଶିଉଳି ପତ୍ର । ଯଦି ଆପଣଙ୍କ ମୁହଁରେ ବ୍ରଣ ସହିତ ଅନ୍ୟ ସମସ୍ୟା ଦେଖା ଯାଉଚି ତେବେ ଗଙ୍ଗଶିଉଳି ପତ୍ରକୁ ଅଲିଭ ତେଲ ରେ ମିଶାଇ ବ୍ରଣ ଉପରେ ଲଗାଇବା ଦ୍ଵାରା ଆରାମ ମିଳିଥାଏ।

* ଆର୍ଥରାଇଟିସ ସମସ୍ୟା ହାଡ ଗଣ୍ଠି ସମ୍ବନ୍ଧୀୟ ଅଟେ। ଏହି ସମସ୍ୟା ରେ ବ୍ୟକ୍ତିର ଗଣ୍ଠି ଯନ୍ତ୍ରଣା ପ୍ରବଳ ହୋଇଥାଏ। ତା ସହିତ ଶରୀରର ଗଣ୍ଠି ଗୁଡ଼ିକର କାର୍ଯ୍ୟ କରିବାର କ୍ଷମତା ପ୍ରଭାବିତ ହୋଇଥାଏ । ଗଙ୍ଗଶିଉଳି ରେ ଆଣ୍ଟି ଇମ୍ଫ୍ଲାମେଟରି ଗୁଣ ରହିଛି , ଯାହା ଗଣ୍ଠି ଯନ୍ତ୍ରଣା ପାଇଁ ଉପଯୋଗୀ ।

ଆପଣ ଗଙ୍ଗଶିଉଳି ପତ୍ରକୁ ଶୁଖାଇ ଗୁଣ୍ଡ କରି ରଖନ୍ତୁ , ଏହାକୁ ସବୁଦିନ ପାଣିରେ ମିଶାଇ ପିଅନ୍ତୁ ନଚେତ୍ ଏହାର ପତ୍ରକୁ ନଡ଼ିଆ ତେଲରେ ଫୁଟାଇ ଗଣ୍ଠିରେ ମାଲିସ କରନ୍ତୁ ।

* ବର୍ତ୍ତମାନ୍ ବର୍ଷା ଋତୁରେ ଶ୍ୱାସ , କାଶ ,ଥଣ୍ଡା ଇତ୍ୟାଦି ସମସ୍ୟା ଦେଖା ଦେଇଥାଏ । ଏପରି ସ୍ଥିତିରେ ଆପଣ ଗଙ୍ଗଶିଉଳି ପତ୍ରକୁ ପାଣିରେ ଫୁଟାଇ ସେଥିରେ ଅଦା ମିଶାଇ ଫୁଟାନ୍ତୁ । ଏହାପରେ ଏହାକୁ ଉଷୁମ ଉଷୁମ୍ ସେବନ କରନ୍ତୁ ।

* ଆୟୁର୍ବେଦ ରେ ଗଙ୍ଗଶିଉଳି ପତ୍ରକୁ ଡେଙ୍ଗୁ , ମେଲେରିଆ ପ୍ରଭୃତି ଜ୍ଵର ପାଇଁ କରାଯାଇଥାଏ । ଜ୍ଵର ସମୟ ରେ ଏହାର ପତ୍ର ର ରସ ଗୋଟିଏ ଚାମଚ୍ ନିଅନ୍ତୁ ସେଥିରେ ଦୁଇ କପ୍ ପାଣି ମିଶାନ୍ତୁ । ଏହାକୁ ଚୁଲିରେ ବସାଇ ଫୁଟାନ୍ତୁ । ପାଣି ଫୁଟି ଅଧା ହୋଇଗଲା ପରେ ସେବନ କରନ୍ତୁ । ଯେ କୌଣସି ଜ୍ଵର ପାଇଁ ଏହାକୁ ବ୍ୟବହାର କରି ପାରିବେ । ଡେଙ୍ଗୁ ପରେ ବ୍ଲଡ ରେ ପେଟଲେଟ୍ସ ସ୍ତର ବଢାଇବାରେ ଗଙ୍ଗଶିଉଳି ପତ୍ର ସାହାଯ୍ୟ କରିଥାଏ ।

Comments are closed.