Odisha news

ଭାରତର ଏହି  ଏକମାତ୍ର ମନ୍ଦିର ରେ ଶ୍ରୀ ଗଣପତି ପୂଜା ପାଉଛନ୍ତି ମାନବ ମସ୍ତକ ରେ , ରହିଛି ପ୍ରଭୁ ଶ୍ରୀରାମ ଙ୍କ ସହ ବିଶେଷ ସମ୍ବନ୍ଧ 

0
ଆଜି ଧରା ପୃଷ୍ଠ କୁ ଅବତରୁଛନ୍ତି ପ୍ରଭୁ ଗଣପତି , ଗଣପତି ଙ୍କୁ ବିଘ୍ନ ହର୍ତ୍ତା ଭାବରେ ଆମେ ସମସ୍ତେ ଜାଣିଥାଉ , ସାଧାରଣ ଭାବରେ ଆମେ ଗଣପତି ଙ୍କ ଧ୍ୟାନ କରିବା ସମୟ ରେ ଲମ୍ବା ଶୁଣ୍ଡ ଏବଂ ବଡ଼ କାନ ଆମ ସାମ୍ନାକୁ ଆସିଥାଏ l କିନ୍ତୁ କଣ ଆପଣ ଜାଣିଛନ୍ତି ଭାରତରେ ଗୋଟିଏ ଏଭଳି ମନ୍ଦିର ରହିଛି ଯେଉଁଠି ମାନବ ମସ୍ତକ ରେ ଗଣପତି ବିରାଜମାନ l ଏହି ମନ୍ଦିର ଟି ର ନାମ ହେଉଛି ଆଦି ବିନାୟକ ମନ୍ଦିର l
ଏହି ମନ୍ଦିର ରେ ବିରାଜମାନ କରିଥିବା ଗଣପତି ମାନବ ମସ୍ତକ ରେ ପୂଜିତ , ଯାହାକୁ ମା ପାର୍ବତୀ ତିଆରି କରି ଜୀବନ ଦାନ କରିଥିଲେ ,  ଏହି ମନ୍ଦିର କୁ ଅନେକ ଲୋକ ଦେଶ ବିଦେଶ ରୁ ଆସି ଦର୍ଶନ କରି ଥାଆନ୍ତି , ମାନ୍ୟତା ରହିଛି ଯେ ଏହି ମନ୍ଦିର ରେ ଗଣପତି ଙ୍କୁ  ଦର୍ଶନ କରିବା ଦ୍ୱାରା ସମସ୍ତ ମନସ୍କାମନା ପୂର୍ଣ ହୋଇଥାଏ l
ଭଗବାନ ଶ୍ରୀରାମ ଙ୍କ ସହିତ ରହିଛି ସମ୍ବନ୍ଧ –
ମାନ୍ୟତା ରହିଛି ଯେ ଏହି ମନ୍ଦିର ରେ ପିତୃ ପୁରୁଷ ଙ୍କୁ ଶ୍ରାଦ୍ଧ ତର୍ପଣ କରିବା ଦ୍ୱାରା ପୁଣ୍ୟ ପ୍ରାପ୍ତି ହୋଇଥାଏ l ତେଣୁ ପ୍ରଭୁ ଶ୍ରୀରାମ ଏଠାରେ ନିଜ ପିତା ରାଜା ଦଶରଥ ଙ୍କୁ ଶ୍ରାଧ ତର୍ପଣ କରିଥିଲେ l
ଏହି ମନ୍ଦିର ରେ ଗଣପତି ଙ୍କ ମୂର୍ତ୍ତି ର ଉଚତା ୫ ଫୁଟ ଅଟେ , ଏବଂ ଗଣପତି ଙ୍କୁ ସାପ ରେ ସୁ ସଜ୍ଜିତ କରାଯାଇଛି l  ଏବଂ ତାଙ୍କର ଗୋଟିଏ ହାତରେ କୁରାଢ଼ୀ , ଅନ୍ୟ ହାତରେ ପଦ୍ମ ଫୁଲ , ଆଉ ଗୋଟିଏ ହାତରେ ଦଉଡ଼ି ଏବଂ ଆଉ ଗୋଟିଏ ହାତରେ ମୋଦକ ରହିଛି l
ଏହି ମନ୍ଦିର ରେ ମହାଶିବ ରାତ୍ରି ଏବଂ ଗଣେଶ ଉତ୍ସବ ରେ ବିଶେଷ ଅନୁଷ୍ଠାନ କରାଯାଇ ଥାଏ l କୌଣସି ଶୁଭ କାର୍ଯ୍ୟ କରିବା ପୂର୍ବରୁ ଲୋକେ ଏଠାକୁ ଗଣପତି ଙ୍କ ଆଶୀର୍ବାଦ ନେବାକୁ ଯାଇ ଥାଆନ୍ତି l
Leave A Reply