Odisha news

ଜଙ୍ଗଲ ଅଧ୍ୟୁଷିତ ଅଂଚଳରେ କରୋନା ସଂପର୍କିତ ସତର୍କତା : ସ୍ୱାସ୍ଥ୍ୟ,ଜୀବନଜୀବିକା ଓ ଖାଦ୍ୟ ନିରାପତାକୁ ଗୁରୁତ୍ୱ

0

ଅନୁଗୁଳ:- ସଂପ୍ରତି ଦେଖାଦେଇଥିବା କରୋନା ଭୂତାଣୁ ଆତଙ୍କରୁ ରକ୍ଷା ପାଇବା ଏବଂ ଜୀବନଜୀବିକା ସହ ଖାଦ୍ୟ ନିରାପତା ସଂପର୍କିତ ବ୍ୟାପକ ସଚେତନତା ଓ  ସତର୍କତା କାର୍ଯ୍ୟକ୍ରମ ଜିଲ୍ଲାରେ ଅନୁଷ୍ଠିତ ହୋଇଯାଇଛି । ଏହି ସଚେତନତା କାର୍ଯ୍ୟକ୍ରମ ପ୍ରକୃତି ପରିବେଶ ଓ ବନ୍ୟଜୀବନ ସମିତି (ନିୟୁଜ୍) ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ଜିଲ୍ଲାରେ ଥିବା ଜଙ୍ଗଲ ଅଧ୍ୟୁଷିତ ଆମ ଜଙ୍ଗଲ ଯୋଜନା କାର୍ଯ୍ୟକାରୀ ହେଉଥିବା ଗ୍ରାମ ଗୁଡିକରେ ଆୟୋଜନ କରାଯାଉଛି । ରାଜ୍ୟ ଏବଂ  କେନ୍ଦ୍ର ସରକାରଙ୍କର କୋଭିଡ୍ ଗାଇଡ୍ଲାଇନ୍କୁ ଆଧାରକରି ସ୍ୱାସ୍ଥ୍ୟ ସୁରକ୍ଷା ସଂପର୍କିତ  ସାମାଜିକ ଦୂରତା, ମାସ୍କ ବା ମୁଖା ବ୍ୟବହାର, ଜନଗହଳି ଠାରୁ ଦୁରରେ ରହିବା, ବାହାରୁ ଫେରିଥିଲେ ଏକାନ୍ତବାସରେ ରହିବା, ପରିଷ୍କାର ପରିଚ୍ଛନତା ରହିବା ଏବଂ କରୋନା ବିରୋଧି ଲଢେଇରେ ସାମିଲ୍ ହେବା  ଉପରେ  ବିଶେଷ ଆଲୋଚନା କରାଯାଉଛି ।

କରୋନା ମହାମାରୀ ସାରା ବିଶ୍ୱରେ ଆତଙ୍କ ଖେଳାଇଥିବାରୁ ଆନ୍ତର୍ଜାତୀୟ , ଜାତୀୟ, ରାଜ୍ୟ ଏବଂ ସ୍ଥାନୀୟ ଅଂଚଳରେ କରୋନା ତଥ୍ୟକୁ ଅବଗତ କରାଯାଉଅଛି । ଅନ୍ୟ ପକ୍ଷରେ ଏଭଳି ଏକ ଦୁର୍ଦ୍ଦିନ ସମୟରେ ସ୍ଥାନୀୟ ଲୋକମାନେ ସେମାନଙ୍କର ଗୁଜରାଣ ମେଣ୍ଟାଇବା  ପାଇଁ  ରହିଥିବା ସରକାରୀ ସୁବିଧା ସୁଯୋଗକୁ ଶୃଙ୍ଖଳିତ ଭାବେ ଗ୍ରହଣ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ଜଙ୍ଗଲ ଅଧ୍ୟୁଷିତ ଅଂଚଳରେ ଲଘୁବନଜାତ ଦ୍ରବ୍ୟ ସଂଗ୍ରହ , କେନ୍ଦୁପତ୍ର ସଂଗ୍ରହ ଏବଂ ରହିଥିବା ବଜାର ଓ ସରକାରୀ ସର୍ବନିମ୍ନ ସହାୟକ ମୁଲ୍ୟ ଉପରେ ଜଣାଇବା ସହିତ କୋଭିଡ୍  ଗାଇଡ୍ଲାଇନ୍କୁ ଅନୁସରଣ  କରିବାକୁ ପରାମର୍ଶ  ଦିଆଯାଇଛି ।

ଖାଦ୍ୟ ସୁରକ୍ଷାରେ  ରହିଥିବା ସରାକରୀ ବ୍ୟବସ୍ଥା ଯାହାକି ଆଗୁଆ ରାସନ ପ୍ରଦାନ ନିର୍ଦ୍ଧିଷ୍ଟ ହିତାଧିକାରୀ ମାନଙ୍କ ପାଇଁ ଥିବା ଆର୍ଥିକ ସହାୟତା, ପଂଚାୟତ ସ୍ତରରେ ପ୍ରତିଦିନ ରନ୍ଧାଖାଦ୍ୟ , ମହିଳା ମାନଙ୍କ ପାଇଁ  ଏସ୍ଏଚ୍ଜି  ଋଣ ବ୍ୟବସ୍ଥା , ଚାଷୀ  ମାନଙ୍କ ପାଇଁ  ରିହାତି ଓ କୃଷି  ଋଣ  ସହାୟତା , ଶ୍ରମିକ ମାନଙ୍କ ପାଇଁ ମଜୁରୀ  ସୁବିଧା ଉପରେ ପୁଙ୍ଖାନୁପୁଙ୍ଖ  ଭାବରେ ଆଲୋଚନା କରାଯାଇଛି । ଆମ ଜଙ୍ଗଲ ଯୋଜନା ପକ୍ଷରୁ  ଅନୁଗୋଳ ଓ ସାତକୋଶିଆ ବନଖଣ୍ଡରେ ୪ଟି ଟିମ୍  ଏବଂ  ନିୟୁଜ୍ ପକ୍ଷରୁ ସ୍ୱତନ୍ତ୍ର ଅନ୍ୟ  ୨ଟି  ଟିମ୍ ଏହି କାର୍ଯ୍ୟକ୍ରମରେ ସାମିଲ୍ ହୋଇଛନ୍ତି  ।

ରାଜ୍ୟସରକାରଙ୍କ  କୋଭିଡ ସଂଗ୍ରାମୀରେ ପଞ୍ଜୀକୃତ  ଏହି ଟିମ୍ ଜିଲ୍ଲାରେ  ଶତାଧିକ ବନ ସୁରକ୍ଷା ସମିତିରେ କାର୍ଯ୍ୟନିର୍ବାହି କମିଟିର  ସଦସ୍ୟ  ଓ ସଦସ୍ୟା  ମାନଙ୍କୁ  ସଚେତନ  କରାଇବାରେ ସଫଳ ହୋଇଛନ୍ତି  । ଏହି ଟିମ୍ ରେ  ବିଜୟ  କୁମାର  ଜେନା , ଅଭୟ କୁମାର ଗାଆଣ, ମହେଶ  କୁମାର ବେହେରା, ବାବିନ୍ଦ୍ର କୁମାର ନହରା  ମଙ୍ଗ ଧରିଥିବା ବେଳେ  ସହଯୋଗୀ ଭାବେ  ସୁବ୍ରତ ପ୍ରଧାନ,  ଯଶୋବନ୍ତ ସାହୁ , ମନୋରଞ୍ଜନ ବେହେରା , ପ୍ରଭାକର ସାସମଲ୍, ପ୍ରିୟବ୍ରତ ବେହେରା,ଛବିଳ ବେହେରା ପ୍ରମୁଖ ଆୟଯୋନରେ   ସହଯୋଗ   କରିଥିଲେ ।

Leave A Reply