ନୂଆଦିଲ୍ଲୀ : ବଙ୍ଗଳାଦେଶର କୋମିଲା ଜିଲ୍ଲାରେ କିଛି ମୁସଲିମ୍ ସମ୍ପ୍ରଦାୟ ହିନ୍ଦୁ ମାନଙ୍କ ଘରକୁ ଭଙ୍ଗା ଭାଙ୍ଗି କରିବାରେ ଲାଗିଛନ୍ତି l ଗଣମାଧ୍ୟମ ରିପୋଟ ଅନୁସାରେ କୋମିଲା ଜିଲ୍ଲାରେ ଇସ୍ଲାମ ସହିତ ଯୋଡି ହୋଇଥିବା କଥିତ ଭାବରେ ଅପମାନ ଜନକ ପୋଷ୍ଟକୁ ନେଇ ମିଥ୍ୟା ଅପପ୍ରଚାର ହୋଇଥିଲା ଏହା ପରେ ହିନ୍ଦୁ ମାନଙ୍କ ଘର ଉପରେ କିଛି ମୁସଲମାନ ଆକ୍ରମଣ ଆରମ୍ଭ କରିଦେଇଥିଲେ l ଫ୍ରାନ୍ସରେ ରହୁଥିବା ଜଣେ ବାଙ୍ଗଲାଦେଶୀ କଥିତ ଭାବରେ ଫ୍ରାନ୍ସର ରାଷ୍ଟ୍ରପତି ମେକ୍ରଙ୍କୁ ଅମାନବୀୟ ବିଚାର ଧାରା ବିରୁଦ୍ଧରେ ପଦକ୍ଷପ ଉଠାଇବାକୁ ନେଇ ପ୍ରଶଂସା କରିଥିଲେ l
ମିଳିଥିବା ସୂଚନା ଅନୁସାରେ ବାଙ୍ଗଲାଦେଶୀ ବ୍ୟକ୍ତି ଜଣଙ୍କ ପେଙ୍ଗବର ମହମଦଙ୍କ କାଟୁନ ଦେଖାଇବା ଶିକ୍ଷକଙ୍କର ହତ୍ୟା ପରେ କାତରପନ୍ଥୀ ଇସ୍ଲାମକୁ ନେଇ ମେକ୍ରଙ୍କର ସମର୍ଥନ କରିଥିଲେ ଓ ଏହି କାରଣରୁ ଅଧିକାଂଶ ହିନ୍ଦୁଙ୍କର ଘରଦ୍ୱାର ଉପରେ ଆକ୍ରମଣ କରାଯାଇଛି l ଗୋଟିଏ ସ୍କୁଲର ହେଡ଼ ମାଷ୍ଟର ନିଜ ଫେସବୁକରେ ମେକ୍ରଙ୍କ କାର୍ଯ୍ୟକୁ ସ୍ୱାଗତ କରିଥିଲେ l ଏହାକୁ ନେଇ ମିଥ୍ୟ ଅପପ୍ରଚାର ଆରମ୍ଭ ହେବ ପରେ ବଙ୍ଗଳାଦେଶରେ ଦଙ୍ଗା ଆରମ୍ଭ ହୋଇଯାଇଥିଲା l ଏହି ମାମଲାରେ ରବିବାର ଦିନ ଧାର୍ମିକ ଭାବନାକୁ ଆହତ କରିଥିବା ମାମଲାରେ ଆରୋପ ଲଗାଇ ଦୁଇଜଣ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି l ଏଠାରେ କହି ରଖୁଛୁ ଯେ ବଙ୍ଗଳାଦେଶରେ ,ଫ୍ରାନ୍ସରେ ପେଙ୍ଗବର ମହମଦର କାଟୁନ ଛପା ଯିବାକୁ ନେଇ ବିରୋଧ ପଦର୍ଶନ କରାଯାଇଥିଲା l ପୋଲିସ ଯେଉଁ ହେଡ଼ ମାଷ୍ଟର ଜଣଙ୍କ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ତାଙ୍କ ବିରୁଦ୍ଧରେ ଡିଜିଟାଲ ସିକୁରିଟି ଆକ୍ଟରେ କେସ ଦର୍ଜ କରିଛି l କୋର୍ଟ ସେହି ହେଡ଼ ମାଷ୍ଟରଙ୍କର ଜାମିନକୁ ନାମଞ୍ଜୁର କରିଛି l
ପ୍ରଦର୍ଶନ ବଙ୍ଗଳାଦେଶରେ ଜାରି ରହିଥିବା ବେଳେ କିଛି ଇସ୍ଲାମ ସଂଗଠନର ବରିଷ୍ଠ ନେତା ଫ୍ରାନ୍ସର ରାଜଦୂତଙ୍କୁ ଗାଦୀ ଚ୍ୟୁତ କରିବା ପାଇଁ ଦାବି କରିଛନ୍ତି l ଗୋଟିଏ ଇସ୍ଲାମ ସଂସ୍ଥାର ନେତା ଧମକ ଦେଇଛନ୍ତି ଯେ ଯଦି ଫ୍ରାନ୍ସର ରାଜଦୂତଙ୍କୁ ଦେଶରୁ ବାହାର ନକରାଗଲା ତେବେ ତାଙ୍କ ଦୂତାବାସ ଉପରେ ଆକ୍ରମଣ କରାଯିବ l ବାଙ୍ଗଲାଦେଶ ସରକାର ବର୍ତମାନ ପର୍ଯ୍ୟନ୍ତ ଫ୍ରାନ୍ସ ବିରୁଦ୍ଧରେ କୌଣସି ବୟାନ ଜାରି କରି ନାହାନ୍ତି l ବଙ୍ଗଳାଦେଶରେ ୧୬ କୋଟି ମୁସଲମାନ ରହୁଛନ୍ତି କିନ୍ତୁ ଏଠାକାର ସମ୍ବିଧାନରେ ଧର୍ମ ନିରପେକ୍ଷତାକୁ ସ୍ଥାନ ଦିଆଯାଇଛି l