Odisha news

ଜିଲ୍ଲା ଆଇନସେବା ପ୍ରାଧିକରଣ ଅନୁଗୁଳ ପକ୍ଷରୁ କୋଭିଡ-୧୯ ପାଇଁ ହାଇଜେନିକ ସାମଗ୍ରୀ ବଟଂନ କାର୍ଯ୍ୟ ଆରମ୍ଭ

0

ଅନୁଗୁଳ: ଓଡିଶା ରାଜ୍ୟ ଆଇନସେବା ପ୍ରାଧିକରଣ ୟୁନିସେଫ୍ ଏବଂ ପାରାଦୀପ ଫସ୍ଫେଟ୍ ଲିମିଟେଡ୍ ତରଫରୁ କୋଭିଡ-୧୯ ପାଇ ହାଇଜେନିକ ସାମଗ୍ରୀ ବଟଂନ କାର୍ଯ୍ୟ ନିମନ୍ତେ ଜିଲ୍ଲା ଆଇନସେବା ପ୍ରାଧିକରଣ ଏକ ବଟଂନ କାର୍ଯ୍ୟକ୍ରମ ଅନୁଷ୍ଠିତ କରିଅଛି । ଏହି ସମସ୍ତ ହାଇଜେନିକ ସାମଗ୍ରୀ ଅନୁଗୁଳ ଜିଲ୍ଲାରେ ଥିବା ୩ଟି ଶିଶୁ ସୁରକ୍ଷା ସମିତି ଯଥା ଆଦୃତ ଶିଶୁ ସଦନ (ପଚଂମହଲା), ନବଜୀବନ କମ୍ୟୁନିଟ ସେଟଂର (ବଳରାମପ୍ରସାଦ) ଓ କ୍ଷୀରୋଦ ବାସିନୀ କନ୍ୟାଶ୍ରମ (ଜାମୁନାଳୀ) ନିମନ୍ତେ ଜିଲ୍ଲା ଆଇନସେବା ପ୍ରାଧିକରଣ ଗ୍ରହଣ କରିଥିଲା ।

ଏହି ହାଇଜେନିକ ସାମଗ୍ରୀର ବଟଂନ କାର୍ଯ୍ୟକ୍ରମ ସ୍ଥାନୀୟ ଆଦୃତ ଶିଶୁ ସଦନ, ପଚଂମହଲା ଠାରୁ ଆରମ୍ଭ କରାଯାଇଛି । ଏଥି ସହିତ କୋଭିଡ-୧୯ ଉପରେ ସେହି ସଦନ ପରିସରରେ ଏକ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଓ ଦୋ÷ରାଜଜ୍ ତଥା ଜିଲ୍ଲା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷ ଅଶାନ୍ତ କୁମାର ଦାସ, ଭିଜିଲାନ୍ସ ଜଜ୍ ଶ୍ରୀମତୀ ରୂପଶ୍ରୀ ଚୋଧୂରୀ, ଫ୍ୟାମିଲ ଜଜ୍ ସୋ÷ମେନ୍ଦ୍ର କୁମାର ରାଜଗୁରୁ, ଅତିରିକ୍ତ ଜିଲ୍ଲା ଓ ଦୋରାଜଜ୍ ପ୍ରଭାକର ଗଣ୍ଠିଆ, ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ ଶ୍ରୀମତୀ ଅଭିନନ୍ଦିତା ପଣ୍ଡା ଏବଂ ଶିଶୁ ସୁରକ୍ଷା ଅଧିକାରୀ ଝରଣା ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

ଅତିଥି ମାନେ ଅନ୍ତୋବସୀ ମାନଙ୍କୁ କରୋନା ସଂକ୍ରମଣର ଭୟାବହତା ଏବଂ କିପରି ଭାବେ ନିଜକୁ ରକ୍ଷା କରିବା ଓ ଅନ୍ୟ ମାନଙ୍କୁ ଅବଗତ କରାଇବା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ଯଥା-ସାମାଜିକ ଦୂରତା ରକ୍ଷା କରିବା, ମାକ୍ସର ବ୍ୟବହାର, ସାବୁନରେ ହାତ ଧୋଇବା, ବହାରେ ଅଯଥା ବୁଲାବୁଲି ନ କରିବା ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣୀତ ବିଭିନ୍ନ ନିଦେ୍ର୍ଦଶାବଳୀକୁ ମାନି ଚଳିବାକୁ ଅନୁରୋଧ କରିଥିଲେ । ଏହା ବ୍ୟତୀତ ଯଦି କୋ÷ଣସି ଅନ୍ତେବାସୀ କିଛି ଅସୁବିଧାରେ ପଡନ୍ତି ତେବେ ଜିଲ୍ଲା ଆଇନସେବା ପ୍ରାଧିକରଣ, ଅନୁଗୁଳ ସହ ଯୋଗାଯୋଗ କରିବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଆଦୃତ ଶିଶୁ ସଦନର ସୁପରିନଟେଣ୍ଡଟଂ ସତ୍ୟଭାମା ନାୟକ ସହଯୋଗ କରିଥିଲେ ।

Leave A Reply