Odisha news

କୋଇଲା ଲୋଡକୁ କେନ୍ଦ୍ର କରି ଭୁବନେଶ୍ଵରୀ ଖଣିରେ ଗୋଷ୍ଠୀ ବିବାଦ

0

ତାଳଚେର – ଭୁବନେଶ୍ଵରୀ ଖଣିରେ କୋଇଲା ଲୋଡ କୁ  କେନ୍ଦ୍ର କରି ସେହି ଖଣିର ଦୁଇ ଟ୍ରକ ମାଲିକ ଗୋଷ୍ଠୀ ମଧ୍ୟରେ  ବିବାଦ ଘଟି କଥା ହାତାହାତି ପର୍ୟ୍ୟନ୍ତ ଯାଇଥିବା ଘଟଣ। ସମଗ୍ର କୋଇଲା ନଗରି ଅଞ୍ଚଳରେ ଚର୍ଚାର  ବିଷୟ ହୋଇଛି । ଫାଷ୍ଟ କମ ଫାଷ୍ଟ  ସର୍ଭିସ ନିୟମ କୁ ଗୋଟାଏ ଗୋଷ୍ଠୀ ଖୋଲା ଖୋଲି ଭାବେ ଉଲଗ୍ନ କରିବା ସହ  ବେଆଇନ ଭାବେ ବାହାର ଟ୍ରକ ମାଲିକଙ୍କୁ ଅସାଧୁ ଉପାୟରେ  ମେମ୍ବରଶିପ  କରାଉଥିବା ଏବଂ ଜୋର ଜାର ମୂଳକ ତାର ଭଳି ଟ୍ରକ ଲୋଡ କର।ଉଥିବାକୁ  ଥିବାକୁ କେନ୍ଦ୍ର କରି ଦୁଇ ଟ୍ରକ ମାଲିକ  ଗୋଷ୍ଠୀ ମଧ୍ୟରେ ବିବାଦର ସୂତ୍ର ପାତ ଘଟିଥିଲା । ଏହି  ବେଆଇନ  କାର୍ୟ୍ୟକୁ ବିରୋଧ କରି  ନିରଞ୍ଜନ ପ୍ରଧାନ୍ ଙ୍କ ନେତୃତରେ ଶତାଧିକ ଟ୍ରକ ବ୍ୟବସାଇ  ଏକତୃତ ହୋଇ ତାଳଚେର ଟାଉନ ଥାନା ରେ  ଏ ନେଇ  ଏକ ଲିଖିତ ଅଭିଯୋଗ  କରିଥିବା ଜଣ ପଡିଛି । ମାତ୍ର ବର୍ତମାନ ସୁଧା ପୁଲିସ  ପକ୍ଷରୁ କୌଣସି  କାର୍ୟ୍ୟ ଅନୁଷ୍ଟାନ ହୋଇ ନଥିବା  ଚର୍ଚାର ବିଷୟ ହୋଇଛି ।

Leave A Reply