Odisha news

ବିକଳ୍ପର ପଦିକିଆ ସୂତ୍ର ଅହିଂସା

0

ମିହିର ପ୍ରତାପ ଦାସ  : ବାଲ୍ୟ କାଳରୁ ହରିଶ୍ଚନ୍ଦ୍ର ନାଟକର ପ୍ରଭାବରେ ଗାନ୍ଧୀଜୀ ସତ୍ୟର ଅନ୍ୱେଷଣରେ ଅର୍ଦ୍ଧଶତାବ୍ଦିରୁ ଉଦ୍ଧ୍ୱର୍ କାଳ ବିତାଇ ଦେଇଥିଲେ । ହିଂସା ଆଚରଣ କରିବାକୁ ବାଲ୍ୟ ବନ୍ଧୁଙ୍କର ପ୍ରରୋଚନାରେ ମାଂସ ଖାଇ ଅନୁତାପ କରିଥିଲେ । ତଥାପି ଅହିଂସାର ମାର୍ଗକୁ କେବେଠାରୁ ଶ୍ରେଷ୍ଠ ବୋଲି ସିଦ୍ଧାନ୍ତରେ ଉପନିତ ହେଲେ ତାହା ନିର୍ଣ୍ଣୟ କରିବା କଷ୍ଟ । ବାଲ୍ୟ କାଳରେ ସେ ଭୟାଳୁ ଥିଲେ । ସେ ଲେଖିଛନ୍ତି ଅହିଂସା ପାଇଁ ସାହସରେ ଆବଶ୍ୟକ ଅଛି । ବାଲ୍ୟ କାଳରେ ସେ ଅହିଂସା ସହିତ ପରିଚିତ ଥିଲେ । ଜୈନ ଧର୍ମ ସମର୍ଥିତ ମାତାଙ୍କର ଅହିଂସା ଆଚରଣ ତାଙ୍କୁ ଆକର୍ଷଣ କରିଥିଲା । ସେ ଅହିଂସାର ଯେଉଁ ତତ୍ତ୍ୱ ବିଶ୍ୱ ନିକଟରେ ପ୍ରଦାନ କରେ ତାହା ନବଯୁଗର ଆବାହାନ କରେ । ସେ କହିଥିଲେ ସତ୍ୟ ତାଙ୍କର ପ୍ରଥମ ପ୍ରେମ ତା ପାଇଁ ଆବଶ୍ୟକ ହେଲେ ଅହିଂସାକୁ ସେ ପରିତ୍ୟାଗ କରିପାରନ୍ତି । କିନ୍ତୁ ଅହିଂସା ରିକ୍ତ ସତ୍ୟ ସର୍ବଦା ମୂଲ୍ୟବୋଧହୀନ ।

୧୯୨୬ ମସିହାରେ ଜଣେ ଖ୍ୟାତାନାମ ଲୁଗାକଳ ମାଲିକ ଗାନ୍ଧୀଜୀଙ୍କର ନିକଟରେ ଆସି କହିଲେ ଯେ ଅନେକ ଲୋକଙ୍କୁ ଜଣାଇ ସାରିବା ପରେ ଏବଂ ଅନେକ ରାତି ଅନିଦ୍ରା ହୋଇ ଚିନ୍ତା କରି ସାରିବା ପରେ ସେ ଚୁଡ଼ାନ୍ତ କରିଛନ୍ତି କି କିଛି ପାଗଳ ହାବଭାବ ପ୍ରଦର୍ଶନ କରୁଥିବା ବୁଲା କୁକୁରଙ୍କୁ ସେ ହତ୍ୟା କରିବେ । ସେ ଏହି ସମସ୍ୟାକୁ ସରକାର ପୋ÷ରପରିଷଦ ଓ ଶ୍ରମିକ ସଂଗଠନ ମାନଙ୍କର ଗୋଚରାର୍ଥେ ଜଣାଇଲେ ମଧ୍ୟ ଏହାର ଆବଶ୍ୟକ ମିମାଂଶ କରି କହିପାରି ନାହାଁନ୍ତି । ସେ ପରିଶେଷରେ ଗାନ୍ଧୀଙ୍କୁ କହିଲେ “ଏହି ନିଷ୍ପତ୍ତି ନେବାକୁ ମୁଁ ବାଧ୍ୟ ହେଲି ।’’ ଗାନ୍ଧୀ ଉତ୍ତର ଦେଲେ “ହଁ ଏହା ବିନା ଅନ୍ୟ କଣ କରାଯାଇ ପାରିଥାନ୍ତା । “ତା ପରଦିନ କୁକୁରମାନେ ମୃତ ଅବସ୍ଥାରେ ମିଳିଲେ । ଗାନ୍ଧୀଜୀଙ୍କର ବିରୁଦ୍ଧରେ ପ୍ରତ୍ୟେକ କ୍ଷେତ୍ରରୁ ନିନ୍ଦାର ସୁଅ ଛୁଟି ଆସିଲା । ଅନେକ ଆଗନ୍ତୁକ ଗାନ୍ଧୀଙ୍କର ନିକଟକୁ ଆସି ତାଙ୍କର ନିଷ୍ପତ୍ତିକୁ ପ୍ରତିବାଦ କରେ ଓ ଅହିଂସା ଆଚରଣରେ ତ୍ରୁଟି କରିଥିବାରୁ ତାଙ୍କୁ ସାମାଜିକ ଜୀବନରୁ ଅବ୍ୟାହତି ନେବା ପାଇଁ କହିଥିଲେ ।

ଗାନ୍ଧୀ ତାଙ୍କର ମତରେ ଅବିଚଳିତ ରହିଲେ ଓ ଦୃଢ଼ତାର ସହିତ ବକ୍ତବ୍ୟ ରଖିଲେ କି କାରଖାନା ମାଲିକଙ୍କୁ ସେ ଦେଇଥିବା ଉପଦେଶ ସମୁଚିତ, ସେ କହିଲେ “ ଆମେ ମୃତୁ୍ୟ ଲୋକରେ ଜନ୍ମିତ, ଏଣୁ ତୃଟି କରିବା ଅଂସଭବ ନୁହେଁ । କିନ୍ତୁ ଜଳାନ୍ତକ ପ୍ରପିଡ଼ିତ କୁକୁର ମାନଙ୍କୁୁ ନିପାତ ନ କରି ଆମ ନିକଟରେ ଅନ୍ୟ ପନ୍ଥା କିଛି ନଥିଲା । ଅନେକ ସମୟରେ ଆମକୁ ଗୋଟିଏ ମଣିଷକୁ ହତ୍ୟା କରିବାକୁ ହୋଇଥାଏ ଯିଏ କି ଅନ୍ୟ ମାନବକୁ ବା ମାନବ ମାନଙ୍କୁ ହତ୍ୟା କରିଥାଏ । ଏହି ପ୍ରସଙ୍ଗକୁ ଆଧାର କରି ସେ ତାଙ୍କର ଆଭିମୁଖ୍ୟ ସପକ୍ଷରେ ୟଙ୍ଗ ଇଣ୍ଡିଆ ପତି୍ରକାରେ ଆଠଟି ସଂସ୍କରଣ ପ୍ରବନ୍ଧ ପ୍ରକାଶ କରିଥିଲେ ।

ଏହି ପ୍ରବନ୍ଧରୁ ସ୍ପଷ୍ଟ ହୋଇଥିଲା ସେ ଅହିଂସା ତତ୍ତ୍ୱକୁ ପୋଥି ବାଇଗଣ କରି ନଥିଲେ ବା ଅନ୍ଧ ସ୍ତାବକ ନଥିଲେ । ସେ ବିଶ୍ୱର ପରିବେଶର ସମସ୍ୟା ସଂପର୍କରେ ସତର୍କ ଥିଲେ । ସମସ୍ୟାର ପ୍ରସଙ୍ଗକୁ ମଧ୍ୟ ଅନୁଧ୍ୟାନ କରୁଥିଲେ । ସେ ଅହିଂସାକୁ ମଣିଷର ସାମାଜିକ ଆଚରଣ ଓ ମଣିଷ ସମାଜର କଲ୍ୟାଣ ଉପଲକ୍ଷେ ଗୁରୁତ୍ୱ ପ୍ରଦାନ କରୁଥିଲେ । ସେ ଭାରତୀୟ ପାରମ୍ପରିକ ଅହିଂସା ପ୍ରଚାରକ ମାନଙ୍କର ମରିଚିକାରେ ଛନ୍ଦି ହେଉନଥିଲେ । ସେମାନେ ଜୀବେଦୟା ନାମରେ କୀଟପତଙ୍ଗଙ୍କ ପ୍ରତି କରୁଣା ପ୍ରଦର୍ଶନ କରି ମଣିଷମାନଙ୍କ ମଧ୍ୟରେ ଯୁଦ୍ଧ କରାଇବାର ଆୟୋଜନକୁ ପସନ୍ଦ କରୁନଥିଲେ । ଗାନ୍ଧୀଙ୍କର ନିମ୍ନସ୍ତରର ଜୀବମାନଙ୍କର ପ୍ରତି ଦୟାଥିଲା । ମଣିଷର ବ୍ୟବହାରିକ ସୀମା ସେ ଜାଣିଥିଲେ । ସେ ଲେଖିଛନ୍ତି “ନିମ୍ନ ପ୍ରାଣୀମାନେ ଆମର କୁଟୁମ୍ବ । କିନ୍ତୁ ଆମେ କିପରି ସେମାନଙ୍କୁ ଆପଣାର କରିପାରିବୁ ତାହା ଜାଣିନାହୁଁ । ତାହା ଜାଣିଗଲେ ଅସୁବିଧା କିଛି ରହିବ ନାହିଁ । ଆଜିର ପରିସ୍ଥିତିରେ ଆମେ ଅନ୍ୟଦେଶର ଅନ୍ୟଧର୍ମର ମଣିଷଙ୍କର ସହିତ କିପରି ଚଳିବୁ ତାହା ଜାଣିନାହୁଁ ।’’

ଏହି ଘଟଣାର ତିନିବର୍ଷ ପରେ ଗୋଟିଏ ମରଣମୁଖି ବାଛୁରୀ ଅନେକ ଦିନ ଯନ୍ତ୍ରଣାରେ ଛଟପଟ ହେଉଥିଲା । ଗାନ୍ଧୀ ତାର ଶିଘ୍ର ମୃତୁ୍ୟ ପାଇଁ ତାକୁ ଜୀବନ ନାଶକ ଇଂଜେକ୍ସନ୍ ଦେଇଥିଲେ । ଏହି କାରଣରୁ ଅନେକ ତାଙ୍କୁ ଭର୍ସନା କରିଥିଲେ । ସେ ଉତ୍ତର ରଖିଥିଲେ ଯନ୍ତ୍ରଣାରୁ ମୁକ୍ତି ଦେବା ପାଇଁ ସେ ନିଜର ରକ୍ତ ସଂପର୍କୀୟଙ୍କର ନିମନ୍ତେ ଏହା କରିଥାନ୍ତେ । ଜଣେ ବାକ୍ହୀନ ଜୀବର ନରକ ଯନ୍ତ୍ରଣାକୁ ଦେଖିବା ଅପେକ୍ଷା ତାର ପରିସମାପ୍ତି କରିଦେବା ହିଂସା ନୁହେଁ ଅହିଂସା କାର୍ଯ୍ୟ । ଏହାପରେ ଆଉ ଗୋଟିଏ ସମସ୍ୟା । ଆସିଥିଲା । ଦଳେ ମାଙ୍କଡ଼ ଗୋଟିଏ ଅଞ୍ଚଳରେ ପରିବା ପତ୍ର ନଷ୍ଟ କରୁଥିଲେ । କୃଷକମାନେ ହଇରାଣ ହେଉଥିଲେ । ମାଙ୍କଡ଼ମାନଙ୍କୁ ହତ୍ୟା କରିବାକୁ କିଛି ଲୋକ ଇଚ୍ଛା କଲେ । ଗାନ୍ଧୀ ଉପଦେଶ ଦେଇଥିଲେ ସେମାନଙ୍କୁ ହତ୍ୟା କରିବା ଆଦୋ÷ ଉଚିତ ନୁହେଁ । ସେମାନଙ୍କୁ ଖଣ୍ଡିଆ ଖାବରା କରିବା ବା ତଡ଼ିବା ମଧ୍ୟ ହିଂସା ଆଚରଣ ଅଟେ ।

ସେ ପୁଣି କହିଛନ୍ତି “କୋଣସି ଜୀବନ୍ତ ବଞ୍ଚôବାର ନିଶା ମଧ୍ୟରେ କଦାଚିତ ଆଦର୍ଶର ଅହିଂସା ଆଚରଣ କରିବାର ସଂଭବ ନୁହେଁ । ସମାଜ ସର୍ବଦା ଅହିଂସା ହିଂସାର ଗୋଟିଏ ମାପଦଣ୍ଡ ବ୍ୟବହାର କରି ବ୍ୟକ୍ତି ବିଶେଷଙ୍କୁ ଭ୍ରମିତ କରିଥାଏ । କିନ୍ତୁ ଯେଉଁମାନେ ସତ୍ୟର ଅର୍ଚ୍ଚନା କରିଥାନ୍ତି ସେମାନେ ଆବଶ୍ୟକ ଅନୁସାରେ ଯଥା ସଂଭବ ଅଧିକରୁ ଅଧିକ ଅହିଂସା ଆଚରଣ କରିବେ ଓ ହିଂସାକୁ ନିୟନ୍ତ୍ରଣ କରିବାକୁ ପ୍ରୟାସ କରିବେ ।

ବୁଦ୍ଧିଜୀବିମାନେ କୃକ ମନାଙ୍କର ସମସ୍ୟା ଦୂର କରିବା ପାଇଁ ନୀରବ ନ ରହି ଆବଶ୍ୟକ କୋ÷ଶଳର ବନେ୍ଦାବସ୍ତ କରେ ହିଂସା ଆଚରଣର ଆବଶ୍ୟକତା ରହିବ ନାହିଁ ।

ମଣିଷର ସଂପର୍କର ମୂଳଦୁଆ ଅହିଂସା ଉପରେ ଆଧାରିତ ବୋଲି ପ୍ରମାଣିତ କରିବା ପାଇଁ ଗାନ୍ଧୀ ଉଦ୍ୟମ କରୁଥିଲେ । ପ୍ରେମର ବିକଳ୍ପ ଶବ୍ଦ ଅହିଂସାକୁ ସେ ବ୍ୟବହାର କରିବାକୁ ଉଚିତ୍ ମଣିଥିଲେ ସେ ମଣିଷ ମଣିଷ ମଧ୍ୟରେ ଓ ମଣିଷ ଅବଶିଷ୍ଟ ଜଗତ ମଧ୍ୟରେ ଅହିଂସା ସଂପର୍କରେ ମୋ÷ଳିକ ଧର୍ମ ଭାବରେ ପ୍ରତିଷ୍ଠା କରିବା ପାଇଁ ପରୀକ୍ଷା କରିଥିଲେ । ପ୍ରୟୋଗରେ ସଫଳତା ଲାଭ କରିଥିଲେ । କିନ୍ତୁ ପାରମ୍ପରିକ ଜ୍ଞାନ କହେ ହିଂସା ମଣିଷର ଜନ୍ମଜାତ ଗୁଣ । ଏହାକୁ ସୋଧନ କରିବାକୁ ଉଦ୍ୟମ କରିବା ବୃଥା । ଆଧୁନିକ ଯୁଗରେ ଅନ୍ୟତମ ଶ୍ରେଷ୍ଠ ବୈଜ୍ଞାନିକ ଫ୍ରଏଡ଼ ତାଙ୍କର ଚିକିତ୍ସାଳୟର ଅଭିଜ୍ଞତାରୁ ପ୍ରକାଶ କଲେ କି “ ହିଂସ୍ର ପ୍ରବୃତ୍ତି ମଣିଷର ଅନ୍ତର୍ଜାତ ସ୍ୱାଧିନ ସ୍ୱଭାବ ଅଟେ ।’’ ସେ ଉଲେଖ କଲେ, “ପ୍ରସିଦ୍ଧ ସର୍ବମାନ୍ୟ ଉକ୍ଟଜ୍ଞଜ୍ଞବଦ୍ଭୟଜ୍ଞରଦ୍ଭଗ୍ଧ ରେ ଉଲେଖ ଅଛି ଯେ କାହାକୁ ହତ୍ୟା କର ନାହିଁ । ଏହା ପ୍ରମାଣ କରୁଛି ମଣିଷର ହିଂସ୍ର ସ୍ୱଭାବ ଆଦିମ ଯୁଗରୁ ରହି ଆସିଛି ।’’ ଏହି ମତାମତ ପ୍ରାଚୀନ ହିଂସ୍ର ସପକ୍ଷବାଦୀ ଭାବନାକୁ ସଶକ୍ତି କରିଥିଲା ।

ବିବର୍ତ୍ତନ ବିଜ୍ଞାନ କହିଲା “ବିର ଭୋଗ୍ୟା ବସୁନ୍ଧରା’’ । ଗୋଟିଏ କାଳ ଖଣ୍ଡ ଅହିଂସାର ସ୍ଥିତିକୁ ଅମାନ୍ୟ କରିଥିଲା । କିନ୍ତୁ ପରବର୍ତ୍ତି ବୈଜ୍ଞାନିକ ଓ ଗବେଷକ ମାନେ ଉପଲବ୍ଧô କରେ ଓ ପ୍ରମାଣ ପାଇଲେ ଭୋକ, ଶୋଷ, ଯୋ÷ନକି୍ରୟା ନିଦ୍ରା, ଜାଗୃତି ଆଦି ପ୍ରବୃତ୍ତି ପରି କ୍ରୋଧ, ହିଂସା, ଯୋଉ ଆଦି ମଣିଷ ଶରୀରରୁ ଅନ୍ତ ଯୋତ ହେଉନାହିଁ । ବାହ୍ୟ ପରିବେଶର ଉଦୀପନା ଦ୍ୱାରା ହିଂସା ଦୃଶ୍ୟମାନ ହେଉଛି । ଆଦର ସ୍ନେହ ପାଇଥିବା ମଣିଷ ଓ ପଶୁ ଶିଘ୍ର ଆରୋଗ୍ୟ ଲାଭ କରୁଛି । ପ୍ରେମମୟ ପରିବେଶରେ ଛାତ୍ରଟିର ଧିଶକ୍ତି ଅଧିକ ପ୍ରଖର ହେଉଛି । ବିବର୍ତ୍ତନ ନିୟମରେ ବୃକ୍ଷ ମଧ୍ୟ ପ୍ରଭାବିତ ହେଉଛନ୍ତି । ଯେଉଁଠାରେ ହିଂସା ସ୍ୱଭାବ ପ୍ରକାଶର ଅବକାଶ ନାହିଁ । ପ୍ରଥମସ୍ଥାନ ବା ଆଗଧାଡ଼ିରେ ସ୍ଥାନ ପାଇବାର ମଣିଷର ଇଚ୍ଛାକୁ ହିଂସା ବା ଇର୍ଷା କରିବା ସମୀଚିନ ନୁହେଁ । ତାହା ପ୍ରତିଯୋଗିତାର ଅଭିପ୍ସା ଆଖ୍ୟା ଦେବା ଉଚିତ ।

ଜନଜାତିମାନଙ୍କୁ ତନ୍ନ ତନ୍ନ କରି ପରୀକ୍ଷା କରିବାରୁ ଜଣାଗଲା ସେମାନଙ୍କର ମଧ୍ୟରେ ଇଉରୋପୀୟ ପ୍ରବେଶ ନ କରିବା ପର୍ଯ୍ୟନ୍ତ ଏକତା, ସହଯୋଗ, ବିରାଜିତ ଥିଲା । ଅତଏବ୍ ପ୍ରମାଣ ଅନୁସାରେ ଯେ ପର୍ଯ୍ୟନ୍ତ ଉନ୍ନତ ମାନର ଅସ୍ତ୍ର ଶସ୍ତ୍ର, ବିଳାସପୂର୍ଣ୍ଣ ଶୈଳୀ, ଆଧୁନିକ ଶିଳ୍ପ ଜାଗରଣ ମଣିଷ ସମାଜର ଆଖିରେ କଳାପଟି ବାନ୍ଧି ନଥିଲା । ସେ ପର୍ଯ୍ୟନ୍ତ ସମାଜ ଗୋଟିଏ ବିବେକର ଧାରାରେ ବନ୍ଧା ହୋଇଥିଲା । ତାହା ହେଉଛି ମାନବିକତା, ମୈତ୍ରୀ, ପ୍ରେମ, ସ୍ନେହ, ଭାତୃଭାବ ଅହିଂସାର ଅନ୍ୟରୂପ । ଶିଳ୍ପ ବିପ୍ଳବ ବାଣିଜ୍ୟ ପ୍ରତିଯୋଗିତାର ଦୁନିଆରେ ହିଂସା କୃତି୍ରମ ଭାବରେ ଆବିର୍ଭାବ ହୋଇଛି । ଏହାର ପ୍ରାକୃତିକ ସ୍ଥିତାବସ୍ଥା ନାହିଁ । ଏହି ମଣିଷର ସହଜାତ ପ୍ରକୃତି ନୁହେଁ ।

ଗାନ୍ଧୀଙ୍କର ଅହିଂସା ସଜ୍ଞା ଅନ୍ୟକୁ ଆଘାତ ନ କରିବା ବା ବିଧି ଅସଂଗତ ପ୍ରଥାରେ ସୀମିତ ନଥିଲା । ଏହା ମଣିଷର ମଣିଷ ସହିତ ସଂପର୍କକୁ ଘନିଷ୍ଠ କରିବାର ବାର୍ତ୍ତା ବହନ କରୁଥିଲା । ଏହି ବାର୍ତ୍ତା ପ୍ରତ୍ୟେକ ଅଂଶ ଗ୍ରହଣକାରୀର ସ୍ୱାଧିନତା, ପୋରୁଷ, ଆତ୍ମମର୍ଯ୍ୟାଦାକୁ ଅଭିବୃଦ୍ଧି କରିବାର ସନେ୍ଦଶ ବହନ କରୁଥିଲା । ସେ ଅନୁଭବ କରିଥିଲେ ଜ୍ଞାନ ଓ ବୁଦ୍ଧିକୁ ଏକତି୍ରତ କରି ଜଣେ ତତ୍କ୍ଷଣାତଃ ଅହିଂସାରେ ପୋରୁଷ ଓ ଅଭୟ ଆଚରଣ ପ୍ରକଟିତ କରିପାରିବ ନାହିଁ । ଜଣେ ସତ୍ୟାଗ୍ରହୀ ହେବାକୁ ତାକୁ ଅନେକ ସାଧନା କରିବାକୁ ହେବ । ଅହିଂସାକୁ ଆପଣେଇବା ପାଇଁ ପ୍ରତିବ୍ୟକ୍ତିକୁ ଉପଯୁକ୍ତ ତାଲିମ ଦେବାର ଆବଶ୍ୟତା ରହିଛି । ଲୋକମାନେ ଅହିଂସା ଆଚରଣରେ ଖିଲାପ ହେବାର ଆଶଙ୍କାରେ ଆଦୋ÷ ହାତ ବାନ୍ଧି ବସିବା ଉଚିତ ନୁହେଁ । ଦରକାର ପଡିଲେ ହିଂସା ଆଚରଣ କରି ଆତ୍ମ ସମ୍ମାନ ରକ୍ଷା କରି ପାରନ୍ତି ।

ଗାନ୍ଧୀଜୀ ଅହିଂସା ତତ୍ୱର ସାର ହିନ୍ଦୁ ଧର୍ମରୁ ଉଦ୍ଧାର କରିଥିଲେ । ସେ ନମ୍ରତାକୁ ଅଗ୍ରାଧିକାର ଦେଉଥିଲା । ଏହିତତ୍ୱ ହିମାଳୟ ପରି ପ୍ରାଚୀନ ବୋଲି ସେ ସ୍ୱୀକାର କରିଥିଲେ । ତାଙ୍କର ପରୀକ୍ଷିତ ଅନୁଶୀଳନ ଓ ସିଦ୍ଧାନ୍ତ ଅହିଂସାର ବିଷୟ ବସ୍ତୁକୁ ପରିବର୍ତ୍ତିତ କରି ସମାଜର ବିକାଶରେ ସଂପୃକ୍ତ ହୋଇ ପାରିଥିଲା । ସେ ବିଶ୍ୱାସ କରୁଥିଲେ ବିଶ୍ୱକୁ ଯେପରି ମାଧ୍ୟାକର୍ଷଣ ଶକ୍ତି ବାନ୍ଧିରଖିଛି ଅହିଂସା ସେପରି ଜୀବଜଗତକୁ ବାନ୍ଧି ରଖିଛି । ଯେପରି ମାଧ୍ୟାକର୍ଷଣର ଆବିଷ୍କାର ପରେ ବିଜ୍ଞାନ ମଣିଷର ଉପକାରରେ ଲାଗିପାରିଲା ସେହିପରି ଦିନ ଆସିବ ଅହିଂସାର ବାସ୍ତବ ରହସ୍ୟ ଆକଳନ ହୋଇ ପାରିବ ଏବଂ ସେବେ ମଣିଷ ସମାଜ ନୂତନ ଆକୃତି ନେବ ।

ଗାନ୍ଧୀଜୀଙ୍କର ପ୍ରିଟୋରିଆ ରେଳଯାତ୍ରାର ଦୁଃଖଦ ଘଟଣା ପର ଠାରୁ ବର୍ଣ୍ଣ ବୈଷମ୍ୟ ବିରୁଦ୍ଧରେ ସଂଗ୍ରାମ ଆରମ୍ଭ କରିଥିଲେ । ଏହା ପୂର୍ବରୁ ଗାନ୍ଧୀ ଇଂଲଣ୍ଡରୁ ବାରିଷ୍ଟର ପାସ୍ କରି ଆସିଥାନ୍ତି । ତାଙ୍କର ଜଣେ ଇଂରେଜ ସହପାଠୀ ତାଙ୍କ ସହିତ ବାରିଷ୍ଟର ପଢ଼ୁଥିଲେ । ଭାରତକୁ ଜଣେ ଉଚ୍ଚ ଶ୍ରେଣୀର ଅଧିକାରୀ ବା ହାକିମ ହୋଇ ଆସିଥାନ୍ତି । ଗାନ୍ଧୀଜୀଙ୍କର ବଡ଼ଭାଇଙ୍କର କିଛି କାମ ଗାନ୍ଧୀଙ୍କର ସହପାଠୀଙ୍କ ଦପ୍ତରରେ ଥାଏ । ବଡ଼ଭାଇଙ୍କର ଅନୁରୋଧରେ ସେ ତାଙ୍କର ସହପାଠୀ ହାକିମଙ୍କୁ ସାକ୍ଷାତ୍କରି ଅସୁବିଧା ଜଣାଇଲେ ।

କିନ୍ତୁ ହାକିମ ଜଣଙ୍କ ପୂର୍ବ ବନ୍ଧୁତାକୁ ଅନୁରୂପ ବ୍ୟବହାର ନ କରି ଗାନ୍ଧିଙ୍କୁ ଅସଦବ୍ୟବହାର କଲେ ଓ ଚପରାସୀ ଦ୍ୱାରା ଦପ୍ତରରୁ ପଦାକୁ ତଡ଼ି ଦେଇଥିଲେ । ଏହାର କିଛିଦିନ ଅନ୍ତରରେ ଗାନ୍ଧୀ ଦଖିଣ ଆଫ୍ରିକାକୁ ଗଲେ । ଭାରତରେ ଏହି ସ୍ୱଳ୍ପ ରହଣି ସମୟରେ ଡ଼ାଃ ପ୍ରାଣଜୀବନ ମେହେଟାଙ୍କର ଜ୍ୱାଇଁ ରାଇଚାନ୍ଦ ଙ୍କର ଅନେକ ପରାମର୍ଶ ଗ୍ରହଣ କରିଥିଲେ । ଏଣୁ ସଂଭବତଃ ମାତାଙ୍କର ଅହିଂସା ଆଚରଣ, ଗୀତା, ବୁଦ୍ଧ, ଯୀଶୁ, ରାଇଚନ୍ଦ୍ର ଭାଇ, ରାଜକୋଟ ଅପମାନ, ପ୍ରିଟୋରିଆ ଅଘଟଣର ପ୍ରଭାବରେ ପାଶବିକ ଶକ୍ତିକୁ ପରାହତ କରିବାକୁ ସତ୍ୟାଗ୍ରହ ରୂପନେଲା । ଯାହାର ମୂଳ ଉପାଦାନ ଥିଲା ସତ୍ୟ ଓ ମୁଖ୍ୟ ଉପାଦାନ ଥିଲା ଅହିଂସା ।

Leave A Reply