Odisha news

ଗଣପତି ବାପା ମୋରୟା କାହିଁକି କୁହାଯାଇ ଥାଏ ଏବଂ କିପରି ହୋଇଥିଲା ଏହି ଶବ୍ଦର ଉତ୍ପତି ?

0

ଯେପରି ଭଗବାନ ଶିବ ଙ୍କ ଭକ୍ତକୁ ଶୈବ ଉପାସକ କୁହାଯାଇ ଥାଏ ଏବଂ ବିଷ୍ଣୁଙ୍କ ଭକ୍ତକୁ ବୈଷ୍ଣବ କୁହାଯାଇ ଥାଏ , ଠିକ ସେହିଭଳି ଗଣପତି ଙ୍କ ଭକ୍ତକୁ ଗଣପତ୍ୟେ କୁହାଯାଇ ଥାଏ l ଗଣପତି ହିଁ ପରଂବ୍ରହ୍ମ /ପରମାତ୍ମା l ଚଳିତ ବର୍ଷ ଗଣପତି ଉତ୍ସବ ସେପ୍ଟେମ୍ବର ୭ତାରିଖ ରେ ଅନୁଷ୍ଠିତ ହେବାକୁ ଯାଉଛି l ଗଣପତି ହେଉଛନ୍ତି ବିଘ୍ନ ବିନାଶକ, ମହାରାଷ୍ଟ୍ର ରେ ଗଣପତି ଉତ୍ସବ ସମୟ ରେ ଗଣପତି ବାପା ମୋରୀୟl କୁହାଯାଇ ଥାଏ l ଗଣପତି ବାପା ଅର୍ଥ ଗଣେଶ ଆମର ପିତା ସଦୃଶ ଅଟନ୍ତି l

କିନ୍ତୁ କିପରି ହେଲା ମୋରୀୟl ଶବ୍ଦର ଉତ୍ପତି ?
ମୋରଗ୍ରାମ ମହାରାଷ୍ଟ୍ର ର ପୂଜକ ଓ ସ୍ଥାନୀୟ ଲୋକଙ୍କ ମତ ଅନୁସାରେ ଏହି ଶବ୍ଦ ଗଣପତ୍ୟେ ସମ୍ପ୍ରଦାୟ ର ପ୍ରବର୍ତ୍ତକ ମୋରୟା ଗୋଶାବି ଙ୍କୁ ସମ୍ମାନ ଦେବା ପାଇଁ କୁହାଯାଇ ଥାଏ l ଗଣପତି ତାଙ୍କୁ ଆଶୀର୍ବାଦ ଦେଇଥିଲେ ଓ ସ୍ୱପ୍ନରେ କହିଥିଲେ ଯେ ଯେତେବେଳେ ତାଙ୍କ ନାମ ନିଆଯିବ ସେତେବେଳେ ମୋରୀୟା କୁହାଯିବ l ତେଣୁ ଗଣପତି ବାପା ମୋରିୟା ମଂଗଳମୂର୍ତ୍ତି ମୋରିୟା କୁହାଯାଇ ଥାଏ l

ମୋରୟା ଗୋଶାବି କିଏ –
ମୋରାୟl ଗୋଶାବି ମୂଳ ରୂପରେ କର୍ଣ୍ଣାଟକ ର ବାସିନ୍ଦା ଥିଲେ, ତାଙ୍କ ପିତାଙ୍କ ନାମ ଥିଲା ବାମନ ଭଟ ଓ ମାତା ଙ୍କ ନାମ ଥିଲା ଉମାବାଈ ଥିଲା, କିନ୍ତୁ ସେମାନେ ମୋର ଗ୍ରାମରେ ବାସ କାରରିଥିଲେ l ଗଣପତି ତାଙ୍କର ଇଷ୍ଟ ଦେବତା ଥିଲେ, ବାମନ ଭଟ ଓ ଉମାବାଇ ଙ୍କ ବିବାହର ଅନେକ ବର୍ଷ ପରେ ଗୋଟିଏ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା l ଏବଂ ତାଙ୍କ ନାମ ସେ ମୋରୟା ଦେଇଥିଲେ l କାହିଁକିନା ସେ ନିଜ ପୁତ୍ରକୁ ଗଣପତିଙ୍କ ଉପହାର ବୋଲି ଭାବିଥିଲେ l

ମୋରୟା ଙ୍କ ପିତାଙ୍କ ମୃତ୍ୟୁ ୧୨୫ ବର୍ଷ ଆୟୁର ହୋଇଥିଲା ଏବଂ ମାତାଙ୍କ ମୃତ୍ୟୁ ୧୦୫ ବର୍ଷ ଅୟୁରେ ହୋଇଥିଲା l ଏହାପରେ ସେ ଗଣପତି ଙ୍କୁ ତପସ୍ୟା ଜାରି ରଖିଥିଲେ l ଏହାପରେ ସେ ଚି଼ଞ୍ଚବଡ଼ ରେ ତପସ୍ୟା କରିଥିଲେ ଓ ସେଠାରେ ରହିଗଲେ l ଏବଂ ସେଠାରୁ ପବନା ନଦୀ ମାତ୍ର ୨କିଲୋମିଟର ଥିଲା l ସେ ଅନେକ ଦିନ ପର୍ଯ୍ୟନ୍ତ ଦୁବ ଘାସ ରସ ପିଇ ଜୀବନ ଅତିବାହିତ କରିଥିଲେ l

ଏକଦା ସେ ୪୨ ଦିନ ପର୍ଯ୍ୟନ୍ତ ତପସ୍ୟା ରେ ବସି ଯାଇଥିଲେ, ଏବଂ ନିଜ ତପସ୍ୟା ବଳରେ ଅନେକ ସିଢି ଲାଭ କରିଥିଲେ l ତାଙ୍କ ତପସ୍ୟା ବଳ ଏଭଳି ଥିଲା ଯେ ବାଘ ମଧ୍ୟ ତାଙ୍କ ସମୁଖରେ ଶାନ୍ତ ବସି ପଡୁଥିଲା l ଏବଂ ସର୍ପ ର ବିଷ ମଧ୍ୟ ନଷ୍ଟ ହୋଇ ଯାଉଥିଲା l ସେ ଏଭଳି ଅନେକ ଚମତ୍କାର କରିଛନ୍ତି l

ସେ ନିଜ ପତ୍ନୀଙ୍କୁ ବ୍ରହ୍ମ ବିଦ୍ୟା ଜ୍ଞାନ ଦେଇଥିଲେ, ମୋରୟା ଗୋଶାବି ନିଜ ପୁତ୍ରଙ୍କ ନାମ ଚିନ୍ତାମଣି ଦେଇଥିଲେ l ମହାରାଜ ତୁକାରମ ସେହି ପୁତ୍ରଙ୍କୁ ଚିନ୍ତାମଣି ଦେବ ବୋଲି କହୁଥିଲେ l ୧୬୧୮ ରେ ପବନା ନଦୀ କୂଳରେ ଗୋଶାବି ମୋରୟା ସମାଧି ନେଇଥିଲେ l

Leave A Reply