Odisha news

ବୁଧୁବାର ଦିନ କରନ୍ତୁ ଏହିସବୁ ଉପାୟ : ପରିବାରରେ ଶାନ୍ତି ରହିବା ସହିତ ଏକତା ରହିଥାଏ

ବୁଧ ଙ୍କୁ ଗ୍ରହ ମାନଙ୍କର ରାଜକୁମାର କୁହା ଯାଇଥାଏ l ଜ୍ୟୋତିଷ ଶାସ୍ତ୍ରରେ କନ୍ୟା ଓ ମିଥୁନ ରାଶିରେ ସ୍ୱାମୀ ବୁଧ ଅଟନ୍ତି ଓ ଏହାର ତତ୍ୱ ପୃଥିବୀ ଅଟେ l ବୁଧବାର ଦିନଟି ଶ୍ରୀ ଗଣେଶଙ୍କ ପାଇଁ ଉଦ୍ଧିଷ୍ଟ l ଯଦି ଆମେ ବୁଧ ଓ ଗଣେଶଙ୍କୁ ସନ୍ତୁଷ୍ଟ କରିବା ତେବେ ଆମ ଜୀବନର ସମସ୍ତ ଅସୁବିଧା ଦୂର ହୋଇଯିବ l ତେଣୁ ବୁଧବାରଦିନ ଏହିସବୁ ଉପାୟ କରନ୍ତୁ l

– ଶାସ୍ତ୍ର ଅନୁସାରେ ବୁଧ ହାଲୁକା ସ୍ୱଭାବର ଅଟନ୍ତି ଓ ସେହିଭଳି ଗଣପତି ମଧ୍ୟ ଅତି କୋମଳ ସ୍ୱଭାବର ଅଟନ୍ତି l ତେଣୁ ବୁଧବାର ଦିନ ଯଦି କୌଣସି କାର୍ଯ୍ୟରେ ଯାଉଛନ୍ତି ତେବେ ଗଣପତିଙ୍କୁ ପାଦ ନିକଟରେ ସବୁଜ ରଙ୍ଗର ରୁମାଲ ଛୁଆଁଇ ପାକେଟ ରେ ରଖନ୍ତୁ କାର୍ଯ୍ୟରେ ସଫଳତା ମିଳିବ l

– ବୁଧବାର ଦିନ ଗଣପତି ଙ୍କୁ ସବୁଜ ଦୁବ ଘାସ ଅର୍ପଣ କରନ୍ତୁ l ସେଥିପାଇଁ ବୁଧବାର ଦିନ ୨୧ କେରା ଦୁବ ଘାସ ଗଣପତିଙ୍କୁ ଅର୍ପଣ କଲେ ଶୁଭ ସମ୍ବାଦ ମିଳିବ l

– ଯଦି ଆପଣଙ୍କ ରାଶିରେ ବୁଧ ଗ୍ରହ ଦୁର୍ବଳ ଅଟନ୍ତି ତେବେ ଆପଣ ଦୁର୍ଗା ଙ୍କୁ ଆରାଧନା କରିବା ଉଚିତ l ପ୍ରତିଦିନ ଦୁର୍ଗାଙ୍କୁ ନାଲି ପୁଷ୍ପ ଅର୍ପଣ କରି ” ଓଁ ଏଂ ହିଂ କଲିଂ ଚାମୁଣ୍ଡାୟ ସ୍ୱାହା ମନ୍ତ୍ର ଉଚ୍ଚାରଣ କରନ୍ତୁ l

– ବୁଧବାର ଦିନ ଯେ କୌଣସି ଜୀବଜନ୍ତୁ ଙ୍କୁ ଖାଇବାକୁ ଦେବା ସହିତ ସେମାନଙ୍କର ସେବା ଶୁଶ୍ରୁଷା କରନ୍ତୁ l ଦେଖିବେ ଆପଣଙ୍କ ଭାଗ୍ୟ ଚମକି ଉଠିବ l

Comments are closed.