Odisha news

ଖୁସି ଓ ସୌହାର୍ଦ୍ୟର ପୂଜା “ଗଣେଶ ଚତୁର୍ଥୀ”

0

ମଂଗଳମୂର୍ତ୍ତି ଶ୍ରୀ ଗଣେଶଙ୍କୁ ବିଘ୍ନ ବିନାଶକ କୁହାଯାଇଥାଏ l କାରଣ ସେ ସମସ୍ତ ସଂକଟକୁ ହରଣ କରି ମଣିଷ ଜାତିର କଲ୍ୟାଣ କରିଥାନ୍ତି l ଯେ କୌଣସି ଶୁଭ କାର୍ଯ୍ୟ ହେଲେ ସର୍ବପ୍ରଥମେ ଶ୍ରୀ ଗଣେଶଙ୍କୁ ଆବାହନ କରାଯାଏ l କାରଣ ସେ ଆଦ୍ୟ ପ୍ରଭୁ ଅଟନ୍ତି ,ଗଣେଶଙ୍କର ପୂଜା ପ୍ରାୟତଃ ପ୍ରତେକ ଦିନ କରାଯାଇଥାଏ l କିନ୍ତୁ ଗଣେଶ ଚତୁର୍ଥୀ ଦିନଟିକୁ ହିନ୍ଦୁ ଧର୍ମରେ ବିଶେଷ ଭାବରେ ସମସ୍ତେ ପାଳନ କରିଥାନ୍ତି l ଶ୍ରୀ ଗଣେଶଙ୍କର ପୂଜା ସର୍ବ ପ୍ରଥମେ ଭାଦ୍ରବ ମାସରେ ପ୍ରାରମ୍ଭ ହେବ ପରେ ଅନ୍ୟ ଦେବଦେବୀ ମାନଙ୍କର ପୂଜା ଆରମ୍ଭ ହୋଇଥାଏ l

ଏହି ଗଣେଶ ଚତୃଥି ଦିନଟିରେ ଗଣେଶଙ୍କର ବିଶେଷ ପୂଜା କାର୍ଯ୍ୟକ୍ରମ ହୋଇଥାଏ l ବିଦ୍ୟାଳୟ ,ସମସ୍ତ କାର୍ଯ୍ୟାଳୟ ,ବ୍ୟବସାୟ ଅନୁଷ୍ଠାନ ଓ ଘରକୁ ଭଗବାନ ଶ୍ରୀ ଗଣେଶଙ୍କୁ ଆବାହନ କରାଯାଇ ପୂଜା କରାଯାଏ l ହିନ୍ଦୁ ଧର୍ମରେ ତାଙ୍କୁ ବିଘ୍ନ ବିନାଶକ କହିବାର ଅର୍ଥ ହେଲା ,ଗଣେଶ ଚତୁର୍ଥୀ ଦିନ ଗଣେଶଙ୍କ ନିକଟରେ ପୂଜା ସମର୍ପଣ କରି ସମସ୍ତେ ପ୍ରାଥନା କରନ୍ତି ଯେ ଦୁଃଖ ଦୁର୍ଦଶା ଦୂର କରିବା ପାଇଁ l ଗଣେଶ ଚତୁର୍ଥୀକୁ କେବଳ ବିଦ୍ୟାଳୟ କିମ୍ବା କାର୍ଯ୍ୟାଳୟରେ ପୂଜା କରାଯାଏ ନାହିଁ ,ବିଭିନ୍ନ ଯୁବକ ସଂଘ ଅତି ଜାକଜମକରେ ଗଣେଶଙ୍କର ପୂଜା କରିଥାନ୍ତି l ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ଯୁବକ ଓ ବୃଦ୍ଧ ବ୍ୟକ୍ତି ମାନେ ମଧ୍ୟ ଗଣେଶଙ୍କ ପୂଜାରେ ମନ ନିବେଶ କରିଥାନ୍ତି l

ଓଡ଼ିଶାର ପୁରପଲ୍ଲୀରୁ ନେଇ ସହର ପର୍ଯ୍ୟନ୍ତ ଚାରିଆଡ ଗଣେଶ ଚତୁର୍ଥୀରେ ଉଛବ ମୁଖର ହୋଇଉଠେ l ସେହିପରି ଓଡ଼ିଶାର ଗୋଟିଏ ସ୍ଥାନ ହେଲା ଜଟଣୀ ,ଯେଉଁଠି ଜାତି ,ଧର୍ମ ଓ ବର୍ଣ୍ଣ ନିର୍ଵି ଶେଷରେ ସମସ୍ତେ ପ୍ରଭୁ ଶ୍ରୀ ଗଣେଶଙ୍କ ପୂଜା କରିବା ପାଇଁ ଏକାଠି ହୋଇଥାନ୍ତି l ସେ ହେଉଛନ୍ତି ସମସ୍ତଙ୍କର ଆଦ୍ୟ ଦେବତା ,ତେଣୁ ତାଙ୍କ ପାଖରେ କୌଣସି ଧର୍ମ କିମ୍ବା ଜାତିର କୌଣସି ମୂଲ୍ୟ ନାହିଁ l କେବଳ ସେହ୍ନ ଓ ଭକ୍ତିରେ ତାଙ୍କୁ ବାନ୍ଧି ରଖାଯାଏ l ଜଟଣୀର ଗଣେଶ ପୂଜାର ବିଶେଷ ମହତ୍ୱ ହେଉଛି ସବୁ ଧର୍ମର ଲୋକ ଏକାଠି ହୋଇ ଶ୍ରୀ ଗଣେଶଙ୍କୁ ପୂଜା କରି ଗୋଟିଏ ଭାଇଚାରାର ପ୍ରତୀକ ସାରା ଦୁନିଆଁକୁ ସନ୍ଦେଶ ଦେଇଥାନ୍ତି l

ଗରିବ ଠାରୁ ନେଇ ଧନୀ ପର୍ଯ୍ୟନ୍ତ ସମସ୍ତଙ୍କ ପାଖରେ ଶ୍ରୀ ଗଣେଶ ଖୁବ ପ୍ରିୟ ଭଗବାନ ଅଟନ୍ତି l ଗଣେଶ ଚାତୁର୍ଥୀ ଦିନ ପ୍ରାୟ ଅଧିକାଂଶ ବ୍ୟକ୍ତି ନିଜ ଅନୁଷ୍ଠାନ ଓ ଗୃହରେ ହୋମ କରିଥାନ୍ତି l କୁହାଯାଏ ଯେ ଏହି ହୋମ ଦ୍ୱାରା ଘରର ବା ଅନୁଷ୍ଠାନର ସମସ୍ତ ବିଘ୍ନ ଦୂର ହୋଇଥାଏ l ଶିକ୍ଷା ଅନୁଷ୍ଠାନରେ ଛୋଟଛୋଟ ପିଲାମାନେ ଆଗ୍ରହର ସହିତ ବିଘ୍ନ ବିନାଶକଙ୍କୁ ପୂଜା କରିଥାନ୍ତି l ପ୍ରଥମେ ତାଙ୍କୁ ପଞ୍ଚାମୃତ ଦ୍ୱାରା ସ୍ନାନ କରାଯାଇ ଚନ୍ଦନ ,ପୁଷ୍ପ ,ବସ୍ତ୍ର ,ଦର୍ପଣ ,ପାନିଆ ,କଜଳ ,ପଇତା ,ଦୁବ ଘାସ ,ବରକୋଳି ପତ୍ର ଓ ପ୍ରସାଦ ଅର୍ପଣ କରାଯାଇ ପୂଜା ଆରମ୍ଭ କରା ଯାଇଥାଏ l ସମସ୍ତେ ପୁଷ୍ପଞ୍ଜୁଳି ସମର୍ପଣ କରି ନିଜର ମନସ୍କାମନା ଜଣାଇଥାନ୍ତି l

Leave A Reply