Odisha news

ଭାଦ୍ରବ ମାସ ଗୁରୁବାରରେ ତୁଳସୀ ସହିତ କରନ୍ତୁ ଏହି ଉପାୟ, ମିଳିବ ମାତା ଲକ୍ଷ୍ମୀଙ୍କ କୃପା

0

ତୁଳସୀ ପୂଜନୀୟ ବୃକ୍ଷ ଭାବରେ ସବୁଠୁ ପୂଜ୍ୟ ଅଟେ, ପ୍ରତି ଗୁରୁବାର ଦିନ ଲକ୍ଷ୍ମୀଙ୍କ ପୂଜନ ସହିତ ତୁଳସୀ ପୂଜନ ର ମଧ୍ୟ ରହିଛି ମହତ୍ୱ l ମାନ୍ୟତା ରହିଛି ଯେ ଯେଉଁ ଘରେ ତୁଳସୀ ବୃକ୍ଷ ରହିଥାଏ ସେଠାରେ ଲକ୍ଷ୍ମୀଙ୍କ ବାସ ହୋଇଥାଏ ଏବଂ ନକାରାତ୍ମକ ଉର୍ଜା ମଧ୍ୟ ଦୂର ହୋଇଥାଏ l ଘରେ ସର୍ବଦା ସୁଖ ସମୃଦ୍ଧିର ବାସ ହୋଇଥାଏ, ତେଣୁ ପ୍ରତିଦିନ ତୁଳସୀ ପୂଜନ କରିବାର ବିଶେଷ ମହତ୍ୱ ରହିଥାଏ l କିନ୍ତୁ ଭାଦ୍ରବ ମାସରେ ତୁଳସୀ ପୂଜନ ର ରହିଥାଏ ଅଲଗା ମାନ୍ୟତା l

– ତୁଳସୀ ପୂଜନ ସହିତ ଭାଦ୍ରବ ମାସରେ ତୁଳସୀଙ୍କ କିଛିଟା ଜିନିଷ ଅର୍ପଣ କରିବା ଶୁଭ ହୋଇଥାଏ l ଯେପରିକି ଭାଦ୍ରବ ମାସ ଗୁରୁବାର ରେ ତୁଳସୀ ଙ୍କୁ ଜଳ ଅର୍ପଣ କରିବା ସମୟ ରେ ସେଥିରେ ସାମାନ୍ୟ ହଳଦୀ ମିଶାଇ ଅର୍ପଣ କରନ୍ତୁ l ଏହାଦ୍ୱାରା ଘରର ନକାରାତ୍ମକ ଉର୍ଜା ଦୂର ହୋଇଥାଏ l

– ଭାଦ୍ରବମାସ ଗୁରୁବାର ରେ ତୁଳସୀଙ୍କ ନିକଟରେ ଶଙ୍ଖା ସିନ୍ଦୁର ଅର୍ପଣ କରିବା ଦ୍ୱାରା ନାରୀ ମାନଙ୍କ ଜୀବନ ରେ ଐଶ୍ୱର୍ଯ୍ୟ ପ୍ରାପ୍ତି ହୋଇଥାଏ l ଏବଂ ସ୍ୱାମୀ ମାନଙ୍କ ଜୀବନରୁ ଦୁଃଖ ଦୁର୍ଦଶା ଦୂର ହୋଇଥାଏ l

– ଭାଦ୍ରବମାସ ରେ ପ୍ରତିଦିନ ତୁଳସୀ ଙ୍କୁ ହଳଦୀ ସିଞ୍ଚନ କରନ୍ତୁ l ଏପରି କଲେ ନିୟମିତ ଭାବରେ ଘରର ସକାରାତ୍ମକ ଉର୍ଜା ବୃଦ୍ଧି ହୋଇଥାଏ ଏବଂ ମାତା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ହୋଇଥାଏ l
– ଭାଦ୍ରବ ଗୁରୁବାରରେ ତୁଳସୀ ଙ୍କୁ କେଶର ଅର୍ପଣ କରନ୍ତୁ, ଏହାଦ୍ୱାରା ଲକ୍ଷ୍ମୀଙ୍କ କୃପାରୁ ଧନ ପ୍ରାପ୍ତି ହୋଇଥାଏ ଏବଂ ଜୀବନ ସୁଖମୟ ହୋଇଥାଏ l

– ଭାଦ୍ରବମାସ ରେ ପ୍ରତିଦିନ ସନ୍ଧ୍ୟାରେ ତୁଳସୀଙ୍କ ନିକଟରେ କର୍ପୁର ଆଳତି କରନ୍ତୁ ଏହାଦ୍ୱାରା ଘରର ସମସ୍ତ ବାସ୍ତୁ ଦୋଷ ମଧ୍ୟ ଦୂର ହୋଇଥାଏ l

– ଭାଦ୍ରବ ମାସ ଗୁରୁବାର ରେ ତୁଳସୀ ଙ୍କୁ ନିହାତି ରାକ୍ଷାସୁତ୍ର ବାନ୍ଧନ୍ତୁ ଏବଂ ଏଥିରେ ଚାଉଳ ଓ ଧଳାଫୁଲ ନିହାତି ଦିଅନ୍ତୁ l

– କଦାପି ଭାଦ୍ରବମାସ ଗୁରୁବାର ରେ ତୁଳସୀ ପତ୍ର ତୋଳିବା ଉଚିତ ନୁହେଁ, ଏହାଦ୍ୱାରା ଘରର ସମୃଧିରେ ବାଧା ଆସିଥାଏ l ଏବଂ ମାତା ଲକ୍ଷ୍ମୀ ମଧ୍ୟ ଅସନ୍ତୁଷ୍ଟ ହୋଇ ଥାଆନ୍ତି l

Leave A Reply